ସୁଗାର ଡାଇବେଟିସ ମୂଳରୁ ଶେଷ କରିବାର ରାମବାଣ ଘରୋଇ ଉପଚାର ( Healthy Tips )

ବନ୍ଧୁଗଣ ଡାଇବେଟିସ ବା ମଧୁମୟ ରୋଗୀ ଆଜି କାଲି ପ୍ରତେକ ଘରେ ଦେଖିବାକୁ ମିଳୁଛନ୍ତି । ଡାଇବେଟିସ ରୋଗୀଙ୍କୁ ନିଜର ସୁଗର ଲେଭେଲ କଣ୍ଟ୍ରୋଲ କରି ରଖିବା ନିହାତି ଆବଶ୍ୟକ । ଯଦି ଡାଇବେଟିସ ଅଧିକ ବଢିଯାଏ ତେବେ ବ୍ୟକ୍ତିକୁ ମୃତ୍ୟୁ ର ସାମ୍ନା ମଧ୍ୟ କରିବାକୁ ପଡ଼ିପାରେ । ସେଥିପାଇଁ ଡାଇବେଟିସ ରୋଗୀ ମାନଙ୍କୁ ନିଜର ଖାଦ୍ୟ ପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ସହଜ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ନିଜର ଡାଇବେଟିସ ବା ସୁଗାର କୁ ନିୟନ୍ତ୍ରଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ମଧୁମେୟ ଏବଂ ଡାଇବେଟିସ ହେବାର ବହୁତ କାରଣ ରହିଥାଏ । ଯଦି ବ୍ୟକ୍ତି କୌଣସି ଚିନ୍ତାରେ ଥାଏ ବା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇଥାଏ ତେବେ ବ୍ୟକ୍ତିର ଶରୀରରେ ସୁଗାର ର ପରିମାଣ ବୃଦ୍ଧି ପାଇଥାଏ । ଏହା ଜେନେଟିକ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ଘରେ କାହାର ମଧୁମୟ ରୋଗ ଅଛି ତେବେ ଆପଣଙ୍କୁ ମଧ୍ୟ ଏହା ହୋଇପାରେ ।

ଆଜି ଆମେ ଯେଉଁ ଉପଚାର ପ୍ରସ୍ତୁତ କରିବା ସେଥିପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ତାହା ହେଉଛି ନିମ୍ବ ପତ୍ର । ଏହା ଆମ ଶରୀର ପାଇଁ କେତେ ଉପକାରୀ ଏହା ପ୍ରାୟତଃ ସମସ୍ତେ ଜାଣିଥିବେ । ଡାଇବେଟିସ ପାଇଁ ଆୟୁର୍ବେଦ ଅନୁଯାୟୀ ନିମ୍ବ ପତ୍ର ଏକ ଚମତ୍କାରି ଉପାୟ । ନିମ୍ବ ପତ୍ର ଆମ ଶରୀରରେ ଗ୍ଲୁକୋଜ ମାତ୍ରକୁ କଣ୍ଟ୍ରୋଲ କରିଥାଏ ।

ପ୍ରଥମେ ଆପଣ ୪ ରୁ ୫ ଟି ନିମ୍ବ ପତ୍ର ନିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଆପଣ ଏହାକୁ ଖାଲି ପେଟରେ ଚୋବେଇ ଚୋବେଇ ଖାଇନିଅନ୍ତୁ । ନିମ୍ବ ପତ୍ର ଖାଇବା ପରେ ଏହା ବହୁତ ପିତା ଲାଗିଥାଏ ତେଣୁ ଆପଣ ଏହାକୁ ଖାଇବା ପରେ ଗୋଟେ ଗିଲାସ ପାଣି ପିଅନ୍ତୁ । ଦିତୀୟ ଉପାୟ ପାଇଁ ଆପଣ ଗୋଟେ ପାତ୍ରରେ ୨ କପ ପାଣି ନିଅନ୍ତୁ । ସେଥିରେ ୬ ରୁ ୭ଟି ନିମ୍ବ ପତ୍ର ପକାନ୍ତୁ ।

୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାଇବାକୁ ଛାଡ଼ି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏହାକୁ ଗୋଟେ ଗ୍ଲାସ ରେ ଛାଣି ରଖନ୍ତୁ ଏବଂ ଏହି ପାଣିକୁ ଆପଣ ସକାଳୁ ଖାଲି ପେଟରେ ପିଅନ୍ତୁ । ଦେଖିବେ ଆପଣଙ୍କ ବ୍ଲଡ ସୁଗର କମାଇବାକୁ ଲାଗିବ । ଏହି ପ୍ରାକୃତିକ ଘରୋଇ ଉପଚାର ର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଡାଇବେଟିସ ସମ୍ପୂର୍ଣ ଭାବେ କଣ୍ଟ୍ରୋଲ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *