ହାତ ଗୋଡ ଝିମଝିମ ହେଇ ଯାଉଛି କି ? ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା ( Healthy Tips )

ବନ୍ଧୁଗଣ ଆପଣ ହାତ ଏବଂ ଗୋଡ ଝିମ୍ ଝିମ୍ ହେଉଛି ବା ଝିମା ଖାଉଛି କି ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହାର କାରଣ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ସାଧାରଣତଃ ଆପଣ ଦେଖିଥିବେ ଆମ ହାତ ଏବଂ ଗୋଡ ଝିମା ଖାଇଥାଏ ଏବଂ ଝିମଝିମ୍ ହୋଇଥାଏ । ଏହା ଟିକେ ସମୟ ପରେ ଠିକ ମଧ୍ୟ ହୋଇଯାଇଥାଏ ।

ଆମକୁ ଲାଗିଥାଏ କି ଏହା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଗଲା କିନ୍ତୁ କିଛି ଦିନ ପରେ ଏହା ପୁନଃ ବାର ହୋଇଥାଏ । ଏହି ପରି ଅନୁଭବ ହୋଇଥାଏ ଜେଉଁପରି ଆମ ଗୋଡ ଏବଂ ହାତରେ ପୋକ ଚାଲୁଅଛି ଏବଂ ଆମକୁ ଚାଲିବାକୁ ବା ହାତରେ କିଛି ଧରିବାକୁ କଷ୍ଟ ଅନୁଭବ ହୋଇଥାଏ । କିନ୍ତୁ କିଛି ସମୟ ପରେ ଏହା ପୁଣିଥରେ ଠିକ ହୋଇଯାଏ । କିନ୍ତୁ ବନ୍ଧୁଗଣ ଏହାକୁ ଆପଣ କେବେବି ନଜରଅନ୍ଦାଜ୍ କରନ୍ତୁ ନାହିଁ ।

ପ୍ରଥମେ ଆମେ ଜାଣିବା ଏହି ହାତ ଏବଂ ଗୋଡ଼ରେ ଝିମଝିମ କାହିଁକି ହୋଇଥାଏ ତେବେ ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ । ଭିଟାମିନ ବି-୧୨, ମଗ୍ନେସିୟମ, ସର୍ଭାଇବାଲ ପେନ କାରଣରୁ ଏହି ସମସ୍ୟା ଦେଖା ଦେଇଥାଏ । ଏହା ଦ୍ବାରା ଶରୀରରେ ଉଚିତ ଭାବରେ ରକ୍ତ ସଞ୍ଚାଳନ ହୋଇପାରିନଥାଏ ।

ରକ୍ତ ସଞ୍ଚାଳନ ସଠିକ ଭାବେ କରିବା ପାଇଁ ଆପଣ ନିୟମିତ ଭାବେ ଯୋଗ ବା ପ୍ରାଣାୟମ କରନ୍ତୁ । ତେବେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀରରେ ଝୀମା ନହେଉ ତେବେ ଭିଟାମିନ ବି, ଭିଟାମିନ ବି-୩, ଭିଟାମିନ ବି-୧୨ ର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଆପଣ ଅଣ୍ଡା, ମାଛ, ଦହି, କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତୁ ଯାହା ଭିଟାମିନ ବି-୧୨ ର ଅଭାବ କୁ ପୂରଣ କରିଥାଏ ।

ଏହା ସହ ଶରୀରରେ ମଗ୍ନେଶିଆମ ର ଅଭାବ କାରଣରୁ ଏହି ସମସ୍ୟା ହୋଇଥାଏ ତେବେ ଶରୀରରେ ମଗ୍ନେଶିଆମ ର ଅଭାବ ପୂରଣ କରିବା ପାଇଁ ଆପଣ ଡ୍ରାଏ ଫ୍ରୁଟ, କ୍ଷୀର, ପନିର, ଛେନା ଆଦିର ସେବନ କରନ୍ତୁ । ଏହା ଛଡା ଡାଲଚିନି ରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ କରିଥାଏ । ଆପଣ ଗାଧୋଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ଗାଧାନ୍ତୁ ।

ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ରକ୍ତକୁ ପତଳା କରିବା ପାଇଁ ଆପଣ ଅଁଳା ର ସେବନ ମଧ୍ୟ କରିପାରିବେ । ଏହା ଦ୍ବାରା ଶରୀରରେ କ୍ୟାଲସିୟମ ର ଅଭାବ ହୋଇନଥାଏ ଏବଂ ଝିମାପଣ ଆସିନଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *