କିପରି କମିବ Diabetes ? ମନେ ରଖନ୍ତୁ ଏହି ସବୁ ଉପାୟ (Dr Sambit Das)

ବନ୍ଧୁଗଣ ବର୍ତ୍ତମାନ ସମୟରେ ମଧୁମେହ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତରେ ଡାଇବେଟିସ ଏତେ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି ଯେ ଭାରତକୁ ଏବେ ଡାଇବେଟିକ କ୍ୟାପିଟାଲ ବା ମଧୁମେହ ରାଜଧାନୀ ବୋଲି ମଧ୍ୟ କୁହାଗଲାଣି । ବର୍ତ୍ତମାନ ସମୟରେ ମଧୁମେହ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମାନଙ୍କୁ ମଧ୍ୟ ହେଉଛି ।

ଭାରତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମଧୁମେହ ରୋଗରେ ପୀଡିତ ଥାଇ ମଧ୍ୟ ଏହା ବିଷୟରେ ଜାଣିନାହାନ୍ତି । ତେବେ ବନ୍ଧୁଗଣ ଯେତେବେଳେ ଆମର ଶରୀରରେ ଥିବା ପାନକ୍ରିଆଜ ଇଁସୁଲିନ ହର୍ମୋନ କୁ ପ୍ରସ୍ତୁତ କରିବା ବନ୍ଦ କରିଦେଇଥାଏ ସେତେବେଳେ ବ୍ୟକ୍ତିର ଶରୀରରେ ସୁଗର ଲେଭେଲ ବଢ଼ିଥାଏ ଏବଂ ସେହି ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାଏ ।

ଇଁସୁଲିନ ଶରୀରରେ ଗ୍ଲୁକୋଜ ବା ଶୁଗାର ର ମତ୍ରକୁ କଣ୍ଟ୍ରୋଲ କରିଥାଏ କିନ୍ତୁ ଯେତେବେଳେ ଏହା କାମ କରିବା ବନ୍ଦ କରିଥାଏ ସେତେବେଳେ ଶରୀରରେ ଗ୍ଲୁକୋଜ ର ମାତ୍ର ବଢ଼ିଥାଏ । ଏବଂ ମଧୁମେହ ହୋଇଥାଏ । ମୁଧୁମେହ ଦୁଇ ପ୍ରକାରର ରହିଛି ଟାଇପ ୧ ଏବଂ ଟାଇପ ୨ । ପ୍ରାୟତଃ ଟାଇପ ୧ ଛୋଟ ପିଲା ବା ଯୁବାବସ୍ଥାରେ ଦେଖାଯାଏ ।

ଏବଂ ଟାଇପ ୨ ପ୍ରାୟତଃ ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ହୋଇଥାଏ । ତେବେ ଡାଇବେଟିସ ହେବାର ବହୁତ ଲକ୍ଷଣ ରହିଛି ପ୍ରଥମ ବାରମ୍ବାର ପରିସ୍ରା ଲାଗିବା, ଶୋଷ ଲାଗିବା, ଅଧିକ ଭୋକ ଲାଗିବା, ଘା ହୋଇଥିଲେ ଶୀଘ୍ର ନ ଶୁଖିବା, ଆଖିକୁ ଭଲ ଭାବରେ ଦେଖା ନ ଯିବା, ଚର୍ମ ରୋଗ ହେବା । ଡାଇବେଟିସ ବଂଶଗତ କାରଣରୁ ମଧ୍ୟ ହୋଇଥାଏ ବୋଲି ଡକ୍ଟର କହିଛନ୍ତି ।

ଅଧିକ ମୋଟାପଣ, ତେଲ ଜାତୀୟ ଜିନିଷ ଖାଉଥିବା ଲୋକ, ମାନସିକ ଚିନ୍ତା ଯୋଗୁଁ ମଧ୍ୟ ଡାଇବେଟିସ ହୋଇଥାଏ । ଡାଇବେଟିସ ହୋଇଛି କି ନାହିଁ ଜାଣିବା ପାଇଁ ପ୍ରଥମେ ଟେଷ୍ଟ କରନ୍ତୁ । ଏବଂ ନିୟମିତ ଭାବେ ଔଷଧର ସେବନ କରନ୍ତୁ । କିନ୍ତୁ ଔଷଧ ଖାଇବା ସହିତ ଖାଦ୍ୟ ଖାଇବାରେ ନିୟନ୍ତ୍ରଣ କରନ୍ତୁ । ପ୍ରତେକ୍ ଦିନ ଏକ୍ସରସାଇଜ କରନ୍ତୁ ଏବଂ ମିଠା ଜାତୀୟ ଜିନିଷ ଖାଆନ୍ତୁ ନାହିଁ । ବାହାର ଖାଦ୍ୟ, ଅଧିକ ତେଲ ମସଲା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *