ହାଇ BP କୋଣ୍ଟ୍ରୋଲ କରିବାର 5 ଟି ସରଲ ଉପାୟ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ସମସ୍ତେ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଏପରି ରୋଗ ରହିଛି ଯାହା ଠିକ ହେବାର କୌଣସି ଔଷଧ ଡାକ୍ତର ମାନେ ମଧ୍ୟ ଜାଣିନାହାନ୍ତି । ଏବଂ ଏହି ରୋଗରେ ବର୍ତମାନ ପ୍ରାୟ ୫ ଜଣ ମଧ୍ୟରେ ୩ ଜଣ ପୀଡିତ । ସେହି ସବୁ ରୋଗ ମାଧରୁ ବ୍ଲଡପ୍ରେସର ଗୋଟେ ଅଟେ । ଏହି ରୋଗକୁ କନ୍ଟ୍ରୋଲ କରିବାକୁ ପ୍ରାୟତଃ ଲୋକ ଔଷଧର ସେବନ କରୁଛନ୍ତି । ବ୍ଲଡପ୍ରେସର ଆମର ଶରୀରରେ ଅନିୟମିତ ଖାଦ୍ୟପାନ ଏବଂ ଶୋଇବାର ଅଭାବ କାରଣରୁ ହୋଇଥାଏ ।

ଯଦି ଏହି ରୋଗକୁ ଆପଣ ଅଣଦେଖା କରିବେ ତେବେ ଏହା ଭବିଷ୍ୟତରେ ହାର୍ଟ ଅଟ୍ଟକ ର କାରଣ ମଧ୍ୟ ହୋଇପାରେ । ଆପଣ ଅନେକ ପ୍ରକାରର ସମସ୍ୟା ର ସମୁଖୀନ ହେବେ । ବ୍ଲଡ ପ୍ରେସର ପାଇଁ ପ୍ରତେକ ଦିନ ଔଷଧର ସେବନ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୫ଟି ସରଲା ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ଵାରା  ଆପଣଙ୍କ ହାଇ ବିପି ସମ୍ପୂର୍ଣ ଭାବେ କଣ୍ଟ୍ରୋଲ ହୋଇଯିବ ।

ବନ୍ଧୁଗଣ ଆମେ ପ୍ରତେକ ଦିନ ଯେଉଁ ଲୁଣ ଖାଉଛେ ତାହା ଆମ ଶରୀରରେ ସୋଡିଅମ ମାତ୍ରକୁ ଠିକ ରଖିଥାଏ ସତ କିନ୍ତୁ ଏହାର ସେବନ କରିବା ଦ୍ଵାରା ପୋଟାସିୟମ ର ମାତ୍ର ଠିକ ରହିନଥାଏ । ତେଣୁ ବ୍ଲଡପ୍ରେସର ଥିବା ବ୍ୟକ୍ତି କଳା ଲୁଣ ଅଥବା ପିଙ୍କ ସଲ୍ଟ ର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କୁ ବ୍ଲଡ ପ୍ରେସର ଭଳି ସମସ୍ୟା ରହିଛି ତେବେ ଆପଣ ପ୍ୟାକେଟ ଜାତୀୟ ଜିନିଷ ର ସେବନ କରନ୍ତୁ ନାହିଁ । କାରଣ ଏହାର ସେବନ ଦ୍ଵାରା ଶରୀରରେ ମୋଟାପଣ ବା ଚର୍ବି ବଢିଥାଏ ଯାହା ଦ୍ଵାରା ବ୍ଲଡ ପ୍ରେସର ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଯଦି ଆପଣ ଉଚ ରକ୍ତଚାପ ରେ ପୀଡିତ ତେବେ ଆପଣ ଘରେ ତିଆରି ହୋଇଥିବା ଆଚାର ର ସେବନ କରନ୍ତୁ । ଏଥିରେ ଥିବା ବାକ୍ଟେରିଆ ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଉଚରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

ବନ୍ଧୁଗଣ ଯଦି ଆମେ ଠିକ ଭାବେ ଶୋଇବା ନାହିଁ ତେବେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ । ତେଣୁ ପ୍ରତେକ ଦିନ ୭ ରୁ ୮ ଘଣ୍ଟା ସୁଅନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଏବଂ ଆପଣ ରକ୍ତଚାପ ଠାରୁ ଦୂରେଇ ରହିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ରକ୍ତଚାପ ଭଳି ରୋଗରେ ପୀଡିତ ତେବେ ପ୍ରତେକ ଦିନ ୧ ଘଣ୍ଟା ଯୋଗ, ବାୟାମ, ନିହାତି ଭାବେ କରନ୍ତୁ । ଏହା ଦ୍ଵାରା ଆପଣ ସୁସ୍ଥ ରହିବେ ଏବଂ ଆପଣଙ୍କ ରକ୍ତଚାପ ଖୁବ ସହଜରେ କନ୍ଟ୍ରୋଲ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *