ବନ୍ଧୁଗଣ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ।ଏହି ଦିନ ଶ୍ରୀହଋ ବିଶୁଣୁଙ୍କ ପୂଜା କରିଲେ ବି କୌଣସି ଖରାପ ଶକ୍ତି କ୍ଷତି କରିପାରିବ ନାହି । ଜୀବନର ସୁଖ ଶାନ୍ତି ସମୃଦ୍ଧିର ପ୍ରାପ୍ତ ହୋଇଥାଏ । ଏହି ଶୁଭ ଦିନରେ ଜୀବଜନ୍ତୁଙ୍କ ସେବା କରିବା, ଭୋଜନ କରାଇବା, ବସ୍ତ୍ର ଦାନ କରିବାରେ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇଥାଏ ।
ଏହା ଯୁଗ ଯୁଗ ଯାଏଁ ସାଥିରେ ରହିଥାଏ । ଏହି ଦିନ ବଦ୍ରିନାଥଙ୍କର ଦ୍ଵାରା ମଧ୍ୟ ଖୋଲିଥାଏ । ବୃନ୍ଦାବନରେ ବାଙ୍କବିହାରୀଙ୍କର ପାଦ ଦର୍ଶନର ସୁଯୋଗ ଗୋଟେ ଦିନ ପାଇଁ ରଖାଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଅକ୍ଷୟ ତୃତୀୟା ଦିନ କେଉଁ ରାଶି ପାଇଁ କେଉଁ ଜିନିଷ ଆଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
୧- ମେଷ ରାଶିର ବ୍ୟକ୍ତି ଅକ୍ଷୟ ତୃତୀୟା ରେ ମସୁର ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ସୂର୍ଯ୍ୟଙ୍କୁ ବଳବାନ କରିଥାଏ । ଏହା ଛଡା ଭାଗ୍ଯର ତାଲା ଖୋଲିଥାଏ ।
୨- ବୃଷ ରାଶିର ବ୍ୟକ୍ତିଙ୍କର ଇଷ୍ଟ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ଏହି ଦିନ ଆପଣଙ୍କୁ ଚାଉଳ କିଣିବା ବହୁତ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ।
୩- ମିଥୁନ ରାଶିର ସ୍ଵାମୀ ହେଉଛନ୍ତି ବୁଧଦେବ । ଏହି ଦିନ ସବୁଜ ମୁଗ କିଣିବା ଅତ୍ୟନ୍ତ ଶୁଭ ଅଟେ । ଏହା ସହ ଧନିଆ, କପଡା ବି କିଣିପାରିବେ ।
୪- କର୍କଟ ରାଶିର ବ୍ୟକ୍ତିଙ୍କୁ ଅକ୍ଷୟ ତୃତୀୟାରେ ଚାଉଳ ଓ କ୍ଷୀର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିରେ ଖିରୀ ବନାଇ ଖାଇପାରିବେ ।
୫- ସିଂହ ରାଶିର ସ୍ଵାମୀ ସୂର୍ଯ୍ୟଦେବ ଅଟନ୍ତି । ପବିତ୍ର ଅକ୍ଷୟ ତୃତୀୟାରେ ନାଲି ରଙ୍ଗର ଫଳ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହ ତମ୍ବା ଜିନିଷ କିଣିପାରିବେ ।
୬- କନ୍ୟା ରାଶିର ବ୍ୟକ୍ତି ବିଶେଷ ମୁଗ ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଜୀବନରେ ସୁଖ ଶାନ୍ତି ଆସିଥାଏ ।
୭- ତୁଳା ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର । ଅକ୍ଷୟ ତୃତୀୟାରେ ଚିନି ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ଘଟିଥାଏ ।
୮- ବିଛା ରାଶିର ବ୍ୟକ୍ତି ବିଶେଷ ଗୁଡ ବା ପାଣି କିଣିବା ଅତ୍ୟନ୍ତ ଶୁଭଦାୟକ ଅଟେ । ଗୁଡକୁ ଭୋଗ ଲଗାଇ ଏହାର ସେବନ କରିପାରିବେ ।
୯- ଧନୁ ରାଶିର ସ୍ଵାମୀ ଦେବଗୁରୁ ବୃହସ୍ପତି ଅଟନ୍ତି । ଅକ୍ଷୟ ତୃତୀୟାରେ କଦଳୀ ବା ହଳଦିଆ ଚାଉଳ କିଣିଲେ ବର୍ଷ ସାରା ଖୁଶିର ବର୍ଷା ହେବ ।
୧୦- ମକର ରାଶିର ବ୍ୟକ୍ତି ଏହି ଦିନ କଳା ରଙ୍ଗର ଡାଲି, ଦହି କିଣିଲେ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ।
୧୧- କୁମ୍ଭ ରାଶିର ବ୍ୟକ୍ତିଙ୍କୁ କପଡା ବା କଳା ତିଳ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।
୧୨- ମୀନ ରାଶିର ବ୍ୟକ୍ତିଙ୍କୁ ହଳଦୀ, ଚଣା ଡାଲି କିଣିବା ଅତ୍ୟନ୍ତ ଶୁଭଦାୟକ ଅଟେ ।