ମାତ୍ର 15 ମିନିଟ ରେ ଅଣ୍ଟା, ଆଣ୍ଠୁ, ଗୋଇଠି, ଗଣ୍ଠି ଦରଜ ( Joint Pain ) କୁ ଗାୟବ କରିଦେବ କେବଳ କରନ୍ତୁ ଏହି ଜବରଦସ୍ତ ଘରୋଇ ଉପାୟ ( Healthy Tips )

ବନ୍ଧୁଗଣ ଯଏଣ୍ଟ ପେନ, ହାଡ ଜନିତ ସମସ୍ୟା ଆଜି କାଲି ବହୁତ ସାଧାରଣ ହୋଇଗଲାଣି । ହାତ ଗୋଡରେ କଷ୍ଟ, ଦୁର୍ବଳତା, ଅଣ୍ଟା ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା, ଶିର ଦବିଗଲା ଭଳି ସମସ୍ୟା ଅନେକ ଲୋକ ଭୋଗୁଛନ୍ତି । ଆଜି କାଲି ଏହି ସମସ୍ୟା କେବଳ ବୟସ୍କ ଲୋକଙ୍କ ଠାରେ ନୁହେଁ ବରଂ ଯୁବକ ମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ଏହାର କାରଣ ଆମର ଶରୀରରେ ଥିବା କ୍ୟାଲସିୟମ ର ଅଭାବ ବା ପୋଷକ ତତ୍ୱର ଅଭାବ । ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ବହୁତ ଭଲ ଆୟୁର୍ବେଦିକ ଉପାୟ ଅଟେ । ଘରେ ମିଳୁଥିବା କିଛି ଜିନିଷ ସହିତ ଆମେ ଏହାକୁ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଏହାକୁ ବନେଇବାକୁ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ହେଉଛ ଗୋଲମରିଚ । ଏହା ଆମର ରୋଷେଇ ଘରୁ ବହୁତ ସହଜରେ ମିଳିଯାଏ । ଗୋଲମରିଚ ଆମ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବିଶେଷ ଭାବେ ଏହା ଆମ ଯଏଣ୍ଟ ପେନ ବା ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ଅଧିକ ଚମତ୍କାରି ଅଟେ । ଏହା ସହିତ ଏହା ଆମ ଆଖିର ଆଲୋକ ମଧ୍ୟ ବଢାଇଥାଏ ।

ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଦେଣ୍ଟ ପ୍ରେପର୍ଟି ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି କୁ ବଢାଇ ଥାଏ । ଦୁଇ ରୁ ତିନିଟି ଗୋଲମରିଚ ଯଦି ଆପଣ କ୍ଷୀର ସହିତ ମିଶାଇ ପିଲା ମାନଙ୍କୁ ଦେବେ ତେବେ ସେମାନଙ୍କୁ ଥଣ୍ତା କାଶରୁ ଆରାମ ମିଳିବ । ଏବଂ ଛାତିରେ ଜମିଥିବା କଫ ମଧ୍ୟ ବହାରିଯାଇଥାଏ । ଆମ ପାଚନ ପ୍ରକ୍ରିୟା କୁ ଦୃଢ଼ କରିଥାଏ । ପ୍ରଥମେ ୬ ରୁ ୭ ଟି ଗୋଲମରିଚ କୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ଏବେ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଅଦା । ଏହା ଆମ ଶରୀର ପାଇଁ କେତେ ଅଧିକ ଲାଭଦାୟକ ଏହା ଆପଣ ସମସ୍ତେ ଜାଣିଥିବେ ।

ଶାରୀରିକ ଦୁର୍ବଳତା କୁ ଦୁର କରିବା ପାଇଁ ଅଦା ଏକ ରାମବାଣ ଉପଚାର ଅଟେ । ସାଥିରେ ଏଥିରୁ କ୍ୟାଲସିୟମ ମିଳିଥାଏ ଯାହା ଆମ ଶରୀରର ହାଡ ଗୁଡ଼ିକ ମଜବୁତ କରିଥାଏ । ଅଦା କୁ ଗ୍ରେଟର ରେ ଗ୍ରେଟ କରିଦିଅନ୍ତୁ । ବର୍ତ୍ତମାନ ଗୋଟେ ପାତ୍ରରେ ଗୋଟେ ଗିଲାସ କ୍ଷୀର ନିଅନ୍ତୁ । କ୍ଷୀରରେ ଭିଟାମିନ ଏବଂ ମିନେରାଲ ଭରପୁର ରହିଥାଏ । କ୍ଷୀର ଅଳ୍ପ ଫୁଟି ଆସିଲେ ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଅଦା ମିଶାଇଦିଅନ୍ତୁ । ବର୍ତ୍ତମାନ ଏଥିରେ ଗୋଟେ ଚୁଟକି ଜଲଦି ଗୁଣ୍ଡ ମିଶାନ୍ତୁ । କଷ୍ଟ ନିବାରଣ କରିଥାଏ ହଳଦୀ ।

ଏହି କ୍ଷୀରକୁ ମିଠା କରିବା ପାଇଁ ଏଥିରେ ଅଳ୍ପ ମାତ୍ରାରେ ଗୁଡ଼ ମିଶାନ୍ତୁ । ଗୁଡ଼ ଆଇରନ ର ଭଣ୍ଡାର ହୋଇଥାଏ । ଏହା ଆମ ଶରୀରରେ ହିମୋଗ୍ଲିବିନ ବଢାଇଥାଏ । ଏହା ଆମ ଶରୀରରେ ଏନର୍ଜି ବଢାଇଥାଏ । କ୍ଷୀର ଅଳ୍ପ ଫୁଟିଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ । ଏବେ ଏହାକୁ ଗୋଟେ ଗ୍ଲାସ ରେ ବାହାର କରିଦିଅନ୍ତୁ ।

ରାତିରେ ଶୋଇବା ପୁର୍ବରୁ ଏହି ଉଷୁମ କ୍ଷୀରକୁ ଧୀରେ ଧୀରେ ପିଅନ୍ତୁ । କେବଳ ଗୋଟେ ସପ୍ତାହ ଏହାକୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା, ଏବଂ ଶରୀରର ଯେକୌଣସି ପ୍ରକାରର କଷ୍ଟ ଦୂର ହେବାକୁ ଲାଗିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *