ଆଣ୍ଠୁଗଣ୍ଠି ବିନ୍ଧା, ଗୋଡ଼ଫୁଲା, ମାଂସପେଶୀ ବ୍ୟଥା କେବଳ 3 ଦିନରେ ଭଲ ହୋଇଯିବ, ଥରେ କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର ( Healthy Tips )

ବନ୍ଧୁଗଣ ଯଦି ଆପଣ ଆଣ୍ଠୁ ଗଣ୍ଠି ପାଇଁ ଚିନ୍ତିତ ଅଛନ୍ତି ବା ଯଦି ଆପଣ କୌଣସି ଦୁର୍ଘଟଣା କାରଣରୁ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ରହିଛି ଏବଂ ଆପଣଙ୍କୁ ବସିବା ଉଥିବାରେ ସମସ୍ୟା ହେଉଛି ବା ଚାଲିବାରେ ସମସ୍ୟା ହେଉଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା କେବଳ ୩ ଦିନ ମଧ୍ୟରେ ଭଲ ହୋଇଯିବ । ବହୁ ପୁରାତନ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦୂର ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ପିଆଜ । ପ୍ରଥମେ ଆପଣ ଗୋଟେ ମିଡିଅମ ସାଇଜ ପିଆଜ ନିଅନ୍ତୁ ଏବଂ ଏହାକୁ କାଟି ଦିଅନ୍ତୁ । ଏହାପରେ ଏହାର ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ । କିନ୍ତୁ ମାନେ ରଖନ୍ତୁ ଆପଣ ଏଥିରେ ପାଣିର ବ୍ୟବହାର ବିଲକୁଲ କରନ୍ତୁ ନାହିଁ । ଏବେ ଆପଣ ଗୋଟେ ସୂତା କପଡା ନିଅନ୍ତୁ ଏବଂ ପ୍ରସ୍ତୁତ ପିଆଜ ପେଷ୍ଟ ରୁ ସମ୍ପୂର୍ଣ ରସ ଚିପୁଡି ବାହାର କରିଦିଅନ୍ତୁ ।

ଏହାକୁ ଆପଣ ୩ ରୁ ୪ ଦିନ ପର୍ଯ୍ୟନ୍ତ ରଖିପାରିବେ । ଗୋଟେ ଥରେ ପାଇଁ ଆପଣଙ୍କୁ ଦୁଇ ରୁ ତିନି ଚାମଚ ରସ ଦରକାର ହେବ । ଏବେ ଆପଣଙ୍କୁ ଦିତୀୟ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ଅଟେ ହଳଦୀ ଗୁଣ୍ଡ । ହଳଦୀ ପୁରୁଣା ରୁ ପୁରୁଣା ଯନ୍ତ୍ରଣା କୁ କମ କରିଥାଏ । ଆପଣ ଏଥିରେ ୧ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ । ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ଅଟେ ସୋରିଷ ତେଲ ।

ଆପଣ ଏଥିରେ ୩ ରୁ ୪ ଚାମଚ ସୋରିଷ ତେଲ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଏହି ରେମୀଡି ବନି ପ୍ରସ୍ତୁତ । କିନ୍ତୁ ଶେଷରେ ଆପଣଙ୍କୁ ଗୋଟେ ପାତ୍ରରେ ଏହି ପେଷ୍ଟ କୁ ଗ୍ୟାସ ରେ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ବର୍ତ୍ତମାନ ଏହାକୁ ସମ୍ପୂର୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ତେବେ ଏହି ମିଶ୍ରଣ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ । ତେବେ ଆପଣଙ୍କର ଯେଉଁ ଜାଗାରେ ଜଏଣ୍ଟ ପେନ ହେଉଛି ବା ଆଣ୍ଠୁ ଗଣ୍ଠି ସମସ୍ୟା ହେଉଛି ସେହି ଜାଗାରେ ଆପଣ ଏହାର ଲେପ ଦିଅନ୍ତୁ ।

ଏଥିରେ ଥିବା ପିଆଜ ରସ, ସୋରିଷ ତେଲ ଏବଂ ହଳଦୀ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା କୁ ଦୂର କରିବା ପାଇଁ ବହୁତ ସହଜ ଏବଂ ଚମତ୍କାରି ଉପାୟ ଅଟେ । ଏହି ଲେପ କୁ ଆପଣ ଦୁଇ ରୁ ତିନି ଘଣ୍ଟା ସେହିପରି ଲଗାଇ ଛାଡ଼ିଦିଅନ୍ତୁ ଏବଂ ଏହାକୁ ହାଲକା ଉଷୁମ ପାଣିରେ ଧୁଅନ୍ତୁ । ଦେଖିବେ ମାତ୍ର ୩ ଦିନରେ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯିବ । ଏବଂ ଆପଣଙ୍କୁ ଚମତ୍କାରି ଫାଇଦା ମିଳିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *