ବଡ ପେଟ ( Belly Fat ), ମୋଟାପା, ଚଉଡା ଅଣ୍ଟା ଓ ଜଙ୍ଘ ର ଚର୍ବି ଏକା ଥରେ ତରଳିଯିବ, କରନ୍ତୁ ଏହି ଘରୋଇ ଉପାୟ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ତାହା ମଧ୍ୟରୁ ସ୍ବାସ୍ଥ୍ୟ ସମସ୍ୟା ଗୋଟେ ଅଟେ । ପ୍ରତେକ ବ୍ୟକ୍ତି ସୁସ୍ଥ ରହିବାକୁ ଇଚ୍ଛା କରିଥାନ୍ତି । ବର୍ତ୍ତମାନ ସମୟରେ ମୋଟାପଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାଠାରୁ ଦୂରେଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି । ଆଜି ଆମେ ଏହି ସମସ୍ୟା ଠାରୁ କିପରି ଦୂରରେ ରହିବା ସେହି ବିଷୟରେ କହିବାକୁ ଯାଉଛୁ । ଏହି ସବୁ ଚମତ୍କାରି ଉପାୟ କୌଣସି ରାମବାଣ ଉପାୟ ଠାରୁ କମ ନୁହେଁ ଏହାକୁ କରିବା ଦ୍ୱାରା ଆପଣଙ୍କ ମୋଟାପଣ ନିଶ୍ଚିନ୍ତ ଭାବରେ ଦୂର ହେବ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ମୋଟାପଣ ବା ଓଜନ ବଢିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ପାଚନ ପ୍ରକ୍ରିୟା । ଏହା ଉପରେ ମନୁଷ୍ୟର ଶରୀର ନିର୍ଭର କରିଥାଏ । ଯଦି ଏହି ପାଚନ ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ ତେବେ ଏହା ଶରୀରରେ ମୋଟାପଣ ବଢାଇ ଦେଇଥାଏ । ପାଚନ ପ୍ରକ୍ରିୟା ଠିକ ଭାବରେ ହେବା ଦ୍ଵାରା ଶରୀରର ଓଜନ ଠିକ ରହିଥାଏ । ମୋଟପା ଦୁର କରିବା ପାଇଁ ଖାଇବାରେ ଯେତିକି ସତର୍କ ରହିବାକୁ ହେବ ସେତିକି ମାତ୍ରାରେ ବ୍ୟାୟାମ ବା ଯୋଗ ମଧ୍ୟ କରିବାକୁ ପଡ଼ିବ ।

ଏହା ଦ୍ବାରା ଶରୀରର ହାଡ ମଜବୁତ ହୋଇଥାଏ । ତେବେ ବନ୍ଧୁଗଣ ଏହି ଘରୋଇ ଉପଚାର କରିବା ଦ୍ଵାରା ଆପଣଙ୍କ ମୋଟାପା ସବୁଦିନ ପାଇଁ ଗାୟବ ହୋଇଯିବ । ଏହି ଘରୋଇ ଉପଚାର ପାଇଁ ପ୍ରଥମ ସାମଗ୍ରୀ ଯାହାର ଆବଶ୍ୟକ ରହିଛି ତାହା ହେଉଛି ଫ୍ଲାକ ସିଡ, ଏଥିରେ ଭରପୁର ମାତ୍ରାରେ ଫାଇବର ରହିଅଛି । ଯାହାର ସେବନ କରିବା ଦ୍ଵାରା ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଏହାପରେ ଦିତୀୟ ସାମଗ୍ରୀ ହେଉଛି ଜୁଆଣି ।

ଏହାର ସେବନ କରିବା ଦ୍ଵାରା ଆମ ଶରୀରରେ ପାଚନ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ । ତେଣୁ ୨ ଚାମଚ ଜୁଆଣି ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ପାନ ମହୁରୀ । ଏହା ଶରୀରର ଚର୍ବି କୁ କମାଇବରେ ସାହାଯ୍ୟ କରିଥାଏ । ଏଥିରେ ୧ ଚାମଚ ନିଅନ୍ତୁ । ଏହା ପରେ ଚତୁର୍ଥ ସାମଗ୍ରୀ ହେଉଛି କଳା ଜିରା । ଏହା ଆମ ଶରୀରରେ ହଜମ ପ୍ରକ୍ରିୟା କୁ ତ୍ୱରନ୍ତର କରିଥାଏ ଯାହା ଫଳରେ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ତେଣୁ ୨ ଚାମଚ କଳା ଜିରା ନିଅନ୍ତୁ । ତେବେ ଏହି ସବୁ ସାମଗ୍ରୀ କୁ ମିଶାଇ ଗୋଟେ ପାତ୍ରରେ ସ୍ଲୋ ଆଞ୍ଚରେ ଭାଜି ନିଅନ୍ତୁ ।

ଭଲ ଭାବରେ ଭାଜି ହୋଇସାରିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏହାର ପାଉଡର ବା ଚୂର୍ଣ୍ଣ ବନାଇ ଦିଅନ୍ତୁ । ଏବଂ ଏହାକୁ ଦିନକୁ ଦୁଇ ଥର ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଖାଆନ୍ତୁ ଏବଂ ରାତିରେ ଭୋଜନ କରିସାରିବା ପରେ ଏହାର ୧ ଚାମଚ ଗୁଣ୍ଡ ଖାଆନ୍ତୁ । ଏହା ଆପଣଙ୍କ ମୋଟାପା ଖୁବ କମ ସମୟରେ ଦୂର କରିଦେବ । ଏବଂ ଆପଣ ପୁରା ଫିଟ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *