କାହାକୁ ବି ଭୁଲରେ ଦିଅନ୍ତୁ ନାହିଁ ଏହି 5 ଜିନିଷ, ଘରକୁ ଆସିଥାଏ ଦରିଦ୍ର୍ୟତା

ବନ୍ଧୁଗଣ ଆମେ ଛୋଟ ଥିବା ସମୟରେ ଆମକୁ ସିଖାଯାଇଥାଇ କି ଅନ୍ୟକୁ ସାହାଯ୍ୟ କଲେ ଏବଂ ଅନ୍ୟକୁ ଦାନ କରିବା ଦ୍ୱାରା ଆମର ପୂର୍ଣ୍ୟ ହୋଇଥାଏ । ଯେଉଁ ବ୍ୟକ୍ତି ଭଲ କର୍ମ କରିଥାନ୍ତି ତାଙ୍କୁ ଭଲ ଫଳ ମିଳିଥାଏ କିନ୍ତୁ କିଛି ଜିନିଷ ଏପରି ମଧ୍ୟ ରହିଛି ଯାହା ଆମକୁ କେବେ ମଧ୍ୟ ଭୁଲରେ ବି କାହାକୁ ଦେବା ଉଚିତ ନୁହେଁ ।

କାରଣ ଯଦି ଆପଣ ଏହି ଜିନିଷ ଅନ୍ୟ କାହାକୁ ଦେଉଛନ୍ତି ତେବେ ଏହା ସହିତ ଆପଣଙ୍କ ଘରର ସୁଖ ସମୃଦ୍ଧି ମଧ୍ୟ ଚାଲିଯାଇଥାଏ କାରଣ ଏହି ଜିନିଷ ଗୁଡ଼ିକ ସହିତ ଆପଣଙ୍କ ଘର ସୁଖ ଶାନ୍ତି ଯୋଡ଼ି ହୋଇ ରହିଥାଏ । ଯଦି ଏହି ଜନିଷ ଗୁଡ଼ିକ ଆପଣ ଅନ୍ୟ କାହାକୁ ଦେଉଛନ୍ତି ତେବେ ଆପଣଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ । ବିଷ୍ଣୁ ପୁରାଣରେ ଏହି ଜିନିଷ ଗୁଡ଼ିକର ଉଲ୍ଲେଖ କରାଯାଇଅଛି । ଏହା ମହାଲକ୍ଷ୍ମୀ ଙ୍କ ସହିତ ଯୋଡ଼ିତ ବୋଲି ମଧ୍ୟ କୁହାଯାଏ ।

ଆପଣ ସମସ୍ତେ ଜାଣିଥିବେ ଯେଉଁ ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ ସେଠାରେ ସୁଖ,ଶାନ୍ତି,ଧନ,ସମ୍ପତି ସବୁ ରହିଥାଏ । ଯଦି ମା ଲକ୍ଷ୍ମୀ କେଉଁ କାରଣ ବସତ ରୁଷ୍ଟ ହୋଇଯାଆନ୍ତି ତେବେ ସେହି ଘରର ସୁଖ,ଶାନ୍ତି,ଧନ,ସମ୍ପତ୍ତି ସବୁ କିଛି ଚାଲିଯାଇଥାଏ । ତେଣୁ ଆପଣମାନେ ମଧ୍ୟ ଏହି କଥାକୁ ମାନେ ରଖନ୍ତୁ ଯେଉଁ ଜିନିଷ ଗୁଡ଼ିକ ସହ ମା ଲକ୍ଷ୍ମୀ ଙ୍କ ସମ୍ବନ୍ଧ ଥାଏ ସେହି ଜିନିଷ ଗୁଡ଼ିକୁ କେବେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା କେବେ ମଧ୍ୟ କାହାରିକୁ ଦେବା କଥା ନୁହେଁ ।

୧:- ସ୍ତ୍ରୀ ମାନଙ୍କ ଗହଣା:- ବନ୍ଧୁଗଣ ସ୍ତ୍ରୀ ମାନଙ୍କ ଗହଣାକୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ସୁନ୍ଦର ସୁନ୍ଦର ଗହଣା ପିନ୍ଧିବା ଦ୍ୱାରା ପ୍ରତେକ ମହିଳା ମା ଲକ୍ଷ୍ମୀ ଙ୍କ ପ୍ରତିବିମ୍ବ ପରି ଦେଖାଯାଇଥାନ୍ତି । ସେଥିପାଇଁ ଯେବେ ମଧ୍ୟ ଆମ ଗହଣା କିଣିଥାଉ ସର୍ବେ ପ୍ରଥମେ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରିଥାଉ ଏବଂ ତାପରେ ପିନ୍ଧିଥାଉ । ଘରର ଲକ୍ଷ୍ମୀ ଘରର ସ୍ତ୍ରୀ ମାନଙ୍କୁ କୁହାଯାଇଥାଏ ତେଣୁ କେବେ ମଧ୍ୟ ନିଜ ସ୍ତ୍ରୀ ର ଗହଣା ଆଊ କାହାରିକୁ ଦିଅନ୍ତୁ ନାହିଁ । ଖାସ କରି ବିବାହିତ ମହିଳା ମାନେ ନିଜର ମଙ୍ଗଳସୂତ୍ର,ପାଉଁଚି, ଏବଂ ଚୁଡ଼ି କାହାକୁ ବି ଦିଅନ୍ତୁ ନାହିଁ । ଏହା ଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାଆନ୍ତି ଏବଂ ଆପଣଙ୍କୁ ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ।

୨:- ଝାଡୁ:- ଆମେ ମାନେ ଝାଡୁରେ ପ୍ରତିଦିନ ଘର ସଫା କରିଥାଉ । ଏହା ଆମ ଘରର ନକାରାତ୍ମକ ଶକ୍ତିକୁ ଦୁରକରିଥାଏ ଏବଂ ଏହାକୁ ସ୍ଵୟଂ ମହାଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଝାଦୁରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ କେବେ ମଧ୍ୟ କାହାକୁ ଭୁଲ ରେ ବି ନିଜ ଘରର ଘରୁ ଦିଅନ୍ତୁ ନାହିଁ । ଝାଡୁ ପୁରୁଣା ହୋଇଗଲେ ତାକୁ କୌଣସି ନଦୀ ବା ପୋଖରୀରେ ଭସାଇ ଦିଅନ୍ତୁ ।

୩:- ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ କାହାକୁ କ୍ଷୀର,ଦହି,ଅଟା ପରି ଧଳା ରଙ୍ଗର ଜିନିଷ ଦିଅନ୍ତୁ ନାହିଁ । ଏପରି କୁହାଯାଏ କି ଏହି ଜିନିଷ ଦେବା ଦ୍ୱାରା ଘରେ ଅଶାନ୍ତି ଲାଗିରହେ । ଏବଂ ଘରର ସକାରାତ୍ମକ ଉର୍ଜା ଚାଲିଯାଇଥାଏ ।

୪:- ମହାଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ମାତା ଲକ୍ଷ୍ମୀ କିପରି ଆମ ଘରେ ସବୁବେଳେ ବିରାଜମାନ ରହିବେ ସେହି ବିଷୟରେ ଆମକୁ ଭାବିବା ଉଚିତ । ଯେଉଁ ଘରେ ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ ସେହି ଘରେ ଧନ ର ଅଭାବ ହୋଇନଥାଏ । ତେଣୁ ଯଦି ଆପଣ ନିଜର ସ୍ତ୍ରୀ ପାଖରେ କିଛି ଟଙ୍କା ରଖିଛନ୍ତି ତେବେ ତାହାକୁ କେବେ ମଧ୍ୟ କାହାରିକୁ ଉଦ୍ଧାର ଦିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି । ଏବଂ ଆପଣଙ୍କୁ ଅର୍ଥ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ ।

୫:- ମା ଲକ୍ଷ୍ମୀ ବୈଭବ ପ୍ରଦାନ କରୁଥିବା ମମତାର ପ୍ରତୀକ ଅଟନ୍ତି । ସାଥିରେ ସେ ଅନ୍ନପୂର୍ଣ୍ଣା ମଧ୍ୟ ଅଟନ୍ତି । ତେଣୁ ଆମେ ଅନ୍ନ ଗ୍ରହଣ କରିବା ପୂର୍ବରୁ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରିଥାଉ । ନିଜ ରୋଷେଇ ଘରର ବେଲଣା ଏବଂ ତାୱା କାହାରିକୁ ଭୁଲରେ ଦିଅନ୍ତୁ ନାହିଁ । ଏହି ଜିନିଷ ଦେବା ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ଏହା ସହିତ ଚାଲିଯାଇଥାଏ । ଏବଂ ଆପଣଙ୍କୁ ଦୁର୍ଭାଗ୍ୟ ର ସାମ୍ନା କରିବାକୁ ପଡ଼ିଥାଏ । ତେବେ ବନ୍ଧୁଗଣ ଏହା ଥିଲା ସେହି ସବୁ ଜିନିଷ ଯାହା କେବେ ମଧ୍ୟ ଭୁଲରେ ବି କାହାରିକୁ ଦେବା କଥା ନୁହେଁ । ଯଦି ଆପଣ ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *