Vastu Tips- ମନ୍ଦାର ଫୁଲ ଆପଣଙ୍କୁ କରିଦେବ ଧନୀ, ବାସ୍ କରନିଅନ୍ତୁ ଏହି 1 ଉପାୟ

ବନ୍ଧୁଗଣ ପୂଜା ପାଠରେ ଫୁଲର ଏକ ଅଲଗା ମହତ୍ତ୍ଵ ରହିଥାଏ । କେଉଁ ଭଗବାନ ଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ ଏବଂ କେଉଁ ଭଗବାନ ଙ୍କୁ କେଉଁ ଫୁଲ ଚଢ଼ାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଏହା ଜାଣିବା ଆବଶ୍ୟକ ଅଟେ । ବନ୍ଧୁଗଣ ସେହି ଫୁଲ ଗୁଡ଼ିକ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁର୍ଲଭ ମନ୍ଦାର ଫୁଲ ବିଷୟରେ ।

ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ । ଦେବୀ ଙ୍କ ପୂଜାରେ ନାଲି ରଙ୍ଗ ଫୁଲର ବହୁତ ମହତ୍ତ୍ଵ ରହିଥାଏ । ଏବଂ ଦେବତା ଙ୍କ ପୂଜାରେ ହଳଦିଆ ରଙ୍ଗର ଫୁଲକୁ ବହୁତ ଶୁଭ ମାନିଥାନ୍ତି । ତେଣୁ ଆମେ ଆଜି ମନ୍ଦାର ଫୁଲର କିଛି ଚମତ୍କାରି କଥା ବିଷୟରେ । ଏବଂ ଏହି ମନ୍ଦାର ଫୁଲ ଦ୍ୱାରା କିପରି ଦରିଦ୍ରତା କୁ ଦୂର କରି ମଣିଷକୁ ଧନୀ କରାଇଥାଏ । ଏହି ବିଷୟରେ ଆଜି ଆମେ ଜାଣିବା ।

ଦେବୀ ନବ ଦୁର୍ଗା ଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ୯ଟି କିମ୍ବା ୧୧ଟି କିମ୍ବା ୨୧ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ । ଦେଖିବେ ସମସ୍ତେ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ । ଆପଣ ଦେବୀ ମାତାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମାତା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳକୁ ଅତି ସହକାରେ ଗ୍ରହଣ କରିଥାନ୍ତି । ଏବଂ ଆମର ସମସ୍ତ ପ୍ରକାରର ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହାର ଚମତ୍କାରି ଗୁଣ ବିଷୟରେ କହିବୁ ।

ବନ୍ଧୁଗଣ ମା ଦୁର୍ଗା ଏବଂ ମା ଲକ୍ଷ୍ମୀ ଦୁହିଁଙ୍କୁ ଏହି ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ । ଏବଂ ଏହା ସହିତ ହନୁମାନ ଙ୍କର ମଧ୍ୟ ଏହି ମନ୍ଦାର ଫୁଲ ପ୍ରିୟ ହୋଇଥାଏ । କାହିଁକିନା ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି । ମଙ୍ଗଳବାର ଦିନ ହନୁମାନ ଙ୍କୁ କିମ୍ବା ନବ ଦୁର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳ ଅର୍ପଣ କଲେ ସୁଖ ସମୃଦ୍ଧି,ଧନ ସମ୍ପତ୍ତି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ । ଏଥିରେ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଥାଏ ।

ଶୁଭ ଫଳ ପ୍ରାପ୍ତି ହୋଇଥାଏ ଯେଉଁମାନେ ନବ ଦୁର୍ଗା ଏବଂ ସୂର୍ଯ୍ୟ ନାରାୟଣ ଙ୍କର ଉପାସନା କରିଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମାନ୍ୟତା ଅଛି କି ଏହି ମନ୍ଦାର ଫୁଲରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ପ୍ରତିଦିନ ଯଦି ନବ ଦୁର୍ଗା ଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁ ମାନଙ୍କୁ ଦେବୀ ଦମନ କରିଥାନ୍ତି । ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ । ଏବଂ ସମସ୍ତ ରୋଗ ମଧ୍ୟ ନାସ ହୋଇଥାଏ ।

ଘରେ ଥିବା ଫୁଲ ତୋଡାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଲାଗି ରହିଥାଏ । ଏବଂ ପରିବାରରେ ଏକତା ଦେଖା ଦେଇଥାଏ ।  ଏବଂ ପରିବାରର ସମସ୍ତ ସଦସ୍ୟ ମାନେ ମିଳିମିଶି ଚାଲିବାକୁ ଇଚ୍ଛା କରିଥାନ୍ତି । ଯଦି ଘରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିରହୁଥାଏ ସର୍ବଦା ଦୁଃଖ ଏବଂ ନିରାଶ ରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନ ଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀ ଦୁହେଁ ଖୁସିରେ ଜିବନ ଅତିବାହିତ କରିଥାନ୍ତି ।

ପ୍ରତି ଫୁଲ ଏବଂ ଗଛ ମାନଙ୍କରେ ଅନେକ ଦେବୀ ଦେବତା ଙ୍କ ଶକ୍ତି ସମାହିତ ରହିଥାଏ । କେବଳ ଆମ ମାନଙ୍କୁ ତାହା ଜାଣିବାର ଥାଏ । ତେବେ ଏହା ଥିଲା ମନ୍ଦାର ଫୁଲକୁ ନେଇ କିଛି ଚମତ୍କାର କଥା । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *