କୋଟିପତି ହେବାର ଅଛି ତ ବୁଧବାର ଦିନ କରନ୍ତୁ, ଏହି 1 ଛୋଟ କାମ… ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ବୁଧବାର ଭଗବାନ ଗଣେଶ ଙ୍କ ବାର ହୋଇଥାଏ । ଏହି ଦିନ ଶ୍ରୀ ଗଣେଶଙ୍କୁ ଆରାଧନା କରାଯାଏ । ଶ୍ରୀ ଗଣେଶ ବିଘ୍ନ ହର୍ତା ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ଶ୍ରୀ ଗଣେଶ ଙ୍କ ପୂଜା ଅର୍ଚ୍ଚନା ସହିତ ଜଡିତ କିଛି ବିଶେଷ କଥା କହିବୁ । ଯାହା ବୁଧବାର ଦିନ କରିବା ମାତ୍ରେ ଆପଣ କୋଟିପତି ହୋଇପାରିବେ । ଏହି ଉପାୟଟି ବହୁତ ପ୍ରଭାବଶାଳୀ ଅଟେ ଯାହା କରିଲେ ଶ୍ରୀ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର କୃପା ଦୃଷ୍ଟି ଆପଣଙ୍କ ଉପରେ ରଖିଥାନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାର ଉପାୟ ବିଷୟରେ ।

ଭଗବାନ ଗଣେଶ ବିଘ୍ନ ହର୍ତ୍ତା ଅଟନ୍ତି ମାନେ ସେ ନିଜର ଭକ୍ତକୁ କେବେ ମଧ୍ୟ ଦୁଃଖରେ ରଖନ୍ତି ନାହିଁ । ତେବେ ଗଣେଶ ପୂଜା କରିବା ସମୟରେ ସମସ୍ତ ପୂଜା ସାମଗ୍ରୀ ରହିବା ଉଚିତ ହୋଇଥାଏ । ଯେପରିକି ଚନ୍ଦନ, କୁମକୁମ,ନାଲି ବସ୍ତ୍ର,ନାଲି ରଙ୍ଗର ଫୁଲ,ଧୂପ,ଦୀପ ଇତ୍ୟାଦି । ପ୍ରଭୁ ଗଣେଶ ଙ୍କ ପାଖରେ ସବୁବେଳେ ଘିଅର ଦୀପ ଜଳାନ୍ତୁ । ଶ୍ରୀ ଗଣେଶ ଙ୍କୁ ମନ୍ଦାର ଫୁଲ ଗଛର ପତ୍ର ଅର୍ପଣ କରି ପୂଜା ଅର୍ଚ୍ଚନା କରନ୍ତୁ ।

ବୁଧବାର ଦିନ ଏପରି କରିଲେ ଆପଣଙ୍କ ସମସ୍ତ ସମସ୍ୟା ଦୁର ହୋଇଯିବ । ଧନ ଜନିତ ସମସ୍ୟା ମଧ୍ୟ ଶେଷ ହେବ । କିନ୍ତୁ ସବୁବେଳେ ମନେ ରଖନ୍ତୁ ଶ୍ରୀ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ବର୍ଜିତ ଅଟେ । ବୁଧବାର ଦିନ ଓମ ଶ୍ରୀ ଗଣେଶୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏବଂ ପ୍ରଭୁ ଗଣେଶ ଙ୍କ ପ୍ରିୟ ଖାଦ୍ୟ ଲଡୁ ଏବଂ ମୋଦକ ଭୋଗ ଲଗାନ୍ତୁ । ଏହା ଫଳରେ ଶ୍ରୀ ଗଣେଶ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ସବୁବେଳେ ଗଣେଶଙ୍କ ସାମ୍ନାରେ ଛିଡା ହୋଇ ନିଜର ଦୁଃଖ ପ୍ରକାଶ କରନ୍ତୁ । କେବେ ମଧ୍ୟ ଭୁଲରେ ବି ଶ୍ରୀ ଗଣେଶଙ୍କୁ ପଛ ପଟରୁ ଦର୍ଶନ କରିବେ ନାହିଁ । ଏମିତି କରିବା ଦ୍ୱାରା ଜୀବନରେ ସମସ୍ୟା ବଢ଼ିଯାଇଥାଏ । ତେବେ ଚାଲନ୍ତୁ ଜାଣିବା ବୁଧବାର ଦିନ କେଉଁ ଉପାୟ କରିବା ଦ୍ଵାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଯଦି ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ବା ଆପଣଙ୍କ ଜୀବନରେ ସମସ୍ୟା ଲାଗି ରହୁଛି ତେବେ ଏହି ଉପାୟଟି ନିଶ୍ଚୟ କରନ୍ତୁ ।

ସତେଜ ଦୁବକୁ ପାଣିରେ ସଫା କରି ତିନିଟି ପତ୍ର ଥିବା ୬ ଟି ଦୁବକୁ ଗୋଟେ ସୂତାରେ ବାନ୍ଧନ୍ତୁ । ଏହି ପରି ୧୨ ଟି ଦୁବ ବିଡା ତିଆରି କରନ୍ତୁ । ଏହାକୁ ଗଣେଶଙ୍କୁ ଅର୍ପଣ କରି ନିଜର ସମସ୍ୟା ବିଷୟରେ କୁହନ୍ତୁ । ଏବଂ ଶ୍ରୀ ଗଣେଶଙ୍କୁ ଧ୍ୟାନ କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ତେବେ ବନ୍ଧୁଗଣ ଶ୍ରୀ ଗଣେଶ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶ୍ରୀ ଗଣେଶ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *