Vastu Tips- ବୁଧବାର ଦିନ କରନ୍ତୁ ଏହି 1 କାମ, ବଦଳିଯିବ ଭାଗ୍ୟ… ଘରୁ ଦୂରେଇଯିବ ସବୁ ସମସ୍ୟା

ବନ୍ଧୁଗଣ ସବୁ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚିନ୍ତ ଥାଏ । କାହାକୁ ବିବାହରେ ସମସ୍ୟା ଆସିଥାଏ ତ କାହାକୁ ଚାକିରୀରେ । ଏମିତି ଅନେକ ସମସ୍ୟା ଆସିଥାଏ ଏବଂ କିଏ ଶତ୍ରୁ ଯୋଗୁଁ ଚିନ୍ତାରେ ମଧ୍ୟ ରହିଥାଏ । କିଏ ଧନର ସମସ୍ୟା ପାଇଁ ରାତି ଦିନ ଚିନ୍ତା କରିଥାଏ ତ କିଏ ନିଜର ପରିବାର ପାଇଁ । ଆପଣଙ୍କ ସମସ୍ୟା ଯାହା ହେଉ ନା କାହିଁକି ତାହାର ସମାଧାନ ଶ୍ରୀ ଗଣେଶ କରିବେ ।

ଭଗବାନ ଗଣେଶ ଙ୍କୁ ବିଘ୍ନହର୍ତା ବୋଲି କୁହାଯାଇଥାଏ । ସେଥିପାଇଁ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ଗଣେଶଙ୍କୁ ଆରାଧନା କରିଥାଉ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଶ୍ରୀ ଗଣେଶ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ଏବଂ ଆପଣଙ୍କ ଜୀବନରେ ସମସ୍ୟା ସବୁ ସ୍ଵୟଂ ଶ୍ରୀ ଗଣେଶ ଦୂର କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ଯଦି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଆପଣ ସବୁ ବୁଧବାର ଦିନ ୨୦ ଟି ଗେଣ୍ଡୁଫୁଲ ଏବଂ ଗୋଟେ ଗୋଲାପ ଫୁଲ ରେ ଗୋଟେ ମାଳ କରି ପାଖରେ ଥିବା କୌଣସି ବର ଗଛରେ ବାନ୍ଧିଦିଅନ୍ତୁ । ଏବଂ ନିଜର ମନସ୍କାମନା ଜଣାନ୍ତୁ । ଏହା ପରେ ବିନା ପଛକୁ ଚାହିଁ ସିଧା ଗଣେଶ ଙ୍କ ମନ୍ଦିରକୁ ଯାଆନ୍ତୁ । ମନ୍ଦିରରେ ଗଣେଶ ଭଗବାନ ଙ୍କ ପ୍ରିୟ ଖାଦ୍ୟ ଅର୍ଥାତ ମୋଦକ ଭୋଗରେ ଲଗାନ୍ତୁ ଏବଂ ଓମ ଗଣପତାୟେ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହିପରି ୧୧ ଟି ବୁଧବାର କରନ୍ତୁ ଦେଖିବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଯଦି ଆପଣ ନିଜ ଭୂମି କିମ୍ବା ସମ୍ପତି ପାଇଁ ଚିନ୍ତିତ ରହିଥାନ୍ତି ତେବେ ଆପଣ ବୁଧବାର ଦିନ ଗଣେଶ ଙ୍କ ମନ୍ଦିର ଯାଇ ସେଠାରେ ଏକ ନଡ଼ିଆ, କିଛି ଚଣା ର ଭୋଗ ଲଗାନ୍ତୁ । ନଡ଼ିଆ ର ଅଧା ମନ୍ଦିରରେ ରଖନ୍ତୁ ଏବଂ ଆଊ ଅଧା ପ୍ରସାଦ ଭାବରେ ଘରକୁ ଆଣନ୍ତୁ । ଏହି ନଡ଼ିଆରେ କିଛି ଲଡୁ, ଚଣା, ସିନ୍ଦୂର ପୁରାଇ ଗୋଟେ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ ଏବଂ ଏବେ ଆପଣ ଯେଉଁ ଜାଗାରେ ଘର କରିବାକୁ ଚାହୁଁଛନ୍ତି କିମ୍ୱା ଯେଉଁ ଜାଗାରେ ସମ୍ପତି ନିଜ ନାମରେ କରିବାକୁ ଚାହୁଁଛନ୍ତି ସେହି ଜାଗାରେ ଏହାକୁ ପୋତି ଦିଅନ୍ତୁ ।

ଯଦି ଆପଣ ଧନ ଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ତେବେ ସବୁ ବୁଧବାର ଦିନ ଭିକାରି ମାନଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ । ଗାଈକୁ ଗହମରେ ତିଆରି ରୁଟି ଖାଇବାକୁ ଦିଅନ୍ତୁ । ଏହି ଦିନ ଆପଣଙ୍କୁ ପ୍ରଭୁ ଗଣେଶ ଙ୍କ ନାମ ନେଇ ବ୍ରତ ରଖିବାକୁ ହେବ । ଏବଂ ସନ୍ଧ୍ୟାରେ ଗଣେଶ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରନ୍ତୁ । ଏହା ଦ୍ବାରା ପ୍ରଭୁ ଗଣେଶ ଙ୍କ କୃପାରୁ ଆପଣଙ୍କ ଧନ ଜନିତ ସମସ୍ୟା ସବୁ ଦୂର ହେବ ଏବଂ ଆପଣଙ୍କୁ ଧନ ଲାଭ ହେବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *