ଶରୀରରେ କ୍ୟାଲସିୟମ ( Calcium ) ର ଅଭାବ ଦୂର କରୁଥିବା 10 ଟି ଖାଦ୍ୟ ( Healthy Tips )

ବନ୍ଧୁଗଣ ନମସ୍କାର, ତେବେ ଯେଉଁ ବ୍ୟକ୍ତି ଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ରହିଥିଲା ତାଙ୍କ ଶରୀର ରେ ଭିଟାମିନ D3 ଓ B12 ଏବଂ ହିମୋଗ୍ଲୋବିନ ର ମଧ୍ୟ ଅଭାବ ପରିଲକ୍ଷିତ ହୋଇଥାଏ । ମଜବୁତ ହାଡ଼ ଏବଂ ସୁସ୍ଥ ଦାନ୍ତ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଆମ ଶରୀର କୁ ଭୋଜନ ରୁ ସଠିକ ପରିମାଣ ରେ କ୍ୟାଲସିୟମ ମିଳି ନଥାଏ ତେବେ ଆମ ହାଡ଼ ଓ ଦାନ୍ତ କମଜୋର ହୋଇ ଯାଇଥାଏ ।

ଏବଂ ଆମକୁ କ୍ୟାଲସିୟମ ଅଭାବ ଜନିତ ରୋଗ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହାକୁ ଖାଇବା ଦ୍ଵାରା ଆମ ଶରୀର କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଲାଭ ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶରୀର ରେ କ୍ୟାଲସିୟମ ର ଅଭାବ ପୂର୍ଣ୍ଣ କରିବାରେ ସବୁଠାରୁ ଉତ୍ତମ ଖାଦ୍ୟ ହେଉଛି ଗାଈ କ୍ଷୀର । ଏହା ଆମ ଶରୀରକୁ ଉପଯୁକ୍ତ କ୍ୟାଲସିୟମ ଯୋଗାଇଥାଏ । ଏହା ବ୍ୟତୀତ କ୍ଷୀର ରୁ ତିଆରି ସମସ୍ତ ପ୍ରକାର ଖାଦ୍ୟ ଯଥା, ଦହି ଓ ପନିର ଆଦି ରେ ବି ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ । ତେଣୁ ଆପଣ ଯଦି ନିଜ ଶରୀର ରେ କ୍ୟାଲସିୟମ ର ଅଭାବ କୁ ଦୂର କରିବାକୁ ଚାହାନ୍ତି ତେବେ କ୍ଷୀର ଏବଂ ପନିର, ଛେନା, ଦହି ଆଦି ସେବନ କରନ୍ତୁ ।

୨. ପନିପରିବା ମଧ୍ୟରେ ପାଳଙ୍ଗ ଶାଗ, ବ୍ରୋକଲି, ମୂଳା, ଭେଣ୍ଡି ଆଦି ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଯଦି ଆପଣଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ରହିଛି ତେବେ ଏହି ସମସ୍ତ ପନିପରିବା କୁ ପ୍ରଚୁର ମାତ୍ରାରେ ସେବନ କରନ୍ତୁ ।

୩. ଅଁଳା କ୍ୟାଲସିୟମ ର ଉତ୍ସ ଅଟେ । ଏହାକୁ ସେବନ କରିବା ଦ୍ୱାରା କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ । ଏହା ବ୍ୟତୀତ ଟମାଟୋ ରେ ମଧ୍ୟ ପ୍ରଚୁର କ୍ୟାଲସିୟମ ରହିଥାଏ । ଏହା ହାଡ଼ କୁ ମଜବୁତ କରିବାରେ ସକ୍ଷମ ହୋଇଥାଏ ।

୪. ଫଳ ମଧ୍ୟରୁ କମଳା, ପିଜୁଳି, ଅମୃତଭଣ୍ଡା, ଆତ ଇତ୍ୟାଦି ରେ କ୍ୟାଲସିୟମ ର ପରିମାଣ ଅଧିକ ରହିଥାଏ । ତେଣୁ ଶରୀର ରେ କ୍ୟାଲସିୟମ ର ସନ୍ତୁଳନ କୁ ବଜାୟ ରଖିବା ନିମନ୍ତେ ଏହି ସବୁ ଫଳ ଗୁଡ଼ିକ ନିଶ୍ଚିତ ଭାବରେ ସେବନ କରନ୍ତୁ ।

୫. ଡ୍ରାଏ ଫ୍ରୁଟ୍ସ ରେ ବହୁତ ପରିମାଣ ରେ କ୍ୟାଲସିୟମ ରହିଥାଏ । ତେଣୁ ବାଦାମ, କାଜୁ, ଅଞ୍ଜିର ଭଳି ଡ୍ରାଏ ଫ୍ରୁଟ୍ସ ଗୁଡ଼ିକୁ ନିହାତି ସେବନ କରନ୍ତୁ । ଏହା ସହିତ ରାଜମା, କାବୁଲି ଚଣା, ଖସା, ସୋୟାବୀନ ଆଦି ରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ । ତେଣୁ ଆପଣ ଏହି ସମସ୍ତ ପ୍ରକାର ଖାଦ୍ୟ କୁ ନିଜ ଭୋଜନ ରେ ସାମିଲ କରନ୍ତୁ । ତେବେ ଆପଣ ଯଦି ଆପଣଙ୍କ ଶରୀର ରେ ଥିବା କ୍ୟାଲସିୟମ ର ଅଭାବ କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ଖାଦ୍ୟ ଗୁଡ଼ିକୁ ନିଶ୍ଚିତ ଭାବରେ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *