ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧା ହେବା ଶରୀର ଦୁର୍ବଳ ଲାଗିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହା ଶରୀର ର କ୍ୟାଲସିୟମ ର ଅଭାବ ପାଇଁ ଦେଖା ଯାଇଥାଏ । ତେଣୁ ଶରୀର କ୍ୟାଲସିୟମ ର ମାତ୍ରା ବୃଦ୍ଧି ପାଇଁ ଆମେ ପ୍ରତିଦିନ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ ହେଇଥାଏ ।
ତେଣୁ ଦର୍ଶକ ବନ୍ଧୁ ଏବେ ଆମେ ଆପଣଙ୍କୁ ଏମିତି ଏକ ଘରେଇ ଉପଚାର ବିଷୟରେ ଜଣାଇବୁ,ଯାହା ଆପଣ ଆପଣଙ୍କ ଘରେ ତିଆରି କରି ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର କ୍ୟାଲସିୟମ ର ପରିମାଣ ବୃଦ୍ଧି ପାଇବା ସହିତ ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଦୂର କରିପାରିବ । ତାହାଲେ ଆସନ୍ତୁ ବନ୍ଧୁ ଗଣ ଏହାର ବ୍ୟବହାର ଓ ପ୍ରସ୍ତୁତି ଓ ସେବନ ବିଧି ବିଷୟରେ ଜାଣିବା ।
ତେବେ ଆଣ୍ଠୁ ଗଣ୍ଠି ବ୍ୟଥା ହେଉଥିଲେ ଆପଣ ପ୍ରଥମେ ପଦ୍ମ ମଞ୍ଜି ଓ ପାନ ମୁହୁରି, ଗୋଲ ମରିଚ ଭଳି ସାମଗ୍ରୀ କୁ ଏକାଠି କରନ୍ତୁ । ତାପରେ ଆମେ କହିବା ଭଳି ଏହାକୁ ପ୍ରସ୍ତୁତ କରନ୍ତୁ । ପ୍ରଥମେ ଆପଣ ୧୦୦ ଗ୍ରାମ ର ପଦ୍ମ ମଞ୍ଜି ନିୟନ୍ତୁ ଓ ସମାନ ପରିମାଣ ର ମଧ୍ୟ ପାନ ମହୁରି ସେଥିରେ ମିକ୍ସ କରନ୍ତୁ । ୧୦ ଗ୍ରାମ ର ଗୋଲମରିଛ ମଧ୍ୟ ସେଥିରେ ମିକ୍ସ କରନ୍ତୁ ଓ ସେଥିରେ ପୂର୍ବରୁ ପାନ ମହୁରି ଓ ପଦ୍ମ ମଞ୍ଜି ପରି ୧୦୦ ଗ୍ରାମ ର ଧାଗା ଥିବା ମିଶ୍ରି ଭଲ ଭାବରେ ଗୁଣ୍ଡ କରି ସେଥିରେ ମିକ୍ସ କରନ୍ତୁ ।
ଏହାକୁ ଗ୍ରାଇଣ୍ଡିଂ ସାହାଯ୍ୟ ଦୁଇଗ୍ଲାସ ପାଣି ସହିତ ଗ୍ରାଇଣ୍ଡିଙ୍ଗ କରନ୍ତୁ ଏହାକୁ ଗୋଟିଏ ପାତ୍ର ସାହାଯ୍ୟରେ କାଢି ନିୟନ୍ତୁ । ଆପଣ ଚାହିଁଲେ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଏହାକୁ ଷ୍ଟୋକ କରି ରଖିପାରିବ । ତାହାଲେ ଆପଣ ପ୍ରସ୍ତୁତ କରିଥିବା ଏହି ଘରେଇ ଉପଚାର କୁ ଆପଣ ପ୍ରତେକ ଦିନ ସକାଳୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଥିବା ସମସ୍ତ ସମସ୍ୟା ଅଳ୍ପ ଦିନ ମଧ୍ୟରେ ଦୂର ହେଇଯିବ ।
ତେବେ ଅଧିକାଂଶ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କର ମଧୁମେୟ ପରି ରୋଗ ରହିଛି ତେଣୁ ସେମାନେ ଏହି ମିଶ୍ରି ମିଶ୍ରିତ ଘରେଇ ଉପଚାର କୁ ସେବନ କରିପାରିବେ ନାହିଁ ତେଣୁ ସେମାନଙ୍କ ପାଇଁ ମଧ୍ୟ ଆମ ପାଖରେ ଆଉ ଏକ ଘରେଇ ଉପଚାର ରହିଛି ଆସନ୍ତୁ ତାହାର ପ୍ରସ୍ତୁତି ବିଷୟରେ ଜାଣିବା ।
ଏହି ଉପଶମ ପ୍ରସ୍ତୁତି ପାଇଁ ଆପଣ ଙ୍କୁ ଗୋଟିଏ କଢେଇ ନିୟନ୍ତୁ ଓ ସେଥିରେ ଦୁଇ ଚାମଚ ଘିଅ ଦିୟନ୍ତୁ ଓ ତାହାକୁ ଗ୍ୟାସ ସାହାଯ୍ୟ ରେ ହାଲକା ପରିମାଣ ର ତାପ ରେ ଗ୍ୟାସ ରେ ବସାନ୍ତୁ| ସେଥିରେ ୧୦୦ ଗ୍ରାମ ର ପଦ୍ମ ମଞ୍ଜି କୁ ଭଲ ଭାବରେ ଭାଜି ନିୟନ୍ତୁ ଓ ଭାଜି ସରିଲା ପରେ ତାକୁ କାଢି ନେଇ ଥଣ୍ଡା ହେବା ରଖନ୍ତୁ ଓ ଥଣ୍ଡା ହେଇସାରିଲା ପରେ ତାକୁ ଭଲ ଭାବରେ ଚୁର୍ଣ୍ଣ କରନ୍ତୁ ଓ ଏହାକୁ ପ୍ରତେକ ଦିନ କ୍ଷୀର ସହିତ ମିଶାଇ ଖାଆନ୍ତୁ ।
କାରଣ କ୍ଷୀର ରେ ଓ ପଦ୍ମ ମଞ୍ଜିରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ, ମାଗ୍ନେସିୟମ ଭଳି ପୋଷାକ ତତ୍ୱ ରହିଥାଏ ଯାହା ଆଣ୍ଠୁ ଗଣ୍ଠି ର ଅସ୍ତିକୁ ଯୋଡିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର ହେଇଥାଏ । ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଘରେଇ ଉପଚାର ଯାହା କୁ ବ୍ୟବହାର କରିକି ଆପଣ କ୍ୟାଲସିୟମ ଓ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ ।