ପ୍ରଥମଥର ପାଇଁ ଦେଖନ୍ତୁ Rachanaଙ୍କ ରିଅଲ ଲାଇଫ Family Album

ଆମର ଓଡିଆ ଚଳଚିତ୍ର ଜଗତରେ ବହୁତ କଳାକାର ଅଛନ୍ତି । ଅନେକ କଳାକାର ନିଜର କଳା ମାଧ୍ୟମରେ ବର୍ଷ ବର୍ଷ ଧଋ ଲୋକଙ୍କ ର ପ୍ରିୟ କଳାକାର ହୋଇଥାନ୍ତି । ତେବେ ସେହି ଭଳି ଅନେକ ଲୋକ ପ୍ରିୟ କଳାକାର ମଧ୍ୟ ରୁ ରଚନା ବାନର୍ଜି ମଧ୍ୟ ଅନ୍ୟତମ । ସେ ଏବେ ପର୍ଯ୍ଯନ୍ତ ଲୋକଙ୍କର ପ୍ରିୟ ହିରୋଇନ ଭାବେ ପରିଚିତ । ସେ ଓଡିଆ ଚଳଚିତ୍ର ଜଗତକୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଅନେକ ସିନେମା ରେ ସେ ନିଜର ଜୀବନ୍ତ ଅଭିନୟ କରି ବେସ ନାମ କମେଇଛନ୍ତି । ଓଡିଆ ଘରେ ଘରେ ରଚନା ବହୁତ ଭଲ ଭାବେ ପରିଚିତ ।

ତେବେ ରଚନାଙ୍କ ସହ ସିଦ୍ଧାନ୍ତ ମହାପାତ୍ରଙ୍କ ଯୋଡି ଲୋକଙ୍କର ସବୁଠାରୁ ପ୍ରିୟ ଯୋଡି ଭାବେ ପରିଚିତ । ତେବେ ଅନେକ ଲୋକ ଏହା ମଧ୍ୟ ଭାବିଥିଲେ ଏହି ଦୁଇ ଜଣ ଅଭିନେତା ଓ ଅଭନେତ୍ରି ଭବିଷ୍ୟତ ରେବିବାହ ବନ୍ଧନ ରେ ବାନ୍ଧି ହୋଇ ପାରନ୍ତି । ଏବେ ବି ଲୋକ ରଚନା ଓ ସିଦ୍ଧାନ୍ତ ଙ୍କ ଯୋଡି କୁ ଦେଖିବାକୁ ବହୁତ ଇଛୁକ ଓ ଭଲ ମଧ୍ୟ ପାଇ ଥାନ୍ତି ।

ତେବେ ଆଜି ଆମେ ରଚନା ଙ୍କ ସହ ଜଡିତ କିଛି କଥା ଆପଣଙ୍କୁ କହିବାକୁ ଯାଉଛି । ରଚନା ୨ ଅକ୍ଟୋବର ୧୯୭୪ ରେ କଲିକତା ରେ ଜନ୍ମ ଗ୍ରହଣ କରିଥିଲେ । ରଚନା ବଙ୍ଗାଳୀ ପରିବାର ରୁ ଅଟନ୍ତି । ତେବେ ରଚନା ଅନେକ ଭାଷାରେ ସିନେମା କରିଛନ୍ତି । ସେ ବଙ୍ଗଳା , ହିନ୍ଦୀ , ତାମିଲ , ଓଡିଆ ଆଦି ରେ ନିଜର ପ୍ରତିଭା ଦେଖାଇଛନ୍ତି ।

ସେ ଜଣେ ସଫଳ ଅଭିନେତ୍ରୀ ଭାବେ ବେଶ ପରିଚିତ । ରଚନାଙ୍କ ପ୍ରଥମେ ୧୯୯୩ ମସିହା ରେ ଓଡିଆ ଚଳଚିତ୍ର ରେ କାର୍ଯ୍ୟ କରିଥିଲେ ସେହି ଓଡିଆ ଚଳଚିତ୍ର ଟି ହେଉଛି ” ସାଗର ଗଙ୍ଗା ” । ତେବେ ଏହି ସିନେମା ପରେ ଅନେକ ଚଳଚିତ୍ର ରେ କାର୍ଯ୍ୟ କରିଥିଲେ ରଚନା । ରଚନା ପରେ ଓଡିଆ ଚଳଚିତ୍ର କୁ ଛାଡି ନିଜର ଜନ୍ମ ମାଟି କୁ ଫେରି ଯାଇଥିଲେ ।

ସେଠାରେ ସେ ବଙ୍ଗଳା ର ଏକ ଟିଭି ର ରିଆଲଟି ଷୋ ରେ ଆଙ୍କରିଙ୍ଗ କରୁଛନ୍ତି । ରଚନା ନିଜକୁ ୨୦୦୭ ରେ ବିବାହ ବନ୍ଦନ ରେ ବାନ୍ଧି ଦେଇଥିଲେ । ରଚନାଙ୍କ ସ୍ଵାମୀ ହେଉଛନ୍ତି ପ୍ରୋବଳ ବାସୁ । ତେବେ ରଚନାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ।

ତେବେ ରଚନାଙ୍କର ଏକ କାନ୍ଦିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଏହା ଦେଖି ଅନେକ ,ଲୋକ ଭବିଛନ୍ତି କି ରଚନାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି । ତେବେ ଏହି କଥା ଟି ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି । କିନ୍ତୁ ଏହା ସତ ଅଟେ ନାହି । ବଙ୍ଗଳା ଜଗତ ର ଏକ କଳାକାର ଅଭିଷେକ ଚଟ୍ଟର୍ଜୀଙ୍କ ମୃତ୍ୟୁ ହେଇଛି ତେଣୁ ରଚନା ତାଙ୍କ କଥା ରେ ଦୁଖ ପ୍ରକାଶ କରି କାନ୍ଦି ଥିଲେ ।

Leave a Reply

Your email address will not be published. Required fields are marked *