Vastu Tips – ନିଜ ରାଶି ଅନୁସାରେ ଘରେ କେଉଁ ପଶୁପକ୍ଷୀ ପାଳିଲେ ଧନର ବୃଦ୍ଧି ଘଟିଥାଏ

ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ଏକ ସୁଖମୟ ଜୀବନ ଯାପନ କରିବାକୁ ଚାହିଁଥାନ୍ତି । ଏଥି ପାଇଁ ସମସ୍ତେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ନିଜର ରାଶି ଅନୁସାରେ କିଛି ଗୃହପାଳିତ ପଶୁ ବା ପକ୍ଷୀ ଙ୍କୁ ନିଜ ଘରେ ରଖିବେ ତେବେ ଆପଣଙ୍କ ଘର ସୁଖ ସମୃଦ୍ଧି ପରିପୂର୍ଣ୍ଣ ହୋଇଯିବ । ଆଜି ଆମେ ଆପଣଙ୍କୁ ଆପଣଙ୍କ ରାଶି ଅନୁଯାୟୀ କିଛି ପଶୁପକ୍ଷୀ ଙ୍କ ନାମ କହିବୁ ଯାହାଙ୍କୁ ପାଳିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ସୁଖ ମଧ୍ୟ ପ୍ରାପ୍ତି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ମେଷ ରାଶି:- ଏହି ରାଶିର ଲୋକ ବିଲେଇ ପାଳନ୍ତି ତେବେ ଏମାନେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଖାଦ୍ୟର ଅଭାବ ମଧ୍ୟ ରହିବ ନାହିଁ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି କୁକୁର ପାଳନ୍ତୁ ଏହା ଦ୍ବାରା ଆପଣଙ୍କ ପରିବାରରେ କେବେ ମଧ୍ୟ କୌଣସି ସମସ୍ୟା ଦେଖାଯିବ ନାହିଁ । ଧନ ଓ ସୁଖ ଶାନ୍ତି ମିଳିବ ।

ମିଥୁନ:- ଏହି ରାଶିର ବ୍ୟକ୍ତି ଶୁଆ ପାଳନ୍ତୁ । ଆପଣଙ୍କ ପାଇଁ ଶୁଆ ବହୁତ ଶୁଭ ହୋଇଥାଏ । ଏହା ଦ୍ବାରା ଆପଣଙ୍କ ଜୀବନର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ।

କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ଯଦି ଘୋଡ଼ା ପାଳନ୍ତି ତେବେ ଏମାନଙ୍କ ଜୀବନରେ ସଫଳତା ଖୁବ ଶୀଘ୍ର ଆସିଥାଏ । ଯଦି ଅସଲି ଘୋଡ଼ା ମିଳୁନାହିଁ ତେବେ ଆପଣ ଘୋଡାର ମୂର୍ତ୍ତି ଆଣି ମଧ୍ୟ ରଖିପାରିବେ ।

ସିଂହ ରାଶି:- ଏହି ରାଶିର ବ୍ୟକ୍ତି ଯେକୌଣସି ପଶୁପକ୍ଷୀ ପାଳି କରିବେ । ଆପଣଙ୍କୁ ସବୁବେଳେ ସୁଖମୟ ଜୀବନ ମିଳିବ । ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେବ ।

କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାଛ ପାଳନ୍ତୁ । ଏହା ଦ୍ବାରା ଆପଣଙ୍କୁ ଧନ ସମ୍ପତି ଲାଭ ହୋଇଥାଏ । ଆପଣଙ୍କ ପରିବାରରେ ଖୁସିର ଲହରୀ ଆସିଥାଏ ।

ତୁଳା ରାଶି:- ଏହି ରାଶିର ବ୍ୟକ୍ତି ମୂଷା ପାଳନ୍ତୁ ଦେଖିବେ ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ହେବ ନାହିଁ । ଆପଣ ସବୁବେଳେ ସୁଖମୟ ସମୟ ଅତିବାହିତ କରିବେ ।

ବିଛା ରାଶି:- ଏହି ରାଶିର ବ୍ୟକ୍ତି ବିଲେଇ ପାଳନ୍ତୁ । ଏହା ଦ୍ବାରା ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଏବଂ ଆପଣଙ୍କୁ ସବୁଥିରେ ଲାଭ ମଧ୍ୟ ହୋଇଥାଏ ।

ଧନୁ ରାଶି:- ଏହି ରାଶିର ବ୍ୟକ୍ତି ପାରା ପାଳନ୍ତୁ ଏହା ଦ୍ବାରା ଆପଣଙ୍କ ପରିବାରରେ ସବୁବେଳେ ଶାନ୍ତି ରହିଥାଏ ଏବଂ ଆପଣଙ୍କ ଜୀବନରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ ।

ମକର ରାଶି:- ଏହି ରାଶିର ବ୍ୟକ୍ତି ଠେକୁଆ ପାଳନ୍ତୁ ଦେଖିବେ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ । ଆପଣଙ୍କୁ ଧନ ଲାଭ ହେବ ।

କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗୀନ ଚଢ଼େଇ ଆଣି ପାଳନ୍ତୁ ଦେଖିବେ ଆପଣଙ୍କ ଜୀବନରେ ମଧ୍ୟ ରଙ୍ଗ ଭରିଯିବ । ଏବଂ ଆପଣ ବହୁତ ଖୁସିରେ ରହିବେ ।

ମୀନ ରାଶି:- ଏହି ରାଶିର ବ୍ୟକ୍ତି କୁକୁର ପାଳନ କରନ୍ତୁ । ଦେଖିବେ ଏହା ଦ୍ବାରା ଆପଣଙ୍କୁ ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଏବଂ ଆପଣଙ୍କୁ କେବେ କୌଣସି ଜିନିଷର ଅଭାବ ରହିବ ନାହିଁ । ତେବେ ବନ୍ଧୁଗଣ ଆପଣଙ୍କ ରାଶି କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *