Vastu Tips- ଯେଉଁ ଘରେ ଥାଏ ଏହି 5ଟି ଜିନିଷ, ସେହି ଘରକୁ କେବେ ବି ଆସିନଥାଏ ଦରିଦ୍ରତା

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ଵ ରହିଛି । ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ବହୁତ ସମସ୍ୟା ଦେଖାଯାଏ । ଏମିତିରେ ବାସ୍ତୁ ଦୋଷ କାରଣରୁ ଘରେ ଦରିଦ୍ରତା ଆସିବା, ଟଙ୍କା ଖର୍ଚ ହୋଇଯିବା ବହୁତ ସାଧାରଣ ସମସ୍ୟା ଅଟେ । ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟା କୁ ଦୂର କରିବା ପାଇଁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ବିଷୟରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।

ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଘରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ ଓ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ଗଣେଶ ଙ୍କ ମୂର୍ତି;- ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ । ଘରେ ଯେତେବେଳେ ବି ନୂଆ କାର୍ଯ୍ୟ ଆରମ୍ଭ କରାଯାଏ ତେବେ ସର୍ବେ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ । ଏମିତି କୁହାଯାଏ କି ସର୍ବେ ପ୍ରଥମେ ଗଣେଶ ବନ୍ଦନା ଗାନ କରିବା ଦ୍ଵାରା କୌଣସି ବି କାମ କେବେ ବି ଖରାପ ହୁଏ ନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ଘରେ କମ ରୁ କମ ଗୋଟିଏ ଗଣେଶ ମୂର୍ତ୍ତି ରଖିବା ଉଚିତ । ଗଣେଶଙ୍କ ମୂର୍ତ୍ତିକୁ ଏହିଭଳି ସ୍ଥାନରେ ରଖନ୍ତୁ ଯେଉଁଠି ତାଙ୍କର ନଜର ଘରର ମୁଖ୍ୟ ଦ୍ଵାର ଉପରେ ପଡିବ । ଏହିଭଳି କରିବା ଦ୍ଵାରା ଘରେ ଲକ୍ଷ୍ମୀ ଜଲ୍ଦି ଆସନ୍ତି । ଘରୁ ସବୁବେଳେ ଦରିଦ୍ରତା ଦୂରରେ ରହିଥାଏ ।

ଶଙ୍ଖ ;- ଘରେ ଶଙ୍ଖ ରଖିବା ଦ୍ଵାରା ଏହା ବାସ୍ତୁ ଦୋଷକୁ ଦୂର କରିଥାଏ । ଶଙ୍ଖକୁ ସନ୍ଧ୍ୟା ଓ ସକାଳ ସମୟରେ ବଜାଇବା ଦ୍ଵାରା ଘରର ବାତାବରଣ ଶୁଭ ଓ ସକାରତ୍ମକ ହୋଇଥାଏ । ଶଙ୍ଖର ଧ୍ୱନିରେ ଘରର ସମସ୍ତ ନକରାତ୍ମକ ଊର୍ଜା ବାହାରକୁ ଚାଲିଯାଏ । ଘରେ ଶଙ୍ଖ ନେବା ସମୟରେ ଏହା ଧ୍ୟାନ ରଖନ୍ତୁ କି ଏହା ଦକ୍ଷିଣମୁଖୀ ହିଁ ହୋଇଥିବ ।

ମାଛ ;- ଘର ଭିତରେ ମାଛ ରଖିବା ଦ୍ଵାରା ବହୁତ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏମିତି କୁହାଯାଏ କି ଘରେ କିମ୍ବା ଅଫିସରେ ମାଛ ରଖିବା ଦ୍ଵାରା ସକାରାତ୍ମକ ଊର୍ଜା ଆସିଥାଏ । ସେଠି କାହାକୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡେ ନାହିଁ ।

ମାତା ଲକ୍ଷ୍ମୀ କୁବେର ଙ୍କ ଫୋଟୋ;- ଘରେ ଏମିତି ବି ଗୋଟିଏ ପ୍ରତିମା କିମ୍ବା ଫଟୋ ରଖନ୍ତୁ ଯେଉଁଥିରେ କୁବେର ଓ ମାତା ଲକ୍ଷ୍ମୀ ବିରାଜମାନ ଥିବେ । ଏହାକୁ ସବୁବେଳେ ଉତ୍ତର ଦିଗରେ ରଖନ୍ତୁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ସଦା ସର୍ବଦା ଆପଣଙ୍କ ଉପରେ ରହିବ । ଏବଂ ଆପଣଙ୍କୁ ଧନ ଲାଭ ହେବ ।

ବଇଁଶି;-  ଘରେ ବଇଁଶି ରଖିବା ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବଇଁଶି  ରଖିବା ଦ୍ଵାରା ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଘରେ ଚାନ୍ଦିର ବଇଁଶି ରଖୁଛନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ । ନଚେତ ଆପଣ ସାଧାରଣ ବାଂସୁରୀ ବି ନିଜ ଘରେ ରଖି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *