ଘରେ କାହାର ପାଦ ଧୁଳି ପଡିଲେ ଧନୀ ଓ କାହାର ପାଦ ଧୁଳି ପଡିଲେ ଦରିଦ୍ର ହୋଇଥାଏ ମଣିଷ ? Ajira Anuchinta

ଜୀବନରେ ଏପରି କିଚି ନୀତିନିୟମ ରହିଛି ଯାହା ପାଳନ କରିବା ନିତାନ୍ତ ଆବଶ୍ୟକ । ଅଭାବ ଦାରିଦ୍ରତା ଦୁରେଇ ସୁଖ ସୌଭାଗ୍ୟ ପ୍ରାପ୍ତ ହେବ । ପୋଡି ଯାଇଥିବା ବସ୍ତ୍ର କେବେବି ପିନ୍ଧିବା ଉଚିତ ନୁହେଁ । କିମ୍ବା ନିଆଁ ଗୁଳା ପଡି ଟିକେ ବି କଣା ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ମାଙ୍କଡ଼ ଯଦି ଆପଣଙ୍କ ଘରେ ପ୍ରବେଶ କରିଥାଏ ତେବେ ଆପଣଙ୍କ ଘରେ ଅର୍ଥ ହାନି ହୋଇଥାଏ । ପ୍ରତିକାର ସ୍ୱରୂପ ବ୍ରାହ୍ମଣଙ୍କୁ ହନୁମାନ ଚାଲିଶା ସହିତ କିଛି ଦକ୍ଷିଣା ଦାନ କରିବା ଉଚିତ । ଲୁଣ କୁ କାଚ ପାତ୍ରରେ ରଖିବା ଉଚିତ ।

ଏଥିରେ ଯଦି ୪ ଟି ଲବଙ୍ଗ ପକାଇ ରଖିବେ ତେବେ ଆପଣଙ୍କ ର ଋଣ ଭାର କମିଥାଏ ଓ ଆର୍ଥିକ ସ୍ଥିତି ଭଲ ହୋଇଥାଏ । ପ୍ରତେକ ଦିନ ଗୀତାର ଗୋଟିଏ ଶ୍ଳୋକ ପାଠ କରିବା ଉଚିତ । ଗର୍ଭବତୀ ମହିଳା ଯଦି ପ୍ରତେକ ଦିନ ଗୋଟିଏ ଶ୍ଳୋକ ଗୀତା ର ପାଠ କରିବେ ଏହା ବହୁତ ମଙ୍ଗଳ ହୋଇଥାଏ । ଠାକୁର ପୂଜା କରିବା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଉଚିତ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ ତମ୍ବା ମୁଦି ପିନ୍ଧିବା ମଙ୍ଗଳକାରୀ ହୋଇଥାଏ । ସୂର୍ଯ୍ୟ ଅସ୍ତ ହେବା ପରେ ବାହାର ଲୋକଙ୍କୁ କେବେବି କ୍ଷୀର, ହଳଦୀ , ଝାଡୁ ଆଦି ଦେବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ । ମହୁଫେଣା ଯଦି ଘରେ କିମ୍ବା ବାଡ଼ି ରେ ହୋଇଥାଏ । ତେବେ ଏହାକୁ ଭାଙ୍ଗିବା ଉଚିତ ନୁହେଁ ଏହା ବହୁତ ଶୁଭ ଅଟେ ।

ଦୋକାନରେ ଦୁଇଟି ଗୋମତି ଚକ୍ର କୁ ଲାଲ କପଡା ରେ ବାନ୍ଧି ପଇସା ବାକ୍ସ ରେ ରଖିବା ଦ୍ୱାରା ଏହା ଆପଣଙ୍କ ପାଈଁ ଶୁଭ ଓ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ନିମ୍ବ ଗଛ କେବେବି କାଟିବା ଉଚିତ ନୁହେଁ ବା ନିମ୍ବ କାଠ କେବେବି ଜାଳିବା ଉଚିତ ନୁହେଁ । ଏହାର ଧୂଆଁ ନାକ ରେ ବାଜିଲେ ନପୁଂସକ ଭଳି ରୋଗ ଦେଖା ଦେଇଥାଏ ।

ନଖ ଓ ଦାଢ଼ି କେବେବି ବାଥରୁମ ରେ କାଟିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ଓ ଅମଙ୍ଗଳକାରୀ ହୋଇଥାଏ । ଛେଳି ଖୁରାର ଧୁଳି ବା ଘୁଷୁରୀ ଖୁରାର ଧୂଳି କେଵବି ଆପଣଙ୍କ ଘରେ ପଡିବା ଉଚିତ ନୁହେଁ । ଏହା ଦ୍ୱାରା ଦାରିଦ୍ରତା ଓ ଅଶୁଭ ହୋଇଥାଏ । ଗୁରୁଜନଙ୍କ ପାଖରେ ବସିବା ସମୟରେ କେବେବି ବଡ଼ ପାଟିରେ ହସିବା ଉଚିତ ନୁହେଁ ବା ନିଜର ଆଙ୍ଗୁଠି ଫୁଟାଇବା ଉଚିତ ନୁହେଁ ।

ଏହା ଅମଙ୍ଗଳ ହୋଇଥାଏ । ଘରର ସମ୍ନାରେ କେଵବି ପଥର ଗଦାଇ ରଖିବା ଉଚିତ ନୁହେଁ । ଘରର ସମ୍ନାରେ କଣ୍ଟା ଗଛ ବା କ୍ଷୀର ଥିବା ଗଛ ରଖିବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ବିବାହିତ ମହିଳା ହାତରୁ ଯଦି ସିନ୍ଦୁର ଫରୁଆ ଟି ଖସି ପଡେ ତେବେ ଏହା ବହୁତ ଅଶୁଭ ହୋଇଥାଏ । ବୃନ୍ଦାବତୀଙ୍କ ଆଗରେ ଦୀପ ଜାଳି ବସିବା ଦ୍ୱାରା ମଙ୍ଗଳ ହୋଇଥାଏ ।

Leave a Reply

Your email address will not be published. Required fields are marked *