ବିନା ଔଷଧରେ ହାଇ BP ସବୁଦିନ ପାଇଁ କୋଣ୍ଟ୍ରୋଲ ହେବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ହାଇ ବିପି ଭଳି ସମସ୍ୟା ଆଜି କାଲି ପ୍ରତେକ ଘରେ ଏକ କମନ ରୋଗ ହୋଇଗଲାଣି । ପ୍ରତେକ ଘରେ ଜଣେ ନା ଜଣେ ହାଇ ବ୍ଲଡପ୍ରେସର ରୋଗୀ ନିଶ୍ଚିନ୍ତ ଥିବେ । ଯଦି ଥରେ କୌଣସି ବ୍ୟକ୍ତିକୁ ହାଇ ବିପି ଭଳି ସମସ୍ୟା ହୋଇଯାଏ ତେବେ ଜୀବନସାରା ତାକୁ ଔଷଧର ସେବନ କରିବାକୁ ପଡ଼ିଥାଏ । କିନ୍ତୁ ଏହି ଔଷଧ ର ସେବନ କରିବା ଦ୍ୱାରା ଆମ ଶରୀରରେ ସାଇଡ ଇଫେକ୍ଟ ମଧ୍ୟ ପଡ଼ିଥାଏ ।

ତେବେ ଆଜି ଆମେ ଆପଣଙ୍କ ସହ ଏମିତି ଏକ ପ୍ରାକୃତିକ ଘରୋଇ ଉପାୟ ସେୟାର କରିବୁ ଯାହାକୁ ସେବନ କରି ଆପଣ ବିନା ଔଷଧରେ ଆପଣଙ୍କ ହାଇ ବିପି କୁ ନିୟନ୍ତ୍ରଣ କରିପାରିବେ । ଯଦି ଆପଣଙ୍କୁ ହାଇ ବିପି ଭଳି ସମସ୍ୟା ଏବେ ଏବେ ଆରମ୍ଭ ହୋଇଛି ତେବେ ଆପଣ ଏହାକୁ ସଦା ସର୍ବଦା ପାଇଁ ଠିକ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବ୍ଲଡ଼ ପ୍ରେସର ବଢିବାର ବହୁତ କାରଣ ରହିଥାଏ । ଏହା ଜେନିଟିକାଲ ହୋଇପାରେ, ଆଜି କାଲିର ଖାଦ୍ୟ ଦ୍ୱାରା ମଧ୍ୟ ହୋଇପାରେ, କିନ୍ତୁ ମୁଖ୍ୟ କାରଣ ହେଉଛି ଶରୀରରେ ସୋଡ଼ିଅମ୍ ର ଇଣ୍ଟେକ ଏବଂ କଲେଷ୍ଟ୍ରୋଲ । ଏହା ଦ୍ବାରା ଶରୀରରେ ଫ୍ୟାଟ ବଢ଼ିଥାଏ ଏବଂ ଆପଣଙ୍କ ବ୍ଲଡ଼ ପ୍ରେସର ବଢ଼ିଥାଏ । ଏହା ଆପଣଙ୍କ ହାର୍ଟ ଏବଂ ବ୍ରେନ ଉପରେ ପ୍ରଭାବ ପକାଇଥାଏ ।

ଅଧିକାଂଶ ଲୋକଙ୍କୁ କେବଳ ଏହି କାରଣ ପାଇଁ ହାଇ ବ୍ଲଡପ୍ରେସର ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ ଜାଣି ନିଅନ୍ତୁ ଏମିତି କଣ ଉପାୟ ରହିଛି ଯାହାର ପ୍ରୟୋଗ କରି ଆପଣ ନିଜର ହାଇ ବିପି କଣ୍ଟ୍ରୋଲ କରିପାରିବେ । ସର୍ବେ ପ୍ରଥମେ ଆପଣଙ୍କୁ ଦରକାର ଫ୍ଲାକ ଶିଡ ଯାହାକୁ ଆଲାସି ମଧ୍ୟ କୁହାଯାଇଥାଏ । ଏହା ଆମ ଶରୀରରେ କଲେଷ୍ଟ୍ରୋଲ ଜମା ହେବାକୁ ଦେଇନଥାଏ ଯାହା ଦ୍ଵାରା ବ୍ଲଡପ୍ରେସର ଭଳି ସମସ୍ୟା ହୋଇନଥାଏ ।

ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ସେବନ କରିବେ । ପ୍ରଥମେ ଆପଣ ଏକ ପାତ୍ରରେ ୨ କପ ପାଣି ନିଅନ୍ତୁ ଏବଂ ସେଥିରେ ଗୋଟେ ଚାମଚ ଫ୍ଲାକ ଶିଡ ପକାଇ ଦିଅନ୍ତୁ । ଏହାକୁ ୫ମିନିଟ ଫୁଟାନ୍ତୁ ଏହା ପରେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ ଏହାକୁ ଛାଣି ନିଅନ୍ତୁ ଏବଂ ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ । ବର୍ତ୍ତମାନ ଏହା ପ୍ରସ୍ତୁତ ।

ଆପଣ ଏହାକୁ ଦିନରେ ଯେତେବେଳ ସମୟରେ ମଧ୍ୟ ସେବନ କରିପାରିବେ । ଗୋଟେ ଦିନରେ ଏହାକୁ ୨ ଥର ସେବନ କରନ୍ତୁ । ଦେଖିବେ ଆପଣଙ୍କ ହାଇ ବିପି ଭଳି ସମସ୍ୟା ଅଳ୍ପ ଦିନରେ ଦୁର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *