Interesting GK Questions – କଲଘାସ ବଣେ ଧଇଲି ଚୋର ନଖ ମୁଣ୍ଡରେ ତାର ହେଲା ବିଚାର ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।

୧:- କଞ୍ଚା ହଳଦିଆ ପାଚିଲେ କଳା, ନକହିପାରିଲେ ରାଜ୍ୟରୁ ପଳା ?

ଉତ୍ତର:- ଖଜୁରୀ ହେଉଛି ସଠିକ ଉତ୍ତର ।

୨:- କଞ୍ଚାବେଳେ ଲତପତ ପାଚିଗଲେ ଟାଣ, ଏ ଢଗଟି କହିଦିଏ ହେ ମୋର ରହିଲା ରାଣ ?

ଉତ୍ତର:- ହାଣ୍ଡି ହେଉଛି ସଠିକ ଉତ୍ତର ।

୩:- କଳାଘାସ ବଣେ ଧଇଲି ଚୋର,ନଖ ମୁଣ୍ଡିରେ ତା ହେଲା ବିଚାର ?

ଉତ୍ତର:- ଉକୁଣୀ ହେଉଛି ସଠିକ ଉତ୍ତର ।

୪:- କାଟିଲେ ରକଚ ନାହିଁ,କୁଟିଲେ ଅନ୍ତ ନାହିଁ, କି ଜୀବ ସେ କହରେ ଭାଇ ?

ଉତ୍ତର:- ଚିଙ୍ଗୁଡ଼ି ହେଉଛି ସଠିକ ଉତ୍ତର ।

୫:- କାଠର ବାଛୁରୀ ପଥର ଗାଈ,ଯେତେ ଦୁହୁଁଥିଲେ ପନହଉ ଥାଇ ?

ଉତ୍ତର:- ଚନ୍ଦନ କାଠ ଓ ପେଡ଼ି ହେଉଛି ସଠିକ ଉତ୍ତର ।

୬:- କାଳୀ ଗାଈ, ଧରିପକାଇଲେ ଛେରି ପକାଇ ?

ଉତ୍ତର:- ଚକି ( ଘୋରଣା ) ହେଉଛି ସଠିକ ଉତ୍ତର ।

୭:- କୃପଣ ନୁହଁଇ ସଞ୍ଚଇ ଧନ, ଚୋର ନୁହେଁ ହରେ ପରର ଧନ ସକଳ ଛେଦଇ ଅସ୍ତ୍ର ନୁହଁଇ, ମୁନି ନୁହେଁ ଗୁମ୍ଫା ଭିତରେ ଥାଇ ?

ଉତ୍ତର:- ମୂଷା ହେଉଛି ସଠିକ ଉତ୍ତର ।

୮:- ଗଛ ଲଗାଇଲି ଫଳିବା ପାଇଁ, ଫଳିଲା ପାଚିଲା ଝଡିଲା ନାହିଁ ?

ଉତ୍ତର:- ଭେଣ୍ଡି ହେଉଛି ସଠିକ ଉତ୍ତର ।

୯:- ଗରମ ପାଇଲେ ଆକାଶେ ଉଡେ,ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର:- ବାଷ୍ପ ହେଉଛି ସଠିକ ଉତ୍ତର ।

୧୦:- ଗାତଟି ଅଣଠୁଏ, କୁଟଖାଏ ପାଣ୍ଠିଏ ?

ଉତ୍ତର:- ଚୂଲି ହେଉଛି ସଠିକ ଉତ୍ତର ।

୧୧:- ଚଢ଼େଇ ନୁହେଁ ସେ ଗଛର ଫଳ,ପେଟ ଭରା ଥାଏ ପାଣି ଅଥଳ ?

ଉତ୍ତର:- ପଇଡ଼ ହେଉଛି ସଠିକ ଉତ୍ତର ।

୧୨:- ବର୍ଷକରେ ମୋତେ ଥରେ କିଣିଯାଏ, ପୁରା ବର୍ଷ ବ୍ୟବହାର କରାଯାଏ ପରେ ଫୋପାଡି ଦିଆଯାଏ ?

ଉତ୍ତର:- କ୍ୟାଲେଣ୍ଡର ହେଉଛି ସଠିକ ଉତ୍ତର ।

୧୩:- ଏମିତି କିଏ ଯିଏ ବିନା ପଇସାରେ ଦୌଡିଥାଏ ଓ କେବେ ଫେରିକି ଆସେ ନାହି ?

ଉତ୍ତର:- ସମୟ ହେଉଛି ସଠିକ ଉତ୍ତର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *