କେଶ ଝଡିବା ସମସ୍ଯା ଦୂର ହେବା ସହ ଧଳା କେଶ ଆସିବ ନାହିଁ

ଆଜିକା ସମୟରେ ଝିଅ ବା ମହିଳାଙ୍କ ଠାରେ ଚୁଟି ଝଡିବା ଏବଂ ଚୁଟି ଧଳା ହେବାର ଦେଖା ଯାଉଛି । କେବଳ ମହିଳା ନୁହନ୍ତି ପୁରୁଷ ମାନଙ୍କର ମଧ୍ୟ ଚୁଟି ବହୁତ ଜଲ୍ଦି ଧଳା ହୋଇ ଯାଉଛି । ଏଥିପାଇଁ କିଛି ଲୋକ ମାନେ ବାହାରୁ ମିଳିଥିବା ଚୁଟି କଳା କରିବା କଲର ବ୍ୟବହାର କରିଥାନ୍ତି । ଏହାକୁ ବ୍ୟବହାର କରିବା ଦ୍ଵାରା ଧଳା ଚୁଟି କିଛି ସମୟ ପାଇଁ କଳା ହୋଇଯାଇଥାଏ ।

କିନ୍ତୁ ଏହା ପରେ ପୁଣି ଚୁଟି ଧଳା ହେବାକୁ ଲାଗିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା କେଶ ପ୍ରାକୃତିକ ଉପାୟରେ ଧଳାରୁ କଳା ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

ଆପଣମାନେ ଜାଣିଥିବେ କି ଘରେ ମା ଖାଦ୍ୟରେ ଭୃଷଙ୍ଗ ପତ୍ର ବ୍ୟବହାର କରିଥାନ୍ତି । ତେବେ ଏହି ଭୃଷଙ୍ଗ ପତ୍ର ଖାଇବା ଆମ ଦେହ ପାଇଁ ଉପକାରୀ ହୋଇଥାଏ ଏହା ସହ ଏଥିରୁ ଚୁଟିକୁ ଧଳା କରିବାର ମଧ୍ୟ ଗୋଟେ ବେଷ୍ଟ ଉପାୟ ଅଛି । ଆଜିକାଲି ସମସ୍ତଙ୍କ ଚୁଟି ବହୁତ କମ ବୟସରୁ ହିଁ ଧଳା ହେବାକୁ ଲାଗୁଛି । ଏଥିପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଉପଚାର ତିଆରି କରିବା ପାଇଁ ୫୦ ଗ୍ରାମ ନଡିଆ ତେଲ, ୧୦୦ ଗ୍ରାମ ଭୃସୁଂ ପତ୍ର ର ଆବଶ୍ୟକତା ରହିଛି ।

ଏହା ପରେ ଏକ ପ୍ୟାନରେ ନଡିଆ ତେଲ ପକାନ୍ତୁ । ଏହା ପରେ ଏଥିରେ ଭୃଶୁଙ୍ଗ ପତ୍ର ପକାନ୍ତୁ । ଏହା ପରେ ୧୦ ମିନିଟ ଯାଏଁ ଗ୍ଯାସ ସିମ କରି ଏହାକୁ ଭଲ ଭାବେ ଫୁଟାନ୍ତୁ । ୧୦ ମିନିଟ ପରେ ଦେଖିବେ ନଡ଼ିଆ ତେଲର ରଙ୍ଗ ବଦଳିବାକୁ ଲାଗିବ । ଏହା ପରେ ଏହାକୁ କିଛି ସମୟ ଥଣ୍ଡ ହେବା ପାଇଁ ବାହାରେ ରଖିଦିଅନ୍ତୁ । ଥଣ୍ଡା ହେବା ପରେ ତାକୁ ଗୋଟେ ବୋତଲରେ ଭର୍ତି କରିଦିଅନ୍ତୁ । ଏହି ତେଲକୁ ସପ୍ତାହରେ ୪ଥର ନିଜ ଚୁଟିରେ ଲଗାନ୍ତୁ ।

ଏମିତି କରିବା ଦ୍ୱାରା ଆପଣ ନିଜେ ଏହାର ଫାଇଦା ଖୁବ ଅଳ୍ପ ଦିନରେ ଅନୁଭବ କରିବେ । ଏହି ତେଲ ଲଗାଇଲି ଧଳା ଚୁଟି କଳା ହେବା ସହ ଚୁଟି ଝଡ଼ିବା ମଧ୍ୟ କମ ହୋଇଯିବ । ଏବଂ ଆପଣଙ୍କ ଚୁଟି ସୁନ୍ଦର ଏବଂ ମୋଟା ଦେଖାଯିବ । ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାରର କଲର ମିଳୁଚି ହେଉଛି କିନ୍ତୁ ଏହା ବ୍ୟବହାର କରିବା ଦ୍ଵାରା ଆମ ଚୁଟି ବେଶୀ ଖରାପ ହୋଇଥାଏ । ତେଣୁ ଆଜିର ଆମର ଏହି ପ୍ରାକୃତିକ ଉପାୟ ଦ୍ଵାରା ଆପଣଙ୍କ ଚୁଟି ସବୁ ଦିନ ପାଇଁ କଳା ହୋଇଯିବ । ତେବେ ଏହି ଉପୟକୁ ନିଶ୍ଚୟ ବ୍ୟବହାର କରନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *