ଜନ୍ମଦିନ ପାଳନ କରୁଥିବା ଝିଅମାନଙ୍କ ଏହି ଫଟୋରେ ଲୁଚିଛନ୍ତି Heroinଙ୍କୁ ଚିହ୍ନିକି ଦେଖାନ୍ତୁ

ବର୍ତ୍ତମାନ ସମସ୍ତେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ସବୁଦିନ ସମସ୍ତେ ନିଜର କିଛି ନା କିଛି ଫଟୋ ଶେୟାର କରୁଛନ୍ତି । ଏମିତିରେ ବର୍ତ୍ତମାନ ଏକ ବହୁତ ପୁରୁଣା ଫଟୋ ସାମ୍ନାକୁ ଆସିଛି । ଯାହାକି ଭାଇରାଲ ବି ହେଉଛି । ବର୍ତ୍ତମାନ ଦିନରେ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ପିଲାଦିନର ଗୋଟିଏ ଫଟୋ ବହୁତ ଚର୍ଚାରେ ଅଛି । ଐଶ୍ୱର୍ୟା ୧୯୯୪ରେ ବିଶ୍ଵ ସୁନ୍ଦରୀ ତାଜ ନିଜ ନାଁରେ କରିଥିଲେ । ବଲୀଉଡରେ ବି ସେ ଟପ ଅଭିନେତ୍ରୀ ରହିସାରିଛନ୍ତି । ଐଶ୍ୱର୍ୟା ରାୟ ବର୍ତ୍ତମାନ ୪୮ ବର୍ଷର ହୋଇ ସାରିଛନ୍ତି ।

କିନ୍ତୁ ଆଜି ବି ତାଙ୍କର ସୁନ୍ଦରତା କମ ହୋଇ ନାହିଁ । ପିଲାଦିନେ ବି ସେ ବହୁତ ସୁନ୍ଦର ଦେଖା ଯାଉ ଥିଲେ । ଭାଇରାଲ ହେଉଥିବା ଫଟୋରେ ଆପଣ ତାଙ୍କର ସୁନ୍ଦରତାର ପ୍ରମାଣ ପାଇ ପାରିବେ । ଐଶ୍ୱର୍ୟା ରାୟଙ୍କ ପିଲାଦିନର ଗୋଟିଏ ଫଟୋ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ବହୁତ ଝିଅଙ୍କ ସହ ନଜର ଆସୁଛନ୍ତି ।

ଏହି ଦୃଶ୍ୟ କୌଣସି ଜନ୍ମ ଦିନର ପାର୍ଟିର ଲାଗୁଛି । ଏହି ଫଟୋ ଐଶ୍ୱର୍ୟା ରାୟଙ୍କ ଜନ୍ମ ଦିନର ନୁହେଁ ଏହା ତାଙ୍କର କୌଣସି ବନ୍ଧୁର ଜନ୍ମ ଦିନର ଫଟୋ ହୋଇଥିବ ବୋଲି କୁହାଯାଉଛି । ଏହି ଫଟୋରେ ଐଶ୍ୱର୍ୟା ରାୟ ନିଜର ଚେହେରା ଓ ହାବଭାବ ଦ୍ଵାରା ବହୁତ ସରଲ ଓ ଭଲ ଲାଗୁଛନ୍ତି ।

ଫଟୋରେ ଐଶ୍ୱର୍ୟା ଧଳା ରଙ୍ଗର ଫ୍ରକରେ ନଜର ଆସୁଛନ୍ତି । ଏହି ଫଟୋରେ ଐଶ୍ୱର୍ୟା ବହୁତ କ୍ୟୁଟ ଓ ସୁନ୍ଦର ବି ଲାଗୁଛନ୍ତି । ତାଙ୍କ ପାଖରେ ବସିଥିବା ଝିଅମାନେ କେବେ ବି ଚିନ୍ତା କରି ନ ଥିବେ କି ତାଙ୍କ ପାଖରେ ବସିଥିବା ଝିଅ ଦିନେ ମିସ ୱାର୍ଲ୍ଡ ହବ ଓ ବଲୀଉଡର ସବୁଠୁ ସଫଳ ଅଭିନେତ୍ରୀ ବି ହୋଇଯିବ । ଏହା ପୂର୍ବରୁ ବି ଐଶ୍ୱର୍ୟା ରାୟଙ୍କ ଗୋଟିଏ ସ୍କୁଲ ଦିନର ଫଟୋ ଭାଇରାଲ ହୋଇଥିଲା ।

ଏହି ଫଟୋରେ ଐଶ୍ୱର୍ୟାଙ୍କ ଟିଚର ତାଙ୍କୁ ବ୍ୟାଚ ଲଗାଉଥିବାର ନଜର ଆସୁଥିଲେ । ଐଶ୍ୱର୍ୟାଙ୍କ ସୁନ୍ଦରତାର ଯେତେ ବି ପ୍ରଶଂସା କରାଯିବ ତାହା ସେତିକି କମ ଅଟେ । କହିବାକୁ ଗଲେ ବଲୀଉଡରେ ଯେତିକି ବି ଅଭିନେତ୍ରୀ ଅଛନ୍ତି ସେମାନେ ପ୍ରାୟତଃ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ସେହିଭଳି କିଛି ଖାସ ନ ଥିଲେ । ସେମାନେ ଫିଲ୍ମକୁ ଆସିବା ପୂର୍ବରୁ ନିଜକୁ ସୁନ୍ଦର କରି ନିଅନ୍ତି । କିନ୍ତୁ ଐଶ୍ୱର୍ୟା ପିଲା ଦିନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଫଟୋରେ ସୁନ୍ଦର ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *