ସ୍ତ୍ରୀ କେଉଁ ଓଷା କଲେ ସ୍ଵାମୀ ଦରିଦ୍ର ଓ ଅକାଳ ମୃତ୍ୟୁ ହୋଇଥାଏ ? Ajira Anuchinta

ମହିଳା ମାନେ ବିଭିନ୍ନ ଓଷାବ୍ରତ ଜୀବନରେ ପାଳନ କରିବା ଉଚିତ ଏହା ଦ୍ଵାରା ଜୀବନ ସୁଖମୟ ହେବା ସହିତ ଧର୍ମ , ଅର୍ଥ, ଗୋପ , ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଯେଉଁ ମହିଳା ପଣ୍ଡୁ ଓଷା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇଥାଏ । ଷଷ୍ଠୀ ଓଷା କରିବା ଦ୍ଵାରା ସନ୍ତାନ ପ୍ରାପ୍ତି, ଦୀର୍ଘାୟୁ ଓ ରୋଗମୁକ୍ତି ହୋଇଥାଏ । ଯେଉଁ ମହିଳାମାନେ ବୁଧେଇ ଓଷା କରିବା ଦ୍ଵାରା ରୋଗ ନାଶ ହେବା ସହିତ ସନ୍ତାନ ପ୍ରାପ୍ତି ହୋଇଥାଏ । ସାବିତ୍ରୀ ବ୍ରତ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି । ବଡଓଷା , ଦ୍ଵିତୀୟା ଓଷା ଏବଂ ବାଟ ଓଷା କରିବା ଦ୍ଵାରା ମଙ୍ଗଲ ହୋଇଥାଏ ଓ ସନ୍ତାନ ପ୍ରାପ୍ତି ହୋଇଥାଏ ।

ସୁଦଶା ବ୍ରତ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଶାମ୍ବ ଦଶମୀ ପାଳନ କରିବା ଦ୍ଵାରା ସନ୍ତାନମାନଙ୍କୁ ରୋଗ ହୋଇ ନ ଥାଏ । ଯେଉଁ ମହିଳାମାନେ ନାଗ ଚତୁର୍ଥୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ ସର୍ପଭୟ ଦୂର ହୋଇଥାଏ । ମାଣ ଓଷା କରିବା ଦ୍ଵାରା ଧନଜନ ଗୋପାଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ।

ଯେପରି ମନୁଷ୍ୟ ଦରିଦ୍ର ହେଲେ ସ୍ଵଭାବ ନଷ୍ଟ ହୋଇଥାଏ ସେହିପରି ବୁଦ୍ଧି ଭ୍ରଷ୍ଟ ହେଲେ ଜୀବନ ନଷ୍ଟ ହୋଇହାଏ । ଯେପରି ଚୋର ପ୍ରକୃତିର ଲୋକଙ୍କର ଧର୍ମଜ୍ଞାନ ନଥାଏ ଏବଂ କାମାତୁର ଲୋକଙ୍କର ଲଜ୍ୟାଭୟ ନଥାଏ ସେହିପରି କୃତକର୍ମ ଭୋଗ ବିନା ମୁକ୍ତି ନଥାଏ ।

ହସ ମଣିଷ ପାଇଁ ଭିଟାମିନ ସଦୃଶ ହୋଇଥାଏ । ଏହା ମଣିଷ ଶରୀରକୁ ତାଜା ରଖିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ବୃଦ୍ଧି କରିଥାଏ । ଗୁରୁବାର କିମ୍ବା ଶନିବାର ଦିନ ଲୁହା ଜିନିଷ କିଣିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ହୋଇଥାଏ ଏବଂ କୌଣସି କ୍ଷତି ଘଟିଥାଏ କିନ୍ତୁ ବୁଧବାର କିମ୍ବା ଶୁକ୍ରବାର ଦିନ ଯେକୌଣସି ଦ୍ରବ୍ୟ କିଣିପାରିବେ ବା ବିକ୍ରୟ କରିପାରିବେ ।

ରୋଷେଇ କରୁଥିବା ସମୟରେ , ଗୋରୁ ଗୋଠରେ ଦେବତାଙ୍କ ସଖରେ , ଭୋଜନ କରୁଥିବା ସମୟରେ ଏବଂ ଜପ ସମୟରେ ପାଦରେ ଚପଲ କିମ୍ବା ଜୋତା ପିନ୍ଧିବା ନିଷେଧ ହିଥାଏ । ଯେଉଁମାନେ କେବଳ ଅର୍ଥ ପାଇ ବ୍ୟସ୍ତ ରୁହନ୍ତି , ଯିଏ ଅତ୍ୟଧିକ ସ୍ଵାର୍ଥବାଦି ସବୁବେଳେ ରୋଗଗ୍ରସ୍ତ ଲୋକ ଏବଂ ଈଶ୍ବରଙ୍କ ନିନ୍ଦା କରୁଥିବା ଲୋକଙ୍କର ଜୀବନବ୍ୟର୍ଥ ହୋଇଥାଏ ।

ଘରେ ନିୟମିତ ଭାବରେ ଗୀତା , ଭଗବତ , ଇତ୍ୟାଦି ପାଠ କରିବା ଉଚିତ ଏହା ଦ୍ଵାରା ପରିବାରର ମଙ୍ଗଲ ହୋଇଥାଏ । ପିଲାଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଘରର ପ୍ରବେଶ ଦ୍ଵାର ରେ ମରିଯାଇଥିବା ଆତ୍ମୀୟ ସ୍ଵଜନଙ୍କ ଫଟୋ ଲଗାଇବା ଉଚିତ ନୁହେ । ଏହା ଗୃହ ପାଇଁ ବହୁତ ଅଶୁଭ ଅଟେ । ରୋଷେଇ ଘରର କାନ୍ଥ ଗୋଲାପି କିମ୍ବା ହଳଦିଆ ରଙ୍ଗ କରିବା ଉଚିତ ଏହା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ହରିଡା ଏବଂ କିସମିସକୁ ଭଲଭାବେ ଶୁଖାଇ ଚ୍ଚୁର୍ଣ କରିବା ପରେ ସକାଳେ ଏବଂ ସନ୍ଧ୍ୟା ସମୟରେ ଏକଚାମଚ କିଛି ଦିନ ଖାଇବା ଦ୍ଵାରା ପେଟ ଗ୍ଯାସ ସମସ୍ଯା ସମ୍ପୂର୍ଣ ଭାବରେ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *