Vastu Tips- ରାତିରେ ଝାଡୁ ତଳେ ରଖି ଦିଅନ୍ତୁ ଏହି 1 ଜିନିଷ, ଦରିଦ୍ରତା ଆପଣଙ୍କ ଘର ର ରାସ୍ତା ଭୁଲିଯିବ

ବନ୍ଧୁଗଣ ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର କାମ କରିଥାଉ ଏବଂ ସେହି ସବୁ କାମ ମଧ୍ୟରୁ କିଛି ନା କିଛି କାମ ଏପରି ହୋଇଥାଏ ଯାହା ଆମ ଘର ଏବଂ ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତେକ ବସ୍ତୁ ରୁ ରଖିବାର ନିର୍ଦ୍ଧାରିତ ସ୍ଥାନ ରହିଛି । କିନ୍ତୁ ବହୁତ କମ ଲୋକଙ୍କୁ ଏହାର ଜ୍ଞାନ ରହିଥାଏ ।

ସେହିପରି ପ୍ରତିଦିନ ବ୍ୟବହାର କରୁଥିବା ଝାଡୁ କୁ ନେଇ ମଧ୍ୟ କିଛି ନିୟମ ରହିଛି । ଝାଡୁର ଭୁଲ ବ୍ୟବହାର ଦ୍ୱାରା ଘରେ ଦରିଦ୍ରତା ଆସିଥାଏ । ସେହି ପରି ସଠିକ ବ୍ୟବହାର ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଏବଂ ସମସ୍ତ ଦୁଖ ଦୂର ହୋଇଥାଏ ।   ତେବେ ଚାଲନ୍ତୁ ଜାଣିବା ଝାଡୁ ସହ ଜଡ଼ିତ କିଛି ନିୟମ ।

ଝାଡୁକୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଯଦି ଆପଣ କୌଣସି ଏକାଦଶୀ ଦିନ କାହାକୁ କିଛି ନକହି ତିନୋଟି ଝାଡୁର ଦାନ କରନ୍ତୁ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି । ତେବେ ସକାଳୁ ସକାଳୁ ନିଜର ନିତ୍ୟକର୍ମ ସାରି ଝାଡୁ ନେଇ ମନ୍ଦିରରେ ରଖିଦେଇ ଆସନ୍ତୁ । ଦେଖିବେ ଆପଣଙ୍କୁ କେବିବି ଆର୍ଥିକ ସମସ୍ୟା ହେବନାହିଁ ।

ଘରେ ଯଦି କେଉଁଠାରେ ଅଇଁଠା ପଡ଼ିଥାଏ ତେବେ ତାହାକୁ ଝାଡୁ କରିବେ ନାହିଁ ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । କେବେ ମଧ୍ୟ ଗୁରୁବାର ଦିନ ଘର ପୋଛନ୍ତୁ ନାହିଁ । ବୁଧବାର ଦିନ ରାତିରେ ଘର ପୋଛିବା ଉଚିତ ହୋଇଥାଏ । ଯଦି ଗୁରୁବାର ଦିନ ପୋଛିବା ନିହାତି ଆବଶ୍ୟକ ପରେ ତେବେ ସେହି ପାଣିରେ କିଛି ହଲ୍ଡି ପକାଇ ଘର ପୋଛନ୍ତୁ ।

ରାତିରେ ଶୋଇବା ପୁର୍ବରୁ କବାଟ ପାଖରେ ଝାଡୁ ରଖିବେ । ଝାଡୁକୁ ଠିଆ କରି ରଖିବେ ନାହିଁ ବରଂ ଏହାକୁ ସୁଆଇ ରଖନ୍ତୁ । ଏହା ପରେ କିଛି ଜିରା ର ଦାନା ନିଅନ୍ତୁ ଏବଂ ଏହାକୁ ଝାଡୁ ତଳେ ରଖିଦିଅନ୍ତୁ । ସକାଳୁ ଝାଡୁ କରିବା ସମୟରେ ଏହି ଜିରା କୁ ମଧ୍ୟ ଝାଡୁ କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନ ଲାଭ ମଧ୍ୟ ହୋଇଥାଏ । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *