Vastu Tips – ଘରେ ଝିଟିପିଟି ଦେଖିବାର ଅର୍ଥ ଏବଂ କିଛି ଶୁଭ ଅଶୁଭ ସଂକେତ ।

ଆଗାମୀ ଭବିଷ୍ୟତ ରେ କଣ ଘଟଣା ଆମ ସହ ଘଟିବ ତାହା ଆମେ କେହି ବି ଜାଣି ନ ଥାଉ । କିନ୍ତୁ ପଶୁ ପକ୍ଷୀ ମାନେ କୌଣସି। ଶୁଭ ବା ଅଶୁଭ ଜିନିଷକୁ ବହୁତ ଜଲ୍ଦି ଅନୁଭବ କରିପାରନ୍ତି। ସେମାନେ ଆମକୁ କିଛି ସଙ୍କେତ ମଧ୍ୟ ଦେଇଥାନ୍ତି ଯାହା ଫଳରେ ଆମେ ଜାଣିପାରିବା କି ଆମ ଆଗମୀ ଦିନରେ କଣ ହେବ ଓ ଆମେ ସତର୍କ ଅବଲମ୍ବନ କରିପାରିବା।

ତେବେ ସେହି ଭଳି ଆଜି ଆମେ ଆପଣଙ୍କୁ କହିବା ଯେ ଝିଟିପିଟି ଆମ ଉପରେ ପଡିବା ବା ଏହା ସହ ଜଡିତ କିଛି ସଙ୍କେତ । ଯାହା କି ଆମକୁ ମିଳିବା ଦ୍ୱାରା ଆମ ସହ ଶୁଭ ନା ଅଶୁଭ ହୋଇଥାଏ ତାହା ଆମେ ଜାଣିପାରିବା। ଝିଟିପିଟି ଯଦି ବାମ କାନରେ ପଡିଥାଏ ତେବେ ଆଉ ବୃଦ୍ଧି ହୋଇଥାଏ । ଡାହାଣ କାନରେ ପଡିବା ଦ୍ୱାରା କୌଣସି ନୂତନ ଆଭୂଷଣ ର ପ୍ରାପ୍ତି ହୋଇଥାଏ ।

ଝିଟିପିପିଟି ଯଦି ଆପଣଙ୍କ ର ବାମ ଆଖିରେ ପଡ଼େ ତେବେ ଆପଣଙ୍କ ର ଆଗକୁ କିଛି ବଡ଼ କ୍ଷତି ହେବାର ଯୋଗ ଵଣୁଥାଏ। ଯଦି ଝିଟିପିଟି ଡାହାଣ ଆଖିରେ ପଡିଥାଏ ତେବେ ଆପଣ ଆପଣଙ୍କର କୌଣସି ମିତ୍ରଙ୍କ ସହ ସାକ୍ଷାତ କରିବେ । ଝିଟିପିଟି ଯଦି ଆପଣଙ୍କ ନାକରେ ପଡିଥାଏ ତେବେ ଏହା ଭାଗ୍ୟ ଉଦୟର ସଙ୍କେତ ଦେଇଥାଏ ।

ଯଦି ଝିଟିପିଟି ବେକରେ ପଡିଥାଏ ତେବେ ଆପଣ ନିକଟରେ କରୁଥିବା କୌଣସି କାର୍ଯ୍ୟରେ ସମ୍ମାନିତ ହେବେ। ଝିଟିପିଟି ଯଦି ମୁହଁ ରେ ପଡିଥାଏ ତେବେ ଏହା ମଧୁର ଭୋଜନ ର ଯୋଗ ରହିଥାଏ । ଯଦି ଝିଟିପିଟି ଆପଣଙ୍କ ମୁଣ୍ଡରେ ପଡେ ତେବେ ଏହା ଆପଣଙ୍କ ଧନ ବୃଦ୍ଧି କରାଇଥାଏ । ଯଦି ଝିଟିପିପିଟି ଆପଣଙ୍କ ଚୁଟିରେ ପଡିଥାଏ ତେବେ ଏହା ମୃତ୍ୟୁ ଯୋଗ ର ସଙ୍କେତ ଅଟେ ।

ତେବେ ଯଦି ଗୃହ ପ୍ରବେଶ ସମୟରେ ଗୃହ ର କର୍ତା ବା ମୁଖ୍ୟ ଯଦି କୌଣସି ଝିଟିପିପିଟି କୁ ମରିଥିବାର ଦେଖନ୍ତି ବା ଝିଟିପିଟି ଦେହରେ ମାଟି ଲାଗିବାର ଦେଖନ୍ତି ତେବେ ସେହି ଘରେ ପ୍ରବେଶ କରିବା ଉଚିତ ନୁହେଁ । ବିଧିବଦ୍ଧ ଭାବେ ଘରକୁ ପୂଜା କରି ଏହା ପରେ ପ୍ରବେଶ କରିବା ଉଚିତ । ଯଦି ଝିଟିପିଟି ଦାଢ଼ି ଉପରେ ପଡିଥାଏ ତେବେ ଏହା କୌଣସି ବିପଦ ଆଗ୍ରକୁ ଆସୁଥିବାର ସଙ୍କେତ ଅଟେ ।

ଯଦି ଝିଟିପିଟି ଆଇବ୍ରୋ ଉପରେ ପଡେ ତେବେ ଏହା ଅର୍ଥ ହାନି ର ସଙ୍କେତ ଅଟେ । ଯଦି ଝିଟିପିଟି ଆପଣଙ୍କ ବାମ ଛାତିରେ ପଡେ ତେବେ ଏହା ଘରେ କୌଣସି ସମସ୍ୟାରେ ଆପଣ ଫସିପାରିବାର ସଙ୍କେତ ଦେଇଥାଏ । ଯଦି ଡାହାଣ ଛାତିରେ ପଡିଥାଏ ତେବେ ଏହା କୌଣସି ଖୁସି। ଖବର ମିଳିବାର ସଙ୍କେତ ଅଟେ ।

ଯଦି ବାମ ଗାଲରେ ଝିଟିପିପିଟି ପଡେ ତେବେ କୌଣସି ପୁରୁଣା ମିତ୍ର ସହ ଆପଣ ସାକ୍ଷାତ କରିବାର ଯୋଗ ହୋଇଥାଏ । ଯଦି ଡାହାଣ ଗାଲରେ ପଡେ ତେବେ ଆୟୁ ବୃଦ୍ଧି ହୋଇଥାଏ । ଯଦି କୌଣସି ଝିଟିପିପିଟି କଳି ଲାଗିବାର ଆପଣ ଦେଖିବେ ତେବେ ଆପଣଙ୍କର ମଧ୍ୟ କାହା ସହ ଝଗଡା ହୋଇପାରେ । ଯଦି ଦୁଇଟି ଝିଟିପିଟି ଅଲଗା ହେବାର ଆପଣ ଦେଖନ୍ତି ତେବେ ଆପଣ ଆପଣଙ୍କ ପ୍ରିୟ ଜନଙ୍କ ଠାରୁ ଅଲଗା ହୋଇଯିବାର ସଙ୍କେତ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *