କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ 

ନମସ୍କାର ବନ୍ଧୁଗଣ । ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ପିଲା ଭାଗ୍ୟଶାଳୀ ହୋଇଥାଏ । ମଣିଷ ଜୀବନର୍ରେ ରାଶି, ତିଥି ଓ ଗ୍ରହମାନଙ୍କ ସ୍ଥିତିକୁ ଦେଖି ଆମେ ତାହାର ଆଚାର ବ୍ୟବହାର ଲକ୍ଷଣ ସମ୍ବନ୍ଧରେ କହିଥାଉ । ମାତ୍ର ଆପଣମାନେ ଜାଣିଛନ୍ତି କି ବାର ର ମଧ୍ୟ ବିଶେଷ ଗୁରୁତ୍ଵ ରହିଛି । ସପ୍ତାହର କେଉଁ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିର ଚରିତ୍ରଓ ବ୍ୟବହାର କିପରି ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଦିନ ଅନୁସାରେ ଆପଣଙ୍କ ଜୀବନର କିଛି ଗୁପ୍ତ ରହସ୍ୟ ବିଷୟରେ । ସୋମବାର ଦିନ ଜନ୍ମ ହେଇଥିବା ବ୍ୟକ୍ତି ସର୍ବଦା ସମାଜରେ ଚର୍ଚାର ବିଷୟ ହୋଇଥାଏ । ଏମାନଙ୍କ ପାରିବାରିକ ଜୀବନ ଭଲ ନ ଥାଏ ସର୍ବଦା କଷ୍ଟ ମଧ୍ୟ ଦେଇ ଗମନ କରିବାକୁ ପଡିଥାଏ । ଆର୍ଥିକ ଅବସ୍ଥାକୁ ଦେଖିଲେ ଭାଙ୍ଗି ପଡିଥାନ୍ତି । ମାତ୍ର ଏମାନେ ସବୁବେଳେ ହସ ମୁଖ ହୋଇଥାନ୍ତି । ଏମାନଙ୍କ ପାଟିରେ ସର୍ବଦା ମଧୁର ବାକ୍ୟ ବାହାରକୁ ନିର୍ଗତ ହୁଏ ।

ଚନ୍ଦ୍ରଙ୍କ ସହ ସମ୍ବନ୍ଧ ରହିବା କାରଣରୁ ଏମାନଙ୍କ ମନ ଚଞ୍ଚଳ ରହିଥାଏ । ଏହି ଲୋକମାନେ  ବୁଦ୍ଧିମାନ, କଳା ପ୍ରେମୀ ଓ ବାହାଦୁର ହୋଇଥାନ୍ତି । ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କ ସ୍ମରଣ ଶକ୍ତି ବହୁତ ଅଧିକ ରହିଥାଏ । ମାତ୍ର ଧୋର୍ଜ୍ୟ ଶକ୍ତି କମ୍ ଥାଏ । ମଙ୍ଗଳବାର ଦିନ ଜନ୍ମ ହୋଇଥିବା ଲୋକମାନେ କ୍ରୋଧୀ ପରାକ୍ରମୀ ଓ ଅନୁଶାସନ ପ୍ରିୟ ବ୍ୟକ୍ତି ହୋଇଥାନ୍ତି । ଏହି ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ବିଶେଷ ପ୍ରଭାବ ରହିଥାଏ ।

ତେଣୁ ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସବୁ ବାଧା କୁ ଅତିକ୍ରମ କରି ପ୍ରଗତି ପଥରେ ଆଗେଇ ଯାଇଥାନ୍ତି । ଏମାନେ ନିଜର ପ୍ରଶଂସା ଶୁଣିବାକୁ ବହୁତ ଇଛା ରଖିଥାନ୍ତି । ଏମାନଙ୍କ ବୈବାହିକ ଜୀବନରେ କଷ୍ଟ ଦେଖାଯାଇଥାଏ । ବୁଧବାର ଦିନ ଜନ୍ମିତ ଲୋକମାନଙ୍କ ସ୍ଵଭାବ ଚତୁର ଓ କଥା ବାର୍ତ୍ତା କହିବାରେ ଚାଲାକ ହୋଇଥାନ୍ତି । ଏମାନେ ପରିବାର ପ୍ରତି ସମର୍ପିତ ହୋଇଥାନ୍ତି ଓ ପରିବାର ପାଇଁ କିଛି  କରିବାକୁ ପଛନ୍ତି ନାହିଁ । ଏମାନଙ୍କୁ ବହୁତ ଭାଗ୍ୟଶାକି ମାନା ଯାଇଥାଏ । 

ଗୁରୁବାର ଦିନ ଜନ୍ମିତ ଲୋକମାନେ ଆକର୍ଷିତ ଓ ଗମ୍ଭୀର ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର କଥାକୁ ସରଳ ଭାବରେ ଅନ୍ୟମାନଙ୍କ ଆଗରେ ରଖିଥାନ୍ତି । ତେଣୁ ସମସ୍ତେ ଏମାନଙ୍କୁ ପସନ୍ଦ କରିଥାନ୍ତି ।   ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କୁ ଭୋଗ ବିଳାସ ରେ ଅର୍ଥ କର୍ଚ କରିବାକୁ ଇଛା କରନ୍ତି । ଯାହା ଦ୍ଵାରା କି ତାହାଙ୍କ ଆର୍ଥିକ ସନ୍ତୁଳନ ରେ ବାଧା ଦେଖାଯାଏ । କଳା କ୍ଷେତ୍ରରେ ଏମାନେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି ।

ଶନିବାର ଦିନ ଜନ୍ମ ହୋଇଥିବା ଲୋକମାନେ କ୍ରୋଧୀ ସ୍ଵଭାବ ଓ ଅନ୍ୟମାନଙ୍କ ସହ ଝଗଡା କରିଥାନ୍ତି । ଏମାନେ କୋଣସି କାମକୁ ନେଇ ଯୋଜନା କରିଥାନ୍ତି ମାତ୍ର ତାହାକୁ ସଫଳତା ପୂର୍ବକ ଶେଷ କରିପାରିନ ଥାନ୍ତି । ରବିବାର ସୂର୍ଯ୍ୟଙ୍କ ଦିନ ହେବା କାରଣରୁ ଏହି ଦିନ ଜନ୍ମିତ ପିଲା ଭାଗ୍ୟଶାଳୀ ଓ ଜ୍ଞାନବାନ ହୋଇଥାଏ । ଏମାନେ କାହାରି ଅଧିନରେ ରହି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ସବୁ କ୍ଷେତ୍ରରେ ନିଜର ଉତ୍ତମତା ପ୍ରଦର୍ଶନ କରିଥାନ୍ତି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *