ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ-ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା…80 ବର୍ଷ ବୟସରେ ବି ଭରିଦେବ 26 ବର୍ଷ ପରି ଜୋସ ଆଉ ଶକ୍ତି… ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ର ସମୟ ରେ ଆମ ମାନଙ୍କର ଦୈନଦିନ ଜୀବନ ଶୈଳୀ ତଥା ଆମ ମାନଙ୍କର ଖାଦ୍ୟ ପେୟ କିଛି ଏପରି ହୋଇ ଯାଇଛି, ଯାହା କାରଣ ରୁ ଖୁବ କମ ସମୟ ରୁ ହିଁ ଆମ ମାନଙ୍କ ଶରୀର ରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ସବୁ ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଏକ ଏପରି ସମସ୍ଯା ଯାହାକି ବର୍ତ୍ତମାନ ର ସମୟରେ  ଅନେକ ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି ।

ଆଜି ଆମେ ଆପଣ ମାନଙ୍କ ଏହି ସମସ୍ଯା କୁ ଦ୍ରୁଷ୍ଟି ରେ ରଖି ଏହାର କାରଣ କଣ ? ତଥା କଣ ଖାଇଲେ ଏହା ଭଲ ହୋଇଯିବ, ତଥା କି କି ଯୋଗାସନ ଆଦି କରିବା ଦ୍ଵାରା ବ୍ୟକ୍ତି କୁ ଆରାମ ମିଳି ପାରିବ, ସେ ବିଷୟରେ ଏଠାରେ ଏକ ସଂକ୍ଷିପ୍ତ ବିବରଣୀ ଟି ପ୍ରସ୍ତୁତ କରିଅଛୁ ।

ଶରୀରରେ ବାୟୁ ବା ବାତ, ଥଣ୍ଡା, କଫ ପ୍ରକୃତି ଥିଲେ, ଏହି ରୋଗ ସହଜ ରେ ଆକ୍ରାନ୍ତ ହୋଇଥାଏ । କବଜ ବା ମାଲକାନତନ ଜନିତ ସମସ୍ଯା ଥିଲେ ମଧ୍ୟ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ଶରୀର ରେ କ୍ୟାଲସିୟମ ର ଅଭାବ ଓ ଅତ୍ୟଧିକ ମେଦ ବୃଦ୍ଧି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର ଏକ ପ୍ରମୁଖ କାରଣ ଅଟେ ।

ସ୍ତ୍ରୀ ମାନଙ୍କର ମାସିକ ଧର୍ମ ରେ କିଛି ଅସାମାନ୍ୟ ଦେଖା ଦେଲେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଥାଏ । ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଆରମ୍ଭ ହେଲେ ମଣିଷ କୁ ଚାଲିବା ବୁଲିବା, ବସିବା ଉଠିବା ସବୁ ତିରେ କଷ୍ଟ ଅନୁଭବ ହୋଇଥାଏ । ଏହି ରୋଗ ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୁ ଖଟା ଜିନିଷ ଖାଇବା ଉଚିତ ହୋଇ ନଥାଏ । ତାହା ବ୍ଯତୀତ ବୁଟ ଡାଲି ଓ ବିରି ଡାଲି, ବାଇଗଣ, ବୋଇତି କଖାରୁ ଓ ସମସ୍ତ ପ୍ରକାର ନିଶା ଜାତୀୟ ପଦାର୍ଥ ର ସେବନ ମଧ୍ୟ ବନ୍ଦ କରିବା ଉଚିତ ।

ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଥିଲେ କ୍ଷୀର, ଗହମ, ଚଣା, ମୁଗ, ବିରି, ମସୁର, ସବୁଜ ପନିପରିବା, କଦଳୀ ତଥା ଭିନ୍ନ ପ୍ରକାର ଫଳ, ଖଜୁରୀ, କିସମିସ ଆଦି ଖାଇବା ଉଚିତ । ଏହାସହ ପୋଟଳ, ଛୁଇଁ, ହରିଡା, ଅଁଳା, ପଇଡ ଆଦି ଖାଇବା ମଧ୍ୟ ଖୁବ ଭଲ ହୋଇଥାଏ ।

ଏହି ସମସ୍ଯା ଥିଲେ ରାତ୍ରି ଉଜାଗର ରହିବା, ଶୀତଳ ଜଳ ରେ ସ୍ନାନ କରିବା, ଅତ୍ୟାଧିକ ମୈଥୁନ ତଥା ସହବାସ ମଧ୍ୟ କରିବା ଉଚିତ ହୋଇ ନଥାଏ । ଆଣ୍ଠୁ ଗଣ୍ଠ ଜନିତ ସମସ୍ଯା ଥିଲେ ସକାଳେ ଗୋଟେ ଦିନ ଶରୀର କୁ ଭଲ ଭାବରେ ସୋରିଷ ତେଲ ରେ ମାଲିସ କରନ୍ତୁ । ଏହା ପରେ ସକାଳେ କିଛି ସମୟ ସୂର୍ଯ୍ୟ କିରଣ ରେ ଚଳା ବୁଲା ମଧ୍ୟ ନିଶ୍ଚୟ କରନ୍ତୁ । ପ୍ରତ୍ଯେକ ଦିନ କିଛି କିଛି ସମୟ ଧରି ଯୋଗାସନା ଗୁଡିକ ର ନିୟମିତ ଅଭ୍ଯାସ ନିଶ୍ଚୟ କରନ୍ତୁ ।

ଯେପରି କି ପବନ ମୁକ୍ତାସନ, ସର୍ବାଙ୍ଗାସନ, ବଜ୍ରାସନ, ତାରାସନ, ଭୋଜନାସନ ଆଦି କରିବା ଉଚିତ । ଏହା ଦ୍ଵାରା ଉପଶମ ପାଇ ପାରିବେ । ରସୁଣ ରସ ରେ ସନ୍ଧେବ ଲବଣ ମିଶାଇ ଯନ୍ତ୍ରଣା ସ୍ଥାନରେ ମାଲିସ ଅକରିବା ଦ୍ଵାରା ଆରମ ମିଳିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗି ଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *