Vastu Tips- ମାଣବସା ଗୁରୁବାର ରାତିରେ ଘରେ କରନ୍ତୁ ଏହି 1 ଖାସ ଉପାୟ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ, ହେଇଯିବେ ମାଲାମାଲ

ବନ୍ଧୁଗଣ ବର୍ଷ ର ପ୍ରତ୍ଯେକ ଗୁରୁବାର ଲକ୍ଷ୍ମୀ ଙ୍କର ବାର ହେଲେ ମଧ୍ୟ ଚାରି ଗୋଟି ପବିତ୍ର ମାସ ମଧ୍ୟରୁ ମାର୍ଗଶିର ମାସର ଗୁରୁବାର ର ବିଶେଷ ମହତ୍ଵ ରହିଅଛି । ଏହି ମାସ ର ପ୍ରତ୍ଯେକ ଗୁରୁବାର ରେ ଧନୀ ଗରିବ, ଛୋଟ ବଡ ସବୁ ଜାତିର ଲୋକେ ନିଜ ନିଜ ଘରେ ଧାନ ବେଣ୍ଟ ରେ ମାତା ଲକ୍ଷ୍ମୀ ଙ୍କୁ ସ୍ଥାପନା କରି ମା ଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜା ଆରାଧନା କରିଥାନ୍ତି । ଏହାସହ ଲକ୍ଷ୍ମୀ ପୁରାଣ ର ମଧ୍ୟ ପାଠ କରିଥାନ୍ତି । ପ୍ରତ୍ଯେକ ଓଡିଆଣୀ ନିଜ ଘରେ ଏହି ପୂଜା କୁ ବିଶେଷ ଭାବରେ ନିଜ ନିଜ ଶ୍ରଦ୍ଧା ଅନୁସାରେ କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏନି ଆସିଛୁ କିଛି ପରି ଉପାୟ ବିଷୟରେ ଯାହାକୁ ମାର୍ଗଶିର ମାସର ଗୁରୁବାର ଦିନ ରାତିରେ କରିବା ଦ୍ଵାରା ମା ଲକ୍ଷ୍ମୀ ଘରକୁ ଟାଣି ହୋଇ ଆସିଥାନ୍ତି । ଏହାସହ ନିଜର ବିଶେଷ କୃପା ଦ୍ରୁଷ୍ଟି ମଧ୍ୟ ଆପଣଙ୍କ ଉପରେ କରିଥାନ୍ତି ।

ବନ୍ଧୁଗଣ ଗୁରୁବାର ଦିନ ମାତା ଲକ୍ଷ୍ମିଙ୍କୁ ପୂଜା କରି ପ୍ରସନ୍ନ କରିବାକୁ ଚାହୁନଥିଲେ ସର୍ବପ୍ରଥମେ ପୂର୍ବ ଦିନରୁ ହିନ ଘର ଓ ଦାଣ୍ଡ କୁ ଗୋବର ପାଣିରେ ଧୋଇ ପୋଛି ସ୍ବଚ୍ଛ ଓ ପବିତ୍ର ମୟ କରି ଦେବେ । ଏହା ପରେ ନୂଆ ଅରୁଆ ଚାଉଳ ରେ ଚିତା ବାଟି ଘର ଅଗଣା ସବୁ ଆଡେ ଝୋଟି କରି ମା ଲକ୍ଷ୍ମୀ ଙ୍କର ସ୍ଵାଗତ ନିମନ୍ତେ ନାନା ଫୁଲ ସହ ପଦ୍ମ ତଥା ମା ଲକ୍ଷ୍ମୀ ଙ୍କର ସୁନ୍ଦର ସୁନ୍ଦର ପାଦ ଆଙ୍କି ଦେବେ ।

ଗୁରୁବାର ଦିନ ପ୍ରାତଃ ବ୍ରହ୍ମମୂହୁର୍ତ୍ତ ରେ ଶଯ୍ୟା ତ୍ୟାଗ କରି ନିତ୍ୟ କର୍ମ ଶେଷ ହେଲା ପରେ ସ୍ନାନ କରି ମା ଲକ୍ଷ୍ମୀ ଙ୍କୁ ବାଳ ଭୋଗ ଅର୍ପଣ କରି ପୂଜା କରିବେ । ଏହା ପରେ ବିଧି ବାଟ ଅନୁସାରେ ମାନ ବାସାଇ ଦିନ ରେ ଖିରୀ, ପୁରୀ, ଖେଚଡି ଆଦି ଭୋଗ କରି ଆଉ ଥରେ ପୂଜାର୍ଚନା କରିବେ ।ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଅତୟନ୍ତ ସନ୍ତୁଷ୍ଟ ହୋଇ ଯିବେ ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ଟି କହିବାକୁ ଯାଉଛୁ ଏହି ଉପାୟ ଟି କୁ ଆପଣ ଗୁରୁବାର ଦିନ ରାତି ସମୟ ରେ ଦୁଇଟି ଯୋଡା କଦଳୀ ନେବେ । ଧ୍ୟାନ ରଖିବେ କି ଏହି କଦଳୀ ଦୁଇଟିରେ ଯେପରି କୌଣସି କିଛି ଦାଗ ବା କ୍ଷତ ନ ହୋଇଥାଏ ।

ଏହା ପରେ ସିନ୍ଦୂର ତେଲ ଦ୍ଵାରା ସେହି କଦଳୀ ରେ ସ୍ଵସ୍ତିକ ଚିହ୍ନ କରି ସେହି କଦଳୀ ଯୋଡା କୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ ପାଦ ତଳେ ଅର୍ପଣ କରି ନିଅନ୍ତୁ । ଏହାପରେ ହାତ ଯୋଡି ମନରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ନିଜର ସମସ୍ତ ଇଛା ଓ ମନୋସ୍କାମନା କରି ଦିଅନ୍ତୁ । ପର ଦିନ ସକାଳେ ସେହି କଦଳୀ ଈଶ୍ଵର ଙ୍କର ଆଶୀର୍ବାଦ ରୂପେ ନେଇ ଘରର ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

ଏପରି କରିବା ଦ୍ଵାରା ଘରକୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆସି ଯାଇଥାନ୍ତି । ଘରର ସମସ୍ତ ଦୁଃଖ ଦରିଦ୍ରତା କୁ ଜୀବନରୁ ଦୂର କରି ଦେଇଥାନ୍ତି । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହଗି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *