Vastu Tips- ମରିଗଲେ ବି ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଟି କାମ, ପୁରା ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ଆମ ଶାସ୍ତ୍ରରେ ପ୍ରତେକ ଦିନ ଏବଂ ବାରର ଅଲଗା ଅଲଗା ମହତ୍ତ୍ଵ ରହିଛି । ସପ୍ତାହର ପ୍ରତେକ ଦିନର କିଛି ନା କିଛି ବିଶେଷତ୍ଵ ରହିଥାଏ । କୌଣସି ନା କୌଣସି ଭଗବାନ ଗ୍ରହ ମାନଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ଏଥିପାଇଁ ସପ୍ତାହର ପ୍ରତେକ ଦିନ ପାଇଁ କିଛି ନା କିଛି ନିୟମ ମଧ୍ୟ ରହିଛି । ଏହାର ପାଳନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ବହୁତ ଭଲ ସମୟ ଆସିଥାଏ । ଏହି ନିୟମ ଆମର ଜୀବନ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ହିନ୍ଦୁ ଧର୍ମରେ ମଙ୍ଗଳକୁ ଯୁଦ୍ଧର ଦେବତା ବୋଲି କୁହାଯାଇଥାଏ । ମଙ୍ଗଳବାର ଦିନ ଭଗବାନ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ମଙ୍ଗଳବାର ଭଗବାନ ହନୁମାନ ଙ୍କ ଅତି ପ୍ରିୟ ବାର ହୋଇଥାଏ । ତେବେ ମଙ୍ଗଳାବର ଦିନ କିଛି ଏପରି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ପ୍ରଭୁ ହନୁମାନ ଙ୍କ କୃପା ଦୃଷ୍ଟି ଲାଭ ହୋଇଥାଏ ଏବଂ ଆମ ଜୀବନରେ ସବୁ ଦୁଃଖ କଷ୍ଟ ଦୁର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ମଙ୍ଗଳବାର ଦିନ ହନୁମାନ ଙ୍କ ମନ୍ଦିର ଯାଇ ତାଙ୍କୁ ସିନ୍ଦୂର ଏବଂ ନାଲି ରଙ୍ଗର ଫୁଲ ଚଢାନ୍ତୁ । ଏହା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଆପଣ ସନ୍ତାନ ଚାହୁଁଥିଲେ ସନ୍ତାନ ପ୍ରାପ୍ତି ମଧ୍ୟ ହେବ । ପରିବାରରେ ସୁଖ ଶାନ୍ତି ରହିବ । ବିବାହ କରିବାକୁ ଚାହୁଁଥିଲେ ବିବାହ ମଧ୍ୟ ହେବ । ମଙ୍ଗଳବାର ଦିନ କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ।

ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ର ପାଠ କରନ୍ତୁ ଏବଂ ପ୍ରଭୁ ହନୁମାନ ଙ୍କୁ ନିଜର ଦୁଃଖ ବିଷୟରେ ଜଣାନ୍ତୁ । ଏହା ଦ୍ବାରା ଆପଣଙ୍କ ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ନାସ ହୋଇଥାଏ ଏବଂ ଆପଣଙ୍କ ସବୁ ଦୁଃଖ ସ୍ଵୟଂ ପ୍ରଭୁ ହନୁମାନ ଦୂର କରିଥାନ୍ତି । ଏବଂ ଆପଣଙ୍କୁ ସବୁ କଷ୍ଟରୁ ଦୂରେଇ ରଖିବେ । କିନ୍ତୁ ଭୁଲରେ ବି ମଙ୍ଗଳାବର ଦିନ ଦୂର ଯାତ୍ରା କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏବଂ ପ୍ରଭୁ ହନୁମାନ ଙ୍କୁ ଗୁଡ଼ ଓ ଚଣା ର ଭୋଗ ଅର୍ପଣ କରନ୍ତୁ । ଏହା ସହିତ ଗୋଟେ ପାନ ପତ୍ର ମଧ୍ୟ ଭୋଗ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ଶାରିରୀକ ବଳ ଏବଂ ବୁଦ୍ଧି ପ୍ରାପ୍ତି ହେବ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ । କିନ୍ତୁ କେବେବି ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ ନଚେତ ଆପଣଙ୍କ ଜୀବନରେ ଏବଂ ପରିବାରରେ ସବୁ କିଛି ଓଲଟା ହେବ । ତେବେ ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେନ୍ତ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *