ମାର୍ଗଶିର ମାସ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ଧନ ଓ ଟଙ୍କାର ବର୍ଷା

ବନ୍ଧୁଗଣ ଓଡିଶା ର ସବୁ ପର୍ବ ପର୍ବାଣି ମାନଙ୍କ ମଧ୍ୟରୁ ମାଣବସା ଉଷା ଅନ୍ୟତମ । ଏହି ଉଷାର ଆରଧ୍ୟା ଦେବୀ ହେଉଛନ୍ତି ମାତା ମହାଲକ୍ଷ୍ମୀ । ଓଡିଶା ର ପ୍ରତ୍ଯେକ ଘରେ ଘରେ ମାର୍ଗଶିର ମାସ ର ପ୍ରତ୍ଯେକ ଗୁରୁବାର ଦିନ ମାତା ମହାଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜା କରା ଯାଇଥାଏ । ୧୨ ଗୋଟି ମାସ ମାନଙ୍କ ମଧ୍ୟରେ ମାର୍ଗଶିର ମାସ ଟି ମା ଲକ୍ଷ୍ମୀ ଙ୍କର ଅତ୍ୟନ୍ତ ହିଁ ପ୍ରିୟ ମାସ । ପଦ୍ମ ପୁରାଣ ରେ ମଧ୍ୟ ଏହି ମାସରେ ମା ଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜା କରିବା ବିଷୟରେ ମଧ୍ୟ କୁହା ଯାଇଛି ।

ଏହି ମାସ ର ଗୁରୁବାର ଦିନ ଯେଉଁ ବ୍ୟକ୍ତି ନିଜ ଘରେ ରୀତି ନୀତି ରେ ସଂପୂର୍ଣ୍ଣ ବିଶ୍ଵାସ ର ସହକାରେ ମା ଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରିଥାଏ, ମା ସ୍ଵୟଂ ତା ଘରକୁ ଯାଇ ତାର ସ୍ମପୂର୍ଣ ଦୁଃଖ କୁ ଦୂର କରି ଦେଇଥାନ୍ତି । ତେଣୁ ପ୍ରତ୍ଯେକ ଓଡିଶା ବାସୀ ମା ଲକ୍ଷ୍ମୀ ଙ୍କର ଏହି ଦିନ ପୂଜା କରିଥାନ୍ତି । ଏହି ମାର୍ଗଶିର ମାସ ମଧ୍ୟରେ ମାତା ଲକ୍ଷ୍ମୀ ଙ୍କର ମାଣ ବସା ଯାଇ ବିଶେଷ ଭାବରେ ପୂଜା କରାଯାଉ ଥିବାରୁ ଏହି ଓଷା କୁ ମାଣଓଷା ବୋଲି କୁହାଯାଇଥାଏ ।  

ଏହି ମାଣ ଓଷା ଗୁରୁବାର ର ପୂର୍ବ ଦିନ ରୁ ହିଁ ଘରକୁ ଗୋବର ପାଣି ରେ ଲିପା ପୋଛା କରି ଶୁଦ୍ଧ କରି ଦେବା ଉଚିତ । ଏହା ଅପରେ ନୂଆ ଅରୁଆ ଚାଉଳ ରେ ଝୋଟି ଚିତା ରେ ଲକ୍ଷ୍ମୀ ପାଦ ଆଙ୍କି ଦେଇ ମାତା ଲକ୍ଷ୍ମୀ ଙ୍କୁ ନିମନ୍ତ୍ରଣ ଦିଆ ଯାଇଥାଏ ।

ଗୁରୁବାର ଦିନ ସକାଳେ ବ୍ରହ୍ମମୂହୁର୍ତ୍ତ ରେ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ସ୍ନାନ କରିବା ଉଚିତ । ସ୍ନାନ କରି ଘର ର ସବୁ ଦିଗରେ ଗଙ୍ଗା ଜଳ ପକାଇ ଶୁଦ୍ଧ କରାଯିବା ଉଚିତ । ଏହା ପରେ ପୂଜା ସ୍ଥାନ ବା ଘରର ଇଶାନ କୋଣ ରେ ମା ଙ୍କ ଖଟୁଲି ସ୍ଥାପନ କରନ୍ତୁ । ଖଟୁଲି କୁ ପୂର୍ବରୁ ହିଁ ଗୋବର ରେ ଲିପି ସ୍ଵଚ୍ଛ କରି ସେଥିରେ ନୂଆ ଅରୁଆ ଚାଉଳ ରେ ନାନା ଝୋଟି ଆଙ୍କି ତାହାକୁ ସୁଶୋଭିତ କରି ଦିଅନ୍ତୁ ।

ସେହି ଖଟୁଲି ଉପରେ ଏକ ନୂତନ ଲାଲ ରଙ୍ଗର କପଡା ଦେଇ ତହ ଉପରେ ନୂଆ ଧାନ ଦ୍ଵାରା ପୂର୍ଣ୍ଣ ମାଣ କୁ ସ୍ଥାପନା କରନ୍ତୁ । ଏହା ପରେ ତାହା ଉପରେ ଧାନ ବେଣ୍ଟ ଥୋଇ ଦେଇ ତାହାକୁ ସଜାଇ ଦିଅନ୍ତୁ ।

ତାହା ଉପରେ ନୂତନ ଲାଲ ରଙ୍ଗର ଏକ ଶାଢୀ କୁ ନୂଆ ବୋହୁ କୁ ଘୋଡାଇଲା ପରି କରି ସଜାଇ ଦିଅନ୍ତୁ । ସେହି ଧାନ ଉପରେ ଲକ୍ଷ୍ମୀ ନାରାୟଣ ଙ୍କୁ ସ୍ମରଣ କରି ୩ ଟି ଗୁଆ ସ୍ଥାପନ କରନ୍ତୁ । ତାହା ପାଖରେ ମା ଲକ୍ଷ୍ମୀ ଙ୍କର ମୂର୍ତି କିମ୍ବା ଫୋଟୋ ଆଦି ଯାହା ଅଛି ତାହାକୁ ସ୍ଥାପନ କରନ୍ତୁ । ଏହା ପରେ ମାତ ଲକ୍ଷ୍ମୀ ଙ୍କର ପ୍ରିୟ ପୁଷ୍ପ ମାନ ଦେଇ ମା’ ଙ୍କର ଧୂପ ଦୀପ, ଝୁଣା ଆଦି ନୈବେଦ୍ୟ ଦ୍ଵାରା ପୂଜା କରନ୍ତୁ ।

ପୂଜା ଶେଷ ରେ ମାନଙ୍କ ଚରଣାର୍ବିନ୍ଦ ରେ ପଡି ପୂଜାରେ ହୋଇଥିବା ଛୋଟ ବଡ ତ୍ରୁଟି ମାନଙ୍କ ପାଇଁ ମାର୍ଜନା କରି କ୍ଷମା ପ୍ରାର୍ଥନା କରନ୍ତୁ । ଏହି ପରି ଭାବରେ ମା ଙ୍କର ପୂଜା କରିବା ଦ୍ଵାରା ମା ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । 

Leave a Reply

Your email address will not be published. Required fields are marked *