ପାନ ପତ୍ର ମୂଳରୁ ଶେଷ କରିଦିଏ ଏହି 10ଟି ଭୟଙ୍କର ରୋଗ, ବାସ କରନ୍ତୁ ଏହି ଉପାୟ ( Healthy Tips )

ପାନ ପତ୍ର ଆମର ପ୍ରାୟତଃ କାମରେ ଆସିଥାଏ । ଯେମିତି କି ଶୁଭ କାର୍ଯ୍ୟ କିମ୍ବା ପୂଜା ପାଠ କାର୍ଯ୍ୟରେ । ଯଦି ଆପଣ ଖାଦ୍ୟ ଖାଇବା ପରେ କୌଣସି ବି ପ୍ରକାରର ଜିନିଷ ନ ମିଶାଇ କେବଳ ଗୋଟିଏ ପାନ ପତ୍ର ସେବନ କରୁଛନ୍ତି ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ଓ ପାଚନତନ୍ତ୍ର ବି ଭଲ ରହିଥାଏ । କହିଦେଉଛୁ କି ଆୟୁର୍ବେଦରେ ପାନ ପତ୍ରର ବିଷୟରେ ବହୁତ କିଛି ଉଲ୍ଲେଖ ଅଛି ।

ପାନ ପତ୍ର ଆମ ଶରୀରରୁ ବହୁତ ରୋଗକୁ ଦୂର କରିଥାଏ ।ଯେଉଁମାନଙ୍କ ସକାଳୁ ସକାଳୁ ଝାଡା ହେଉ ନାହିଁ ସେମାନେ ଗୋଟିଏ ପାନ ପତ୍ର ଚୋବାଇ ଖାଆନ୍ତୁ କିମ୍ବା ରାତିରେ ଗୋଟିଏ ପାନ ପତ୍ରକୁ ପାଣିରେ ପକାଇ ଦିଅନ୍ତୁ ଓ ସକାଳେ ସେହି ପାଣିକୁ ପିଇ ଦିଅନ୍ତୁ । ସେହି ପାନ ପତ୍ରକୁ ବି ଚୋବାଇ ଖାଇ ଦିଅନ୍ତୁ ।

ପାନ ପତ୍ରରେ ଆଣ୍ଟିଅକ୍ସିଡେନ ଗୁଣ ଥାଏ ଯାହା କଫ ଓ କାଶ ଭଳି ସମସ୍ୟାକୁ ଦୂର କରିଥାଏ । ଯଦି ଆପଣ ସବୁଦିନ ଗୋଟିଏ ପାନ ପତ୍ରକୁ ଚୋବାଇ ଖାଇବେ ତେବେ ଆପଣଙ୍କର କଫ ଓ କାଶ ଯେତେ ବି ପୁରୁଣା ହୋଇଥିଲେ ତାହା ଭଲ ହୋଇ ଯିବ । ଏହା ମୁହଁ ସମ୍ବନ୍ଧିତ ସମସ୍ୟାକୁ ବି ଦୂର କରିଥାଏ । ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ପୋକ ଲାଗିଛି କିମ୍ବା ମାଢି ଫୁଲିଛି ତେବେ ଗୋଟିଏ ପାନ ପତ୍ର ଏହି ସବୁ ସମସ୍ୟାକୁ ଦୂର କରିଦେବ ।

ଏଥିପାଇଁ ଆପଣ ପାନ ପତ୍ରକୁ ଚୋବାଇ ଚୋବାଇ ଖାଆନ୍ତୁ । ଗଣ୍ଠି ବିନ୍ଧା ପାଇଁ ବି ପାନ ପତ୍ର ଓ ପାନ ପତ୍ରର ରସ ବହୁତ ଅଧିକ ଭଲ ହୋଇଥାଏ । ଆପଣ ଏହାକୁ ଚୋବାଇ ଚୋବାଇ କିମ୍ବା ପାନ ପତ୍ରରୁ ରସ ବାହାର କରି ଖାଇ ପାରିବେ । ପାନ ପତ୍ରକୁ ପାଣିରେ ଫୁଟାଇ ବି ଖାଇ ପାରିବେ । ଯଦି ଆପଣ ସବୁଦିନ ପାନ ପତ୍ରରେ ଅଳ୍ପ ଚୂନ ମିଶାଇ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିବ ନାହିଁ ।

ଯଦି ଆପଣଙ୍କ ଗଲା ବସି ଯାଇଛି, ଗଲାରେ କିମ୍ବା ମୁହଁରେ ଇନଫେକସନ ଅଛି ତେବେ ଆପଣ ଗୋଟିଏ ପାନ ପତ୍ରକୁ ଗୋଟିଏ ଗ୍ଳାସ ପାଣିରେ ଫୁଟାଇ ସେହି ପାଣି ଦ୍ଵାରା ଗାଗଳିନ କରନ୍ତୁ । ତେବେ ଆପଣଙ୍କ ଏହି ସବୁ ସମସ୍ୟା ଦୂର ହୋଇଯିବ । ପାନ ପତ୍ରର ରସ ଯଦି ଆପଣ ଚେହେରାରେ ଲଗାଉଛନ୍ତି ତେବେ ଆପଣଙ୍କ ଚେହେରାରେ କୌଣସି ବି ପ୍ରକାରର ସମସ୍ୟା ରହିବ ନାହିଁ ।

ପାନ ପତ୍ର ଆମର ସ୍ମରଣ ଶକ୍ତିକୁ ବୁଦ୍ଧି କରିବାରେ ଓ ମୁଣ୍ଡ ବିନ୍ଧା ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ଗୋଟିଏ ପାନ ପତ୍ରର ରସ ବାହାର କରି ଏହାକୁ ମୁଣ୍ଡରେ ଲଗାନ୍ତୁ, ଆପଣଙ୍କ ମୁଣ୍ଡ ବିନ୍ଧା କମ ହୋଇଯିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *