ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ଶରୀରର ଚର୍ବି କମ୍ କରିବା ପାଇଁ ଏକ ଚମତ୍କାରୀ ପାନୀୟ ବିଷୟରେ କହିବୁ ଯାହା ଆପଣଙ୍କ ମେଟାବୋଲିଜିମ କମ୍ କରିବା ସହ ଦିନସାରା କାମ କରିବାକୁ ଆପଣଙ୍କୁ ଶକ୍ତି ମଧ୍ୟ ଯୋଗାଇବ । ଏହା ପ୍ରସ୍ତୁତ କରିବା ପାଇଁ କେବଳ ତିନୋଟି ସାମଗ୍ରୀର ଆବଶ୍ୟକ ପଡିବ ଯାହା ପ୍ରତ୍ଯେକଙ୍କ ରୋଷେଇ ଘରୁ ଅତି ସହଜରେ ମିଳିଯାଏ । ତେବେ ଚାଲନ୍ତୁ ଜଣାଇବା ଏହି ଡ୍ରିଙ୍କକୁ କେମିତି ପ୍ରସ୍ତୁତ କରିବେ ଓ ଚର୍ବି ତରଳାଇବା ପାଇଁ କିଭଳି ଭାବେ ଏହାକୁ ସେବନ କରିବେ ।
ତେବେ ଏହି ଘରୋଇ ଫ୍ୟାଟ କଟର୍ ଡ୍ରିଙ୍କକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗ୍ଯାସରେ ଏକ ପ୍ୟାନ ବସାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏବେ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ଏକରୁ ଦେଢ ଇଞ୍ଚ ଲମ୍ବର ଏକ ଡାଲଚିନି । ଡାଲଚିନି ହଜମକ୍ରିୟା ଓ ମେଟାବୋଲିଜିମକୁ ବୁଷ୍ଟ କରିଥାଏ ଓ ଟାଇପ-୨ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ ।
ଏଥିରେ ଏମିତି ଚମତ୍କାରୀ ତତ୍ତ୍ଵ ରହିଥାଏ ଯାହା ଆପଣଙ୍କ ଶରୀରର ଫ୍ୟାଟ ବର୍ଣ୍ଣିଂ କାପାସିଟିକୁ ବଢାଇଥାଏ । ତେବେ ପାଣିରେ ଡାଳିଚିନି ଖଣ୍ଡ ପକାଇବା ପରେ ଏହାକୁ ଢାଙ୍କି ଦୁଇରୁ ତିନି ମିନିଟ ଯାଏଁ ଭଲରେ ବଏଲ କରନ୍ତୁ, ଯେମିତି ଡାଲଚିନିର ସମସ୍ତ ପୋଷକତତ୍ତ୍ଵ ଏହି ପାଣିକୁ ଆସିଯିବ । ଆପଣ ଚାହିଁଲେ ଏଥିରେ ଡାଲଚିନି ଖଣ୍ଡ ବଦଳରେ ଘର ତିଆରି ଡାଲଚିନି ପାଉଡରର ମଧ୍ୟ ବ୍ୟବହାର କରିପାରିବେ ।
ଏହାପରେ ଆଉ ଏକ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି କଫି ପାଉଡର । କଫିରେ ଥିବା ତତ୍ତ୍ଵ ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରି ଫ୍ୟାଟ ମଧ୍ୟ ବର୍ଣ୍ଣ କରିଥାଏ । ଏଥିରୁ ମିଳିଥାଏ ନିଆସିନ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ, ଯାହାକି ଆପଣଙ୍କ ଓଜନ ହ୍ରାସ କରିବା ପାଇଁ ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ ।
କଫି ପକାଇବା ପରେ ଆପଣ ଏହାକୁ ଆଉ ଦୁଇ ମିନିଟ ବଏଲ କରନ୍ତୁ ଏବଂ ଆଉ ଏକ କପ୍ କୁ ଛାଣି ନିଅନ୍ତୁ । ଏବେ ଆପଣଙ୍କ ଫ୍ୟାଟ କଟର୍ ଡ୍ରିଙ୍କ ବନି ପ୍ରସ୍ତୁତ ହୋଇଗଲା । ତେବେ ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଶାବବାକୁ ହେବ । କାରଣ ଅନେକ ସମୟରେ ଡାଏଟ କରୁଥିବା ବେଳେ ଲୋକଙ୍କର ଜଏଣ୍ଟ ପେନ୍ ସମସ୍ଯା ବଢିଯାଏ ।
ତେବେ ଭିଟାମିନ-ସି ଅଭାବରୁ ଏଭଳି ହୋଇପାରେ ଓ ଭିଟାମିନପ-ସି ଆମ ଶରୀରକୁ ଆଇରନ ଗ୍ରହଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଭିଟାମିନ-ସି ର ସବୁଠୁ ଭଲ ଉତ୍ସ ଫାଳେ ଲେମ୍ବୁର ରସ ଆପଣଙ୍କୁ ଏହି ଡ୍ରିଙ୍କରେ ମିଶାଇବାକୁ ହେବ । ଏହି ଡ୍ରିଙ୍କକୁ ଆପଣ ସକାଳୁ ସକାଳୁ ବନେଇ ଖାଲି ପେଟରେ ସେବନ କରନ୍ତୁ । କାରଣ ଆପଣଙ୍କ ମେଟାବୋଲିଜିମକୁ ବୁଷ୍ଟ କରିବାର ଏହା ହେଉଛି ସଠିକ ସମୟ । ଏହା ସହିତ ଆପଣ ବ୍ୟାୟାମ କରନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ପ୍ରତିଦିନ ୨-୩ ଲିଟର ପାଣି ନିଶ୍ଚୟ ପିଅନ୍ତୁ, ଷ୍ଟ୍ରେସ କମ୍ ନିଅନ୍ତୁ ଓ ୭-୮ ଘଣ୍ଟା ଭଲ ନିଦ୍ରା ଯାଆନ୍ତୁ । ନିଶ୍ଚିତ ଭାବେ ଆପଣଙ୍କ ଓଜନ କମିଯିବ ।