ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ କେବଳ 2ଟି ଗୁଜୁରାତି, ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା ( Healthy Tips )

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୁଜୁରାତି ନିଶ୍ଚୟ ଖାଇଥିବେ । ଗୁଜୁରାତିର ବ୍ୟବହାର ସମସ୍ତ ଘରେ ହୋଇଥାଏ । ଗୁଜୁରାତିକୁ ମସଲା ରୂପେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଗୁଜୁରାତିରେ ଅନେକ ଫାଇଦା ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହାର କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ । ଯଦି ଆମେ ଶୋଇବା ପୂର୍ବରୁ ମାତ୍ର ଗୋଟିଏ ଗୁଜୁରାତି ଖାଇ ଏକ ଗ୍ଳାସ ପାଣି ପିଇବା ତା ହେଲେ ଆମକୁ ବହୁତ ଅଧିକ ଲାଭ ମିଳିବ ।

ଯଦି ଆପଣଙ୍କ ର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ଏବଂ ଖାଦ୍ୟ ଠିକ ଭାବରେ ହଜମ ହେଉ ନାହିଁ ଯାହା ଫଳ ରେ ପେଟ ଠିକ ଭାବରେ ସଫା ହେଉନାହିଁ । ଗ୍ୟାସ, ଖଟା ହାକୁଡି ର ସମସ୍ୟା ରହିଛି ତେବେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ଏହାର ପାଉଡର କୁ ପାଣିରେ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ହଜମ କ୍ରିୟା ସଠିକ ଭାବରେ ହୋଇଥାଏ ଏବଂ ଏହା ସହିତ ପୁରୁଣା କୋଷ୍ଠକାଠିନ୍ୟ ମଧ୍ୟ ଭଲ ହୋଇ ଯାଇଥାଏ ।

ସେହିପରି ବ୍ଲଡପ୍ରେଶର ହେଲେ ଔଷଧ ସେବନ କରିଥାଉ ମାତ୍ର ଆଗକୁ ଯାଇ ତାହା ବ୍ରେନଷ୍ଟୋକ ତଥା ହାର୍ଟଆଟାକ ର କାରଣ ପାଲଟି ଯାଏ । ଡାଇବେଟିସ ଅର୍ଥାତ ମଧୁମୟ ହେଲେ ଆମେ ଔଷଧ ନେଇଥାଉ, କିନ୍ତୁ ତାହା କିଡନୀ ଏବଂ ଲିଭର ଫେଲର କାରଣ ବନିଥାଏ । ତେବେ ଆପଣ ରାତିରେ ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ ଏବଂ ବ୍ଲଡପ୍ରେସର, ମଧୁମେହ ଭଳି ରୋଗ ଠାରୁ ଦୂରେଇ ରୁହନ୍ତୁ ।

ଗୁଜୁରାତି ଆମ ଶରୀରର ଚର୍ବିକୁ ମଧ୍ୟ ତରଲାଇ ଥାଏ । ଆପଣ ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ରାତି ରେ ଗୁଜୁରାତି ନିଶ୍ଚୟ ଖାଆନ୍ତୁ । ଏହା ସହ ଦିନରେ ଅଳ୍ପ ସମୟ ବ୍ୟାୟାମ କରନ୍ତୁ । ଦେଖିବେ ଏକ ରୁ ଦୁଇ ମାସ ଭିତରେ ବିନା ଡାଏଟ ରେ ଓଜନ କମିଯିବ ।

ବାରମ୍ବାର ମୁଣ୍ଡବ୍ୟଥା ହେଉଥିଲେ ନିୟମିତ ଗୁଜୁରାତି ଖାଇ ଦେଖନ୍ତୁ, ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଏହି ସମସ୍ଯା ମଧ୍ୟ ଦୂର ହୋଇଯିବ । ଏତେ ଛୋଟ ଜଡିବୁଟି ଏତେ ସବୁ ରୋଗର ଉପଚାର ବୋଲି ଆପଣ କଳ୍ପନା ମଧ୍ୟ କରି ନଥିବେ । ଏହାଦ୍ବାରା ଆପଣ ସଂପୂର୍ଣ୍ଣ ମାଗଣାରେ ନିଜକୁ ସୁସ୍ଥ ରଖିପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *