ସପ୍ତାହରେ ୨ ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ… ( Healthy Tips )

ବନ୍ଧୁଗଣ ଆଜିର ଖରାପ ଜୀବନ ଶୈଳୀ ଓ ଖାଦ୍ୟପେୟ କାରଣରୁ ପେଟ ଖରାପ ହେବା, ସଫା ନ ହେବା, କବଚ ଆଦିର ସମସ୍ଯା ଭୋଗିବାକୁ ପଡିଥାଏ । ଆମ ଶରୀରର ପାଚନ କ୍ରିୟା ସାହାଜ୍ଯରେ ସବୁ ଅଙ୍ଗକୁ ଏନର୍ଜି ମିଳିଥାଏ । ତେଣୁ ଯେବେ ପେଟ ଜନିତ ସମସ୍ଯା ହୋଇଥାଏ ତାହାର ସିଧା ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଉପରେ ଯେପରିକି କିଡନୀ, ଲିଭର, ହାଡ, ତ୍ଵଚା ଉପରେ ଦେଖାଯାଏ ।

ତେଣୁ ଭଲ ଭୋଜନ ସହ ପେଟ ସଫା ହେବା ବହୁତ ଜରୁରୀ ଅଟେ । ଯେଉଁ ମାନଙ୍କର ପେଟ ସଫା ନ ହୋଇଥାଏ ବା କବଚ ସମସ୍ଯା ହୋଇଥାଏ ସେତେବେଳେ ଖାଉଥିବା ଭୋଜନର କିଛି ଅଂସ ପେଟରେ ରହି ଗ୍ଯାସ ଭଳି ସମସ୍ଯା ସୃଷ୍ଟି ହୁଏ । ଆଜି ଆମେ ଆପଣଙ୍କୁ କହିବୁ ଗ୍ଯାସ ସମସ୍ଯା ଦୂର କରିବାର ଏକ ରେମେଡି ବିଷୟରେ ।

ଏହି ରେମେଡି ତିଆରି କରିବା ପାଇଁ ଦୁଇ ଚାମଚ ଜୀରା, ଏକ କାମଚ ଧନିଆ କୁ ହାଲକା ଭାଜି ନିଅନ୍ତୁ । ଏବେ ଏଥିରେ ୨ ଚାମଚ ଜୁଆଣୀକୁ ଭାଜି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏହାର ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ଅଧା ଚାମଚ କଳା ଲୁଣ, ହଳଦିଆ, ଏକ ଚାମଚ ସୁଣ୍ଠି ପାଉଡର, ପୋଦିନା ପାଉଡର ପକାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ସବୁ ସାମଗ୍ରୀ ଖାଦ୍ୟକୁ ହଜମ କରିବାରେ ସାହାଜ୍ଯ କରିଥାଏ । ଆପଣ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ଏହି ଗୁଣ୍ଡ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହା ଦ୍ଵାରା ଗ୍ଯାସ ଭଳି ସମସ୍ଯା ଆଉ ହେବ ନାହି । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ତ୍ରିଫଳା ଚୂର୍ଣ୍ଣ ଆପଣ ବ୍ୟବହାର କରିପାରିବେ ଯାହା ବହୁ ପୁରାତନ କାଳରୁ ହୋଇ ଆସୁଛି । ଏହା ପେଟ ଓ ଅନ୍ତ ପାଇଁ ଲାଭଦାଊୟକ ହୋଇଥାଏ ।

ଏକ ଗ୍ଳାସ ଉଷୁମ ପାଣିରେ ଏ ଚାମଚ ତ୍ରିଫଳା ପାଉଡର ମିଶାଇ ଏହାର ସେବନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହା ସେବନ କରନ୍ତୁ । ଏହା ଦ୍ଵାରା ସକାଳୁ ପେଟ ସଫା ହୋଇଯିବ । ଏହି ରେମେଡି କୁ ସପ୍ତାହ କୁ ଦୁଇ ରୁ ତିନି ଥର ପ୍ରୟୋଗ କରିପାରିବେ । ତୃତୀୟ ରେମେଡି ପାଇଁ ଜଡା ତେଲ ଆବଶ୍ୟକ ଯାହା ପେଟ ସଫା କରିବାରେ ସବୁଠୁ ଅଧିକ ଲାଭଦାୟକ ହୋଇଥାଏ ।

ଏହା ପେଟ ଓ ଅନ୍ତ ସଫା କରିବା ପାଇଁ ବେଷ୍ଟ ରେମେଡି ଅଟେ । ଏଥିପାଇଁ ହାଲକା ଉଷୁମ ପାଣି ନେଇ ଲେମ୍ବୁ ରସ ଆଡ କରନ୍ତୁ । ଏଥିରେ ଅଳ୍ପ କଳା ଲୁଣ, ଏକ ଚାମଚ ଜଡା ତେଲ ମିଶ୍ରଣ କରି ସକାଳୁ ଖାଲି ପେଟରେ ସେବନ କରନ୍ତୁ । କବଚ ସମସ୍ୟାରେ ପାଚିଲା ଅମୃତଭଣ୍ଡା ଓ ହଳଦୀ କ୍ଷୀର ର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ସକାଳୁ ବା ସନ୍ଧ୍ୟାରେ ଅମୃତଭଣ୍ଡା ଖାଇଲେ ପେଟ ସଫା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *