Vastu Tips- ଠାକୁର ଘର କେଉଁ ଦିଗରେ ରହିବ ଏବଂ ତୁଳସୀ ଚଉରା କେଉଁଠାରେ ରହିବା ଉଚିତ, ନିଶ୍ଚୟ ଜାଣି ରଖନ୍ତୁ ନହେଲେ ପଡିପାରନ୍ତି ଅସୁବିଧାରେ

ସମସ୍ତଙ୍କ ଘରେ ଠାକୁର ଘର ନିଶ୍ଚିତ ଥାଏ । ସେଥିପାଇଁ ଆଜି ଆମେ ଘରେ ଠାକୁର ଘର ପ୍ରସ୍ତୁତ କରିବା ପାଇଁ କିଛି ବାସ୍ତୁ ନିୟମ କହିବୁ । ଠାକୁର ଘର କେମିତି ହେବା ଦରକାର, ଘରର କେଉଁ କୋଣରେ ହେବା ଉଚିତ, ଠାକୁର ଘରର କବାଟ, ଠାକୁର କେଉଁ ସ୍ଥାନରେ ବସିବା ଉଚିତ, କେଉଁ ଦିଗକୁ ମୁହଁ କରି ପୂଜା କରିବା ଉଚିତ, ଠାକୁର ଘରେ କଣ ସବୁ କରିବେ ଓ କଣ ସବୁ କରିବେ ନାହିଁ ଏହି ସବୁ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘର ଘରର ଉତ୍ତର ପୂର୍ବ ଦିଗରେ ଅର୍ଥାତ ଐଶାନ୍ୟ କୋଣରେ ହେବା ଉଚିତ । ନଚେତ ଆପଣ ଠାକୁର ଘରକୁ ସାମାନ୍ୟ ପୂର୍ବ ଦିଗ ଆଡକୁ ନଚେତ ସାମାନ୍ୟ ଉତ୍ତର ଦିଗ ଆଡକୁ କରି ପାରିବେ । ଶୋଇବା ଘରେ କେବେ ବି ଠାକୁର ଘର କରନ୍ତୁ ନାହିଁ ।

ଯଦି କରୁଛନ୍ତି ତେବେ ପୂଜା କରିବା ପରେ ଠାକୁରଙ୍କୁ ଘୋଡାଇ ଦିଅନ୍ତୁ । ଠାକୁର ଘରର କବାଟ ଓ ଝରକାକୁ ଉତ୍ତର ପୂର୍ବ ଦିଗରେ କରି ପାରିବେ । ଠାକୁର ଘରର କବାଟ ସବୁବେଳ ଦୁଇ ଫାଳିଆ ହେବା ଉଚିତ । ଠାକୁର ଘରର କବାଟକୁ ସବୁବେଳେ କାଠରେ କରନ୍ତୁ । କେବେ ବି ଲୁହା, ଟିଣ ଓ ଗ୍ରୀଳ ବ୍ୟବହାର କରନ୍ତୁ ନାହିଁ । ଠାକୁର ଘରର ବନ୍ଧ ଚାରି କାନ୍ଥ ହେବା ଉଚିତ । କେବେ ବି ତିନି ଦିଗ ବନ୍ଧ କରନ୍ତୁ ନାହିଁ । ମନେ ରଖନ୍ତୁ କି ଠାକୁର ଘରେ ସବୁବେଳେ ଠାକୁରଙ୍କ ଫଟୋ ରଖି ପୂଜା କରନ୍ତୁ ।

ମୂର୍ତ୍ତି ପୂଜା କରିବା ଉଚିତ ନୁହେଁ । ଯଦି ମୂର୍ତ୍ତି ପୂଜା କରିବେ ତେବେ ମୂର୍ତ୍ତିର ଉଚ୍ଚତା ୬ ଆଙ୍ଗୁଳି ଠାରୁ ଛୋଟ ହେବା ଉଚିତ । ଘରେ ମା କାଲୀ, ହନୁମାନ, ଶିବ ଓ ନୃସିଂହଙ୍କ ମୂର୍ତ୍ତି ପୂଜା କରନ୍ତୁ ନାହିଁ । ଆପଣ ଯେଉଁ ଫଟୋକୁ ପୂଜା କରୁଛନ୍ତି ତାକୁ କେବେ ବି କାନ୍ଥରେ ଟଙ୍ଗାଇ ରଖନ୍ତୁ ନାହିଁ । ଏଥିପାଇଁ ଆପଣ ଠାକୁର ଘରେ ସ୍ଵତନ୍ତ୍ର ଆସ୍ଥାନ କରନ୍ତୁ । ଠାକୁର ଘରେ ଠାକୁରଙ୍କ ଆସ୍ଥାନକୁ କାନ୍ଥ ସହ ଲଗାଇ ରଖନ୍ତୁ ନାହିଁ । ଏହାକୁ କାନ୍ଥ ଠାରୁ ଅଳ୍ପ ଦୂରେଇ ରଖନ୍ତୁ ।

ଠାକୁର ଘରେ ଭଗବାନଙ୍କ ଫଟୋକୁ ପଶ୍ଚିମ ଦିଗ ଆଡକୁ ମୁହଁ କରି ରଖନ୍ତୁ । ଯଦି ଆପଣ ଠାକୁର ଘରର ଛାତ ପିରାମିଡ ଭଳି କରୁଛନ୍ତି ତେବେ ଏହା ଭଲ ହେବ । କିନ୍ତୁ ଯଦି ଘର ଭିତରେ ଠାକୁର ଘର କରୁଛନ୍ତି ତେବେ ଠାକୁର ଘରର ଆସ୍ଥାନ ପିରାମିଡ ଭଳି ହେବା ଉଚିତ ।

ପୂଜା ଘରେ ଆଲମାରି କିମ୍ବା ବାକ୍ସ ଇତ୍ୟାଦିକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ଆଡକୁ ରଖନ୍ତୁ । ପୂଜା ଘରେ କୌଣସି ବି ପ୍ରକାରର ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଠାକୁର ଘରେ ଟଙ୍କା ବାକ୍ସ ରଖନ୍ତୁ ନାହିଁ । ଠାକୁର ଘରେ ଭଙ୍ଗା କାଚ ବାଲା ଫଟୋ କିମ୍ବା ଉଇ ଲାଗିଥିବା ଫଟୋ ରଖି ପୂଜା କରନ୍ତୁ ନାହିଁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *