କେବଳ 4 ଦିନ ଅମୃତଭଣ୍ଡା ର ମଞ୍ଜି ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି କି, ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ ( Healthy Tips )

ବନ୍ଧୁଗଣ ଆଜର ସମୟରେ ସମସ୍ତେ ସୁସ୍ଥ ରହିବାକୁ ଚାହିଥାନ୍ତି । ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବାର ଖାସ ଉପାୟ କହିବୁ ।   ଆମେ ଆପଣଙ୍କୁ ବାତାଇବୁ ଅମୃତଭଣ୍ଡା ଖାଇବାର ଉପକାରିତା ବିଷୟରେ । ଅମୃତଭଣ୍ଡା କୁ ଉଭୟ ପାଚିଲା ଏବଂ କଞ୍ଚା ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଅମୃତଭଣ୍ଡା ଖାଇବା ଦ୍ବାରା ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା କରିବା ପାଇଁ ଅମୃତଭଣ୍ଡା ବହୁତ ଉପକାରୀ ହୋଇଥାଏ କାରଣ ଅମୃତଭଣ୍ଡା ରେ ଫାଇବର ପୋଟାସିୟମ ଏବଂ ଭିଟାମିନ ରହିଥାଏ ଯାହା ଦ୍ଵାରା ହୃଦୟ ସମ୍ବନ୍ଧିତ ରୋଗ ସବୁ ଭଲ ହୋଇଥାଏ । ଅଧିକ ପୋଟାସିୟମ ଏବଂ କମ ସୋଡ଼ିଆମ ଖାଇଲେ ହୃଦୟ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ବହୁତ କମିଯାଇଥାଏ ।

ଅମୃତଭଣ୍ଡା ଖାଇବା ଦ୍ବାରା ହଜମ କ୍ରିୟା ଭଲ ହୋଇଥାଏ । ଏଥିରେ ପେପିନ ନାମକ ଏଞ୍ଜାଇମ ର ମାତ୍ରା ଅଧିକ ରହିଥାଏ ଯାହା ଦ୍ଵାରା ଏହା ପାଚନ ପ୍ରକ୍ରିୟା କୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏଥିରେ ରହିଥିବା ଫାଇବର ଏବଂ ପାଣି ହଜମ ପ୍ରକ୍ରିୟା କୁ ସହଜ କରିଦେଇଥାଏ । ଏହା କୋଷ୍ଠକାଠିନ୍ୟ ରୁ ମଧ୍ୟ ମୁକ୍ତି ଦେଇଥାଏ । ଅମୃତଭଣ୍ଡା ରେ ହଲିକ, ଭିଟାମିନ ଡି, ଏବଂ ଭିଟାମିନ ସି ଅଧିକ ମାତ୍ରାରେ ରହିଥାଏ ଯାହା ଲାର୍ଜ ଇଣ୍ଟେଷ୍ଟାଇନ ରେ ହେଉଥିବା କ୍ୟାନ୍ସର ରୁ ରକ୍ଷା କରିଥାଏ ।

ଅମୃତଭଣ୍ଡା ର ମଞ୍ଜି ଅନ୍ତନଡାରେ ହେଉଥିବା କୃମି ଏବଂ ପରଜୀବୀ ମାନଙ୍କ ଠାରୁ ମୁକ୍ତି ପାଇବାରେ ମଧ୍ୟ ବହୁତ ସହାୟକ ହୋଇଥାଏ । କାରଣ ଅମୃତଭଣ୍ଡା ମଞ୍ଜିରେ ପ୍ରୋଟିଓଲିତିକ ଏଞ୍ଜାଇମ ଭରି ହୋଇ ରହିଥାଏ ଯାହା ଦ୍ଵାରା ଆମକୁ ଏହି ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ ।

ଅମୃତଭଣ୍ଡା ରେ ଭିଟାମିନ ଏ, ଭିଟାମିନ ସି, ଏବଂ ଭିଟାମିନ ଇ ରହିଥିବାରୁ ଏହା ଆଖିର ସ୍ବାସ୍ଥ୍ୟ ପାଇଁ ଏକ ଉତ୍ତମ ଏହାର ଅଟେ । ଏଥିରେ କେରୋଟିନେ ରହିଥାଏ ଯାହା ଆଖିର ଅଲଟ୍ରାଭାଓଲେଟ ରସ୍ମିରୁ ଆଖିକୁ ସୁରକ୍ଷା ଦେଇଥାଏ । ଏହି ଇଉ ଭି ରେଜ ଆପଣଙ୍କ ଆଖିର ରେଟିନା କୁ କ୍ଷତି ପହଞ୍ଚାଇଥାଏ । ଅମୃତଭଣ୍ଡା ଖାଇବା ଦ୍ବାରା ଏହା ଆଜିର ସମସ୍ୟା ସବୁ ଦୂର କରିଥାଏ ।

ଅମୃତଭଣ୍ଡା ର ସେବନ କରିଲେ ଏହା ଗ୍ରାଉତ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ରହୁଥିବା ଏନ୍ଫ୍ଲାମେଣ୍ଟରୀ ଏଞ୍ଜାଇମ ଗାଉଟ ରାଗ ଦ୍ୱାରା ହେଉଥିବା ଯନ୍ତ୍ରଣା ସବୁ ଦୂର କରିଥାଏ । ଅମୃତଭଣ୍ଡା ରେ ଭିଟାମିନ ଏ, ଭିଟାମିନ ସି ଏବଂ ଭିଟାମିନ ଇ ଅଧିକ ପରିମାଣରେ ଥିବାରୁ ଏହା ଅସ୍ଥିକୁ ଷ୍ଟ୍ରଙ୍ଗ କରିଥାଏ । ଏବଂ ଗଣ୍ଠି ଫୁଲା ଦୂର କରିବାରେ ସହାୟକ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *