ସକାଳୁ ସକାଳୁ ବାସି ରୁଟି ଖାଉଛନ୍ତି କି ? ଜଲ୍ଦି ଦେଖନ୍ତୁ …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ ( Healthy Tips )

ବନ୍ଧୁଗଣ ପ୍ରାୟତଃ ସମସ୍ତେ ରାତିରେ ରୁଟି ଖାଇଥାନ୍ତି । ଆଊ ଯଦି ରାତିରେ ରୁଟି ବଳିଯାଇଥାଏ ତେବେ ତାହାକୁ ଆମେ ଫୋପାଡି ଦେଇଥାଉ ନହେଲେ କୁକୁର ବା ଗାଈକୁ ଖାଇବାକୁ ଦେଇଥାଉ । କାରଣ କୁହାଯାଇଥାଏ କି କୌଣସି ବି ଖାଦ୍ୟ ୧୨ ଘଣ୍ଟାରୁ ଅଧିକ ସମୟ ରଖି ଖାଇବା ଦ୍ୱାରା ଫୁଡ ପଏଯନ ହୋଇଯାଇଥାଏ । କିନ୍ତୁ ବାସି ରୁଟି ଖାଇବା ଦ୍ଵାରା ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ହିତକାରିକ ହୋଇଥାଏ ।

ତାଜା ରୁଟି ବଦଳରେ ବାସି ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ବାସି ରୁଟିରେ ଅଧିକ ତତ୍ୱ ଓ ପୋଷାକ ରହିଥାଏ । ଏହା ବ୍ୟତୀତ ଏଥିରୁ ଶରୀରକୁ ଶକ୍ତି ମଧ୍ୟ ଅଧିକ ମିଳିଥାଏ । ଆଜି ଆମେ ଆପଣଙ୍କୁ ବାସି ରୁଟି ଖାଇବାର ଏମିତି କିଛି ଫାଇଦା ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ବାସି ରୁଟି ଖାଇବା ଆରମ୍ଭ କରିଦେବେ । ତେବେ ଚାଲନ୍ତୁ ଜାଣିବା ।

ଡାଇବେଟିସ କୁ ନିୟନ୍ତ୍ରଣ କରେ:- ଡାଇବେଟିସ ରୋଗୀଙ୍କ ପାଇଁ ବାସି ରୁଟି ଖାଇବା ବହୁତ ଲାଭଦାୟକ ହୋଇଥାଏ । ମଧୁମୟ ରୋଗୀଙ୍କୁ ସକାଳେ ଥଣ୍ଡା ଫିକା କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ । ଏହା ଆପଣଙ୍କ ଶରୀରରେ ବ୍ଲଡ ଗ୍ଲୁକୋଜ ମାତ୍ରାକୁ କମ କରିଥାଏ ଯାହା ଫଳରେ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ ।

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ:- ବାସି ରୁଟିର ସେବନ କଲେ ଏହା ଉଚ୍ଚରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଥଣ୍ତା କ୍ଷୀରରେ ବାସି ରୁଟି ପକାଇ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ତେଣୁ ଉଚ୍ଚରକ୍ତଚାପ ଥିଲେ ସକାଳୁ ବ୍ରେକଫାଷ୍ଟ ରେ ବାସି ରୁଟିକୁ କ୍ଷୀରରେ ପକାଇ ଏହାର ସେବନ କରନ୍ତୁ । ଏହାର ଫାଇଦା ଆପଣ ନିଜେ ଅନୁଭବ କରି ପାରିବେ ।

ପେଟ ସମସ୍ୟା ଦୂର କରେ:- ଯଦି ଆପଣଙ୍କୁ ପେଟ ଜନିତ କୌଣସି ସମସ୍ୟା ଅଛି । ଯେମିତି କି କୋଷ୍ଠକାଠନ୍ୟ, କବଜ, ଏସିଡିଟି, ପଥରି ଇତ୍ୟାଦି ତେବେ ଆପଣ ବାସି ରୁଟିର ସେବନ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ଏହା ବ୍ୟତୀତ ଗହମରେ ତିଆରି ହୋଇଥିବା ରୁଟି ହଜମ ପକ୍ରିୟା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଶରୀରର ଶକ୍ତି ବଢିଇଥାଏ:- ବାସି ରୁଟି ଖାଇବା ଦ୍ବାରା ଶରୀରରେ ଶକ୍ତି ବଢ଼ିଥାଏ । ଯଦି ଆପଣ ଅଳ୍ପ ପରିଶ୍ରମ କଲେ ମଧ୍ୟ ଠକି ଯାଉଛନ୍ତି ବା ଆପଣଙ୍କୁ କମଜୋରି ରହୁଛି ତେବେ ଆପଣ ବାସି ରୁଟି ଖାଇବା ଆରମ୍ଭ କରିଦିଅନ୍ତୁ । କାରଣ ବାସି ରୁଟି ଖାଇବା ଦ୍ବାରା ଶରୀରରେ ଶକ୍ତି ଆସିଥାଏ ଏବଂ ଆପଣ ସବୁବେଳେ ଆକ୍ଟିଭ ରହିଥାନ୍ତି । ଏହାଦ୍ବାରା ଆପଣଙ୍କୁ ଇମ୍ମୁନିଟୀ ପାୱାର ମଧ୍ୟ ବଢ଼ିଥାଏ ଯାହା ଆପଣଙ୍କୁ ସମସ୍ତ ପ୍ରକାରର ରୋଗ ଠାରୁ ଦୂରେଇ ରହିଥାଏ ।

ଓଜନ ବଢାଇଥାଏ:- ଯଦି ଆପଣ ବହୁତ ଦୁର୍ବଳ ଏବଂ ପତଳା ଅଛନ୍ତି ଆଊ ନିଜର ଦୁର୍ବଳ ଶରୀରକୁ ଏକ ସୁସ୍ଥ ଶରୀରରେ ପରିଣତ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ ବାସି ରୁଟର ସେବନ କରନ୍ତୁ । ଏହା ଆପଣଙ୍କ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଫାଇବର ଏବଂ ପ୍ରୋଟିନ ମିଳିଥାଏ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ଏବଂ ଦୁର୍ବଳତା ଦୂର କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *