3 ଦିନ ଖାଆନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ରହିବ ନାହିଁ ! ( Healthy Tips )

ବେଳେ ବେଳେ ଆମ ଶରୀର କେତେକ ଅଙ୍ଗରେ, ହାଡରେ କିମ୍ବା ମାଂସପେଶୀରେ ଅସହନୀୟ ଯନ୍ତ୍ରଣା ହୋଇଥାଏ । ଆପଣ ସେହି ସ୍ଥାନରେ ଔଷଧ ଲଗାଇ ସେଥିରୁ ଆରାମ ପାଇବା ପାଇଁ ଚେଷ୍ଟା କରିଥାନ୍ତି । କିଛି ସମୟ ପାଇଁ ତ ଆପଣଙ୍କୁ ଆରାମ ମିଳିଥାଏ କିନ୍ତୁ ପୁଣି କିଛି ସମୟ ପରେ ସେହି ଯନ୍ତ୍ରଣା ଆରମ୍ଭ ହୋଇଯାଏ । ଯେଉଁ କାରଣରୁ କୌଣସି କାମରେ ଆପଣଙ୍କର ମନ ଲାଗେ ନାହିଁ । ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଚେକଅପ କରାନ୍ତୁ ।

ହୁଏତ ଏହା ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ବି ହୋଇପାରେ । ଆମର ଦାନ୍ତ ଓ ହାଡରେ ୯୯ ପ୍ରତିଶତ କ୍ୟାଲସିୟମ ଥାଏ । ଯଦି ଶରୀରରେ କ୍ୟାଲସିୟମର ଅଭାବ ଥାଏ ତେବେ ଆପଣଙ୍କ ହାଡ ଦୁର୍ବଳ ହୋଇଯାଏ । ହାଡ ଭାଙ୍ଗିବାର ଓ ହାଡ ଫ୍ୟାକଚର ହେବାର ଭୟ ବି ଅଧିକ ଥାଏ ।

ବୟସ ଓ ବୁଦ୍ଧ ବ୍ୟକ୍ତିଙ୍କ ପାଇଁ ସବୁଦିନ ୧୦୦୦ ରୁ ୧୩୦୦ ମିଲିଗ୍ରାମ, ଯୁବକ ଓ କିଶୋରମାନଙ୍କ ପାଇଁ ସବୁଦିନ ୧୩୦୦ ମିଲିଗ୍ରାମ, ପିଲାମାନଙ୍କ ପାଇଁ ୭୦୦ ରୁ ୧୦୦୦ ମିଲିଗ୍ରାମ, ୧ ବର୍ଷ ରୁ ଛୋଟ ପିଲାମାନଙ୍କ ପାଇଁ ସବୁଦିନ ୨୫୦ ରୁ ୩୦୦ ମିଲିଗ୍ରାମ କ୍ୟାଲସିୟମ ନିହାତି ଦରକାର । ପ୍ରାକୃତିକ ଘରୋଇ ଉପଚାର ସାହାର୍ଯ୍ୟରେ ଆପଣ ନିଜର ଶରୀରରେ କ୍ୟାଲସିୟମର ମାତ୍ରାକୁ ବୁଦ୍ଧି କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ସେବନ କରି ଆପଣ ନିଜର ଶରୀରରେ କ୍ୟାଲସିୟମର ଅଭାବକୁ ଦୂର କରି ପାରିବେ ।

କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ରାଶି ଅର୍ଥାତ ତିଳ ବହୁତ ହିଁ ଭଲ ଘରୋଇ ଉପଚାର ଅଟେ । ଏଥିପାଇଁ ଆପଣ ୩ ରୁ ୪ ଚାମଚ ଧଳା ରାଶିକୁ ଏକ ତାୱାରେ ଅଳ୍ପ ଭାଜି ଦିଅନ୍ତୁ । ଯାହା ଦ୍ଵାରା ଗୁଣ୍ଡ କରିବାକୁ ସୁବିଧା ହେବ । ଦୁଇ ରୁ ତିନି ମିନିଟ ଅଳ୍ପ ଭାଜିବା ପରେ ଆପଣ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଡିଙ୍ଗ କରି ଦିଅନ୍ତୁ ।

ଏହାକୁ ଆପଣ ସୁପ କିମ୍ବା ସାଲାଡରେ ମିଶାଇ ଖାଇ ପାରିବେ । ଗୋଟିଏ ଗ୍ଳାସ ଉଷୁମ କ୍ଷୀର ନିଅନ୍ତୁ । ବର୍ତ୍ତମାନ ଏଥିରେ ଏକ ଚାମଚ ରାଶି ଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି କ୍ଷୀରକୁ ସେବନ କରନ୍ତୁ । ଆପଣ ଏହାକୁ ଦିନକୁ ତିନି ଥର ସେବନ କରନ୍ତୁ । ୧୫ ଦିନ ସେବନ କରିଲେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୋଇଯିବ ।

ଦ୍ଵିତୀୟ ଘରୋଇ ଉପଚାର ତିଆରି କରିବା ପାଇଁ ପ୍ରଥମ ଆପଣ ଗୋଟିଏ ପାତ୍ରରେ ଗୋଟିଏ ଗ୍ଳାସ ପାଣି ନେଇ ତାକୁ ଫୁଟାନ୍ତୁ । ଏଥିରେ ଗୋଟିଏ ଚାମଚ ଜୀରା ପକାନ୍ତୁ । ୧ ଇଞ୍ଚର ଅଦା ନେଇ ତାକୁ ଛୋଟ ଛୋଟ ଖଣ୍ଡରେ କାଟି ଏହି ପାଣିରେ ପକାନ୍ତୁ । ଏହି ପାଣିକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଆପଣ ଏହାକୁ ଗ୍ଳାସରେ ଛାଣି ଦିଅନ୍ତୁ । ଏହାର ସ୍ଵାଦ ବଢାଇବା ପାଇଁ ଆପଣ ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏହି ପାଣିକୁ ଦିନକୁ ଦୁଇ ଥର ପିଅନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଶରୀରରୁ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏହି  ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *