ଥଣ୍ଡା ( Cold Drink ) ପିଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି…ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ ( Healthy Tips )

ବନ୍ଧୁଗଣ ଆମେ ସମସ୍ତେ ଜାଣନ୍ତି ଯେ ଯେକୌଣସି କୋଲ୍ଡ ଡ୍ରିଙ୍କ ହେଉ ଯେ କୌଣସି କମ୍ପାନୀ ର ହେଉ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହାର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ଯେଉଁଠାକୁ ଯାଆନ୍ତୁ କୋଲ୍ଡ ଡ୍ରିଙ୍କ ତ ନିଶ୍ଚୟ ପିଉଛନ୍ତି । କିନ୍ତୁ କୋଲ୍ଡ ଡ୍ରିଙ୍କ ଭିତରେ କାର୍ବିନେଟେଡ ୱାଟର, ଆର୍ଟିଫିସିଆଲ କଲର, ଚିନି, ହାନିକାରକ ଏସିଡ ବହୁତ ପରିମାଣରେ ରହିଥାଏ । ଆଊ ତାହା ଆମ ଶରୀରରେ ଅନେକ ଅସୁବିଧା ହେବାର କାରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କ ପିଇବା ର ଏକ ଘଣ୍ଟା ପରେ ଆମ ଶରୀରରେ କଣ କଣ ସବୁ ହୋଇଥାଏ ତାହା ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ କଣ ଆପଣ ଜାଣନ୍ତି କି ଏକ ୩୦୦ ଏମଏଲ କୋଲ୍ଡ ଡ୍ରିଙ୍କ ରେ ୩୫ ରୁ ୪୫ ଗ୍ରାମ ଚିନି ରହିଥାଏ । କୋଲ୍ଡ ଡ୍ରିଙ୍କ ପିଇବାର ୧୦ ମିନିଟ ଭିତରେ ହିଁ ଆମ ଶରୀରରେ ଗ୍ଲୁକୋଜ ର ପରିମାଣ ଏତେ ମାତ୍ରାରେ ବଢିଯାଇଥାଏ ଯେତିକି ଗ୍ଲୁକୋଜ ଗୋଟେ ଦିନରେ ଦରକାର । କୋଲ୍ଡ ଡ୍ରିଙ୍କ ପିଇବାର ୨୦ ମିନିଟ ପରେ ଆମ ଶରୀରରେ ସୁଗର ମାତ୍ର ଏପରି ବଢ଼ିଥାଏ ଯେ ଯାହାକୁ କି ହଜମ କରିବା ପାଇଁ ଆମ ଶରୀରରେ ଇଁସୁଲିନ ମଧ୍ୟ ଖେପ୍ର ମାତ୍ରାରେ ବଢ଼ିଥାଏ । ଏକ ସମୟରେ ଏପରି ହେଉଥିବା କାରଣରୁ ଆମ ଲିଭର ଠିକ ଭାବରେ କାମ କରିପାରେ ନାହିଁ ।

ଏବଂ ସୁଗର ର ମାତ୍ରା ଅଧିକ ହେବା କାରଣରୁ ଆମ ଶରୀର ଏହାକୁ ହଜମ କରିବା ବଦଳରେ ଫ୍ୟାଟ ବା ଚର୍ବି ରେ ପରିଣତ କରିଦେଇଥାଏ । କୋଲ୍ଡ ଡ୍ରିଙ୍କ ରେ ସିଗ୍ରେଟ, ଚା ଏବଂ କଫି ଭଳି କଫେ ମଧ୍ୟ ରହିଥାଏ । ଯାହା କୋଲ୍ଡ ଡ୍ରିଙ୍କ ପରିବାର ୪୦ ମିନିଟ ମଧ୍ୟରେ ହିଁ ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ନିଦ ଠିକ ଭାବରେ ନ ଲାଗିବା ସହିତ ଆମର ଉଚ୍ଚ ରକ୍ତଚାପ ମଧ୍ୟ ବଢିବାରେ ଲାଗିଥାଏ ।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମ ଲିଭର ଅଧିକ ମାତ୍ରାରେ ସୁଗର ଛାଡ଼ିଥାଏ । କୋଲ୍ଟ ଡ୍ରିଙ୍କ ପିଇବାର ୫୦ ମିନିଟ ପରେ ଆମ ବ୍ରେନ କୁ ଖୁସି କରୁଥିବା ଲୋପା ମାଇଣ୍ଡ ର ପରିମାଣ ବହୁତ ମାତ୍ରାରେ ବଢିଯାଇଥାଏ । ଯାହା ଦ୍ଵାରା ଆମକୁ କୋଲଡ୍ ଡ୍ରିଙ୍କ ପିଇବା ପରେ ଖୁସି ଅନୁଭବ ହୋଇଥାଏ । ଏବଂ ଏହା ନିଶା ଦ୍ରବ୍ୟ ପରି ଆମ ବ୍ରେନ କୁ ବାରମ୍ବାର କୋଲ୍ଡ ଡ୍ରିଙ୍କ ପିଇବାକୁ ବାଧ୍ୟ କରିଥାଏ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୋଲଡ ଡ୍ରିଙ୍କ ପିଇବାର ୧ ଘଣ୍ଟା ପରେ ଆମ ଶରୀରରୁ ବହୁତ ମାତ୍ରାରେ ଜଳୀୟ ଅଂଶ ପରିସ୍ରା ମାଧ୍ୟମରେ ବାହାରି ଯାଇଥାଏ । ଏବଂ ଏହା ଦ୍ୱାରା ଆମ ଶରୀରରେ ଥିବା ହାଡ, ମାଂସ ପେଶି ଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ । ଯାହା ଦ୍ଵାରା ଆମକୁ ବହୁତ୍ ଥକା ଅନୁଭବ ହୋଇଥାଏ ।

କୋଲ୍ଡ ଡ୍ରିଙ୍କ ରେ ଏପରି ଏମିତି କିଛି ମଧ୍ୟ ନାହିଁ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇପାରିବ । ଏହା ପିଇବା ଦ୍ୱାରା ପେଟ ଥଣ୍ଡା ହେବା ବଦଳରେ ଗରମ ହୋଇଥାଏ ଏବଂ ଡାଇବେଟିସ, ହାର୍ଟ ଆଟାକ, ଏସିଦିଟି ଭଳି ରୋଗକୁ ଏହା ନିମନ୍ତ୍ରଣ କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *