ଡାଇବେଟିସ ମାତ୍ର 7 ଦିନରେ ହିଁ କଣ୍ଟ୍ରୋଲ ହେଇଯିବ, ଜାଣନ୍ତୁ ଡାଇବେଟିସ ଥିଲେ କେଉଁ ଜିନିଷ ଠାରୁ ଦୂରେଇ ରହିବେ ଓ କଣ ଖାଇବେ ? ( Healthy Tips )

ମଧୁମେହ ଅର୍ଥାତ ଡାଏବେଟିସ ରୋଗ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଛି । କାରଣ ଏହି ରୋଗ ଆପଣଙ୍କ ଶରୀରର ବିଭିନ୍ନ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ । ଯେମିତି କି କିଡନୀ ସମ୍ବନ୍ଧିତ ରୋଗ, ହୃଦଘାତ, ଦ୍ରୁଷ୍ଟି ଶକ୍ତି ହରାଇବା, ସ୍ନାୟୁ ରୋଗ ଇତ୍ୟାଦି । କହିବାକୁ ଗଲେ ଡାଏବେଟିସ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ପଡିଥାଏ ।

କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ସେବନ କରି ଆପଣ ନିଜର ଡାଏବେଟିସକୁ କଣ୍ଟ୍ରୋଲ କରି ପାରିବେ । କଲରା ଡାଏବେଟିସ ରୋଗୀ ପାଇଁ ବହୁତ ଭଲ ହୋଇଥାଏ । ଏହା ରକ୍ତରେ ସୁଗାର ଲେବୁଲକୁ କମ କରିବାରେ ସାହାର୍ଯ୍ୟ କରିଥାଏ ଓ ରକ୍ତକୁ ପରିଷ୍କାର ମଧ୍ୟ କରିଥାଏ । ଆପଣ ସକାଳେ କଲରା ଜୁସ ପିଇ ପାରିବେ କିମ୍ବା ରାନ୍ଧି ଖାଇ ପାରିବେ ।

ଦୁଇରୁ ତିନୋଟି ଡାଲଚିନି ପାଣିରେ ପକାଇ ତାକୁ ଗରମ କରି, ଏହାକୁ ଛାଣି ଖାଲି ପେଟରେ ସେବନ କରନ୍ତୁ । ଏହା ବ୍ଲଡରେ ସୁଗାର ଲେବୁଲକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ମେଥି ପାଣି, ତୁଲସୀ ପତ୍ର, ବ୍ରୋକୋଳି, ରସୁଣ, ଆଲୋବେରା, ଭୁସଙ୍ଗ ପତ୍ର ଇତ୍ୟାଦି ଖାଇ ପାରିବେ । କିନ୍ତୁ ଏହି ସବୁ ଖାଇବାର କିଛି ନିୟମ ଓ ଉପାୟ ଅଛି । ଏହି ସବୁକୁ ସଠିକ ଉପାୟରେ ସେବନ କରିବେ ତେବେ ଆପଣଙ୍କ ଡାଏବେଟିସ କଣ୍ଟ୍ରୋଲରେ ଆସିଯିବ । ଆମେ ଆପଣଙ୍କୁ ବର୍ତ୍ତମାନ ଏମିତି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ଡାଏବେଟିସ ରୋଗୀକୁ କେବେ ବି ଏହି ସବୁ ଜିନିଷ ଖାଇବା ଉଚିତ ନୁହେଁ ।

କହିବାକୁ ଗଲେ ଡାଏବେଟିସ ରୋଗକୁ ସମ୍ପୂର୍ଣ ରୂପରେ ଭଲ କରି ହେବ ନାହିଁ । କିନ୍ତୁ ଆପଣ ନିଜର ଖାଦ୍ୟପ୍ରଣାଳୀ ଓ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ଡାଏବେଟିସକୁ ନିୟନ୍ତ୍ରଣରେ ରଖି ପାରିବେ । ଆଳୁ, ମଇଦାରୁ ତିଆରି ଖାଦ୍ୟ, ଫାଷ୍ଟ ଫୁଡ, ପ୍ୟାକେଟ ଫୁଡ, ତେଲ ଦ୍ଵାରା ତିଆରି ଖାଦ୍ୟରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ ବହୁତ ପରିମାଣରେ କାର୍ବୋହାଇଡ୍ରେଡ ଥାଏ ଓ ଏହି ସବୁ ଖାଦ୍ୟ ଖାଇଲେ ରକ୍ତରେ ଗ୍ଳୁକୋଜ ମାତ୍ରା ବଢିଯାଏ । ଡାଏବେଟିସ ରୋଗୀମାନେ ସଫ୍ଟଡ୍ରିଂକ୍ସ ବି ସେବନ କରିବା ଉଚିତ ନୁହେଁ ।

ଥିରେ ଅଧିକ ପରିମାଣ କାର୍ବୋହାଇଡ୍ରେଡ ଥାଏ । ଯାହାକି ସୁଗାର ଲେବୁଲକୁ ନିୟନ୍ତ୍ରଣରେ ରଖି ନ ଥାଏ । ଫଲ ଦ୍ଵାରା ତିଆରି ଜୁସ ବି ପିଇବା ଉଚିତ ନୁହେଁ । କିସମିସରେ ବିଭିନ୍ନ ପ୍ରକାରର ପୋଷାକ ତତ୍ଵ ଥାଏ ଓ ସୁଗାର ମାତ୍ରା ବି ଅଧିକ ଥାଏ । ଅଙ୍ଗୁର ଶୁଖାଇ କିସମିସ କରିବା ପ୍ରକ୍ରିୟାରେ ଏଥିରେ ଥିବା ପାଣି ଶୁଖି ଯାଏ ।

ରିସର୍ଚରେ ଜଣା ପଡିଛି କି ଗୋଟିଏ କପ ଅଙ୍ଗୁରରେ ୨୭ ଗ୍ରାମ କାର୍ବୋହାଇଡ୍ରେଡ ଥିବା ସମୟରେ ଗୋଟିଏ କପ କିସମିସରେ ୧୫ ଗ୍ରାମ କାର୍ବୋହାଇଡ୍ରେଡ ଥାଏ । ସେଥିପାଇଁ କିସମିସ ଖାଇଲେ ଏହା ରକ୍ତରେ ସୁଗାର ଲେବୁଲକୁ ବଢାଇଥାଏ । ଡାଏବେଟିସ ରୋଗୀ ଭାତ ବି ଖାଇବା ଉଚିତ ନୁହେଁ । ଏହି ପୋଷ୍ଟ ଟି ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *