ଗ୍ୟାସ, ଏସିଡିଟି, ବାରମ୍ବାର ପାଡିବା, ପେଟ ଫୁଲିବା ଓ କୋଷ୍ଠକାଠିନ୍ୟ ମାତ୍ର 5 ମିନିଟରେ ଠିକ ହୋଇଯିବ, କରନ୍ତୁ ଏହି ଗୋଟିଏ ଉପାୟ ( Healthy Tips )

ବନ୍ଧୁଗଣ ଯଦି ଆପଣଙ୍କୁ କବଜ ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଅଛି, ପେଟ ଫୁଲୁଛି, ଯଦି ବାରମ୍ବାର ଗ୍ୟାସ ହେଉଛି, ଛାତିରେ ଜ୍ବଳନ ହେଉଛି, ଏସିଡ ସମସ୍ୟା ରହିଛି ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ସହ ଏକ ଚମତ୍କାରି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାଦ୍ବାରା ଆପଣଙ୍କୁ ଏହି ସବୁ ସମସ୍ୟା କେବେ ବି ହେବ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ କିପରି ସେବନ କରିବେ ।

ଆଜିର ଏହି ଉପଚାର ଫୁଲ ପାୱାରଫୁଲ ଅଟେ । ଏହାର ସେବନ ଦ୍ୱାରା ଆପଣଙ୍କର ଭୟଙ୍କର ରୁ ଭୟଙ୍କର ଗ୍ୟାସ ସବୁଦିନ ପାଇଁ ଶେଷ ହୋଇଯିବ । କେବଳ ୫ ମିନିଟ ଭିତରେ ଆପଣଙ୍କୁ ଏହାର ରେଜଲ୍ଟ ମିଳିଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ବସାନ୍ତୁ । ଏବେ ଏଥିରେ ଗୋଟେ ଗିଲାସ ପାଣି ଢାଳନ୍ତୁ । ବର୍ତ୍ତମାନ ଏଥିରେ ଗୋଟେ ଚାମଚ ଜିରା ପକାନ୍ତୁ ।

ଜିରା ରୋଷେଇ ଘରୁ ଅତି ସହଜରେ ମିଳିଯିବ । ଆୟୁର୍ବେଦ ଅନୁଯାୟୀ ଜିରା ହେଉଛି ଏକ ଏପରି ମସଲା ଯାହା ହଜମ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଜିରା ପାଣି ଏସିଡିଟି ଏବଂ ପେଟ ଫୁଲା ପରି ସମସ୍ୟା ଠାରୁ ମୁକ୍ତି ଦେଇଥାଏ ଏବଂ ପେଟ ଜନିତ ସମସ୍ୟା କୁ ସବୁଦିନ ଠାରୁ ମୁକ୍ତି ଦେଇଥାଏ । ତେବେ ବର୍ତ୍ତମାନ ଏଥିରେ ଗୋଟେ ଡାଲଚିନି ପକାନ୍ତୁ ।

ଡାଲଚିନି ଏକ ଭାରତୀୟ ମସଲା ଯାହା ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ବଦହଜମି ଭଳି ସମସ୍ୟା କୁ ତୁରନ୍ତ ଭଲ କରିଥାଏ । ଏବେ ଆପଣ ଏହାକୁ ଲୋ ଫ୍ଲେମରେ ୫ ମିନିଟ ଫୁଟିବାକୁ ଛାଡ଼ି ଦିଅନ୍ତୁ ଯେମିତି ଏହି ଦୁଇଟି ସାମଗ୍ରୀର ସବୁ ପୋଷାକତତ୍ୱ ଏହି ପାଣିରେ ଆସିଯିବ । ୫ ମିନିଟ ପରେ ଏହାକୁ ଗୋଟେ ଗ୍ଲାସ ରେ ଛାଣି ନିଅନ୍ତୁ । ଛାଣୀସାରିବା ପରେ ଯେଉଁ ଜିରା ଓ ଡାଲଚିନି ବଞ୍ଚିଯିବ ତାହାକୁ ଆପଣ ତରକାରୀ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ ।

ବର୍ତ୍ତମାନ ଆମେ ଏହି ମିଶ୍ରଣ ରେ ଦୁଇଟି ଜିନିଷ ମିଶାଇବା । ପ୍ରଥମ ଟି ହେଉଛି ଲେମ୍ବୁ ରସ । ଆପଣ ଏଥିରେ ଗୋଟେ ଫାଳ ଲେମ୍ବୁ ରସ ମିଶାନ୍ତୁ । ଏହା ଆପଣଙ୍କ ପେଟର ଏସିଡିଟି କୁ ଶାନ୍ତ କରିଥାଏ । ଏବେ ଦିତୀୟ ସାମଗ୍ରୀ ମାନେ କଳା ଲୁଣ ମିଶାନ୍ତୁ । କଳା ଲୁଣରେ ଖାରିୟ ଅଂଶ ରହିଛି ଯାହା ପେଟ ସମସ୍ୟା କୁ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ବର୍ତ୍ତମାନ ଆମର ଏହି ଡ୍ରିଙ୍କ ପ୍ରସ୍ତୁତ । ବନ୍ଧୁଗଣ ଯେତେବେଳେ ଆପଣଙ୍କୁ ଗ୍ୟାସ ବା ଏସିଡିଟି ହେଉଛି ସେତେବେଳେ ଆପଣ ଏହି ମିଶ୍ରଣ ପ୍ରସ୍ତୁତ କରି ପିଇ ନିଅନ୍ତୁ ଦେଖିବେ ମାତ୍ର ୫ ମିନିଟ ରେ ଆପଣଙ୍କ ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ଦୂର ହେବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *