କହିବାକୁ ଗଲେ ଯେତେବେଳେ ଆମର ହୃଦୟ ସ୍ପନ୍ଦନ କରିଥାଏ ତେବେ ସେହି ସମୟରେ ଆମର ହୃଦୟ ଶରୀରରେ ରକ୍ତକୁ ପମ୍ପ କରିଥାଏ । ରକ୍ତ ଗତି କରିବା ସମୟରେ ଏହା ଧମନୀ ନାମକ ରକ୍ତ ଭଣ୍ଡାର ପାର୍ଶ୍ଵକୁ ଠେଲି ହୋଇଯାଏ । ଏହାକୁ ହିଁ ରକ୍ତଚାପ କୁହାଯାଏ । ଉଚ୍ଚ ରକ୍ତଚାପ ଓ ହାଇବ୍ଲଡ ପ୍ରେସର ଅର୍ଥ ଏହା ଅଟେ କି ଆପଣଙ୍କ ରକ୍ତ ଅତ୍ୟଧିକ ଶକ୍ତି ଦେଇ ଆପଣଙ୍କ ରକ୍ତ ଭଣ୍ଡାର ଦେଇ ଗତି କରିଥାଏ ।
କିନ୍ତୁ ଏହା ଧୀରେ ଧୀରେ ଆପଣଙ୍କ ଧମନୀକୁ ବି ନଷ୍ଟ କରି ପାରେ । ଏହା ବ୍ୟକ୍ତିର ହୃଦଘାତ ସମସ୍ୟାକୁ ବି ବୁଦ୍ଧି କରିପାରେ । ଏହା ଆଖି, କିଡନୀ ଓ ମସ୍ତିଷ୍କ ଭଳି ଅଙ୍ଗକୁ ବି କ୍ଷତି ପହଞ୍ଚାଇ ପାରେ । ଆପଣଙ୍କ ରକ୍ତଚାପ ଅଧିକ ଅଛି କି ନାହିଁ ଜାଣିବାର ଗୋଟିଏ ଉପାୟ ହେଉଛି ଆପଣ ରକ୍ତଚାପ ପ୍ରେସର ଟେଷ୍ଟ କରନ୍ତୁ ।
ଅଧିକ ଲୁଣ ଖାଇବା, ଅଧିକ ମଦ୍ୟପାନ କରିବା, ଓଜନ ବଢିବା ଓ ସବୁଦିନ ନ ଚାଲିବା ଦ୍ଵାରା ବି ଉଚ୍ଚ ରକ୍ତଚାପ ଓ ହୃଦୟ ସମ୍ବନ୍ଧିତ ରୋଗ ହୋଇପାରେ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ମାତ୍ର ୭ ଦିନ ସେବନ କରିଲେ ଆପଣଙ୍କ ଉଚ୍ଚ ରକ୍ତଚାପ ନର୍ମାଲ ହୋଇଯିବ ଓ ଆପଣଙ୍କୁ ହୃଦଯ ଜନିତ ସମସ୍ୟା ବି ହବ ନାହିଁ । ସଜନା ଶାଗ ଆମ ଶରୀର ପାଇଁ କେତେ ଲାଭଦାୟକ ଏହା ଆପଣ ସମସ୍ତେ ଜାଣିଛନ୍ତି ।
ଏହା ଆମର ଆଖିର ଦ୍ରୁଷ୍ଟି ଶକ୍ତି ବଢାଇବା ସହିତ ଆମ ଶରୀରର ଆହୁରି ବହୁତ ରୋଗକୁ ଭଲ କରିଥାଏ । ସଜନା ଶାଗ ପୋଟାସିୟମ, ଭିଟାମିନ ଓ ଖଣିଜ ପଦାର୍ଥରେ ଭରପୁର ଅଟେ । ସଜାନ ଶାଗ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାର୍ଯ୍ୟ କରିଥାଏ । ଏହି ଉପଚାର ପାଇଁ ଆପଣ ପ୍ରଥମେ କିଛି ସଜାନ ଗଛର ପତ୍ର ନିଅନ୍ତୁ । ଏହି ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏଥିରେ ୨ ୩ ଚାମଚ ପାଣି ଦେଇ ଆପଣ ଏହାକୁ ହେମଦସ୍ତାରେ ଛେଚନ୍ତୁ । ଏହାକୁ କେବେ ବି ଗ୍ରାଇଡିଙ୍ଗ କରିବେ ନାହିଁ ।
ଆପଣ ଏହାର ରସକୁ ବାହାର କରି ଦିଅନ୍ତୁ । ଗୋଟିଏ ଛୋଟ ଗ୍ଳାସରେ ଅଧ ଗ୍ଳାସ ରସ ନେଇ ୭ ଦିନ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ସେବନ କରନ୍ତୁ । ୭ ଦିନରୁ ଅଧିକ ସେବନ କରିବେ ନାହିଁ । ମାସକୁ ମାତ୍ର ଗୋଟିଏ ସପ୍ତାହ ଏହାର ସେବନ କରନ୍ତୁ । ତାହା ବି ପୁଣି କେବଳ ୩ ମାସ । ଦେଖିବେ ଆପଣଙ୍କ ରକ୍ତଚାପ ଧୀରେ ଧୀରେ କଣ୍ଟ୍ରୋଲରେ ଆସିଯିବ । ଏହାକୁ ସେବନ କରିବା ସମୟରେ ଆପଣ ବ୍ଲଡ ପ୍ରେସର ମେଡ଼ିସିନ ବି ସେବନ କରି ପାରିବେ । ଏହି ପୋଷ୍ଟ ଟି ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।