ଯେତେ ପୁରୁଣା ହାଇ BP ସମସ୍ୟା ହେଉ ନା କାହିଁକି ଭଲ ହେଇଯିବ, କେବଳ ଏହି ଉପାୟରେ… ( Dr Satish Gupta )

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଜନ୍ମରୁ ମରଣ ପର୍ଯ୍ୟନ୍ତ ହୃତପିଣ୍ଡ ଚାଲିଥାଏ । ହୃତପିଣ୍ଡ ର କାମ ହେଉଛି ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବା । ସେହିପରି ଭାବେ ହୃତପିଣ୍ଡ ଆମ ଶରୀରକୁ ଅମ୍ଳଜାନ ମଧ୍ୟ ଯୋଗାଇଥାଏ । ହୃତପିଣ୍ଡ ଶରୀରର ଅଙ୍ଗକୁ ରକ୍ତ ସଞ୍ଚାଳନ କରିବା ସମୟରେ ଚାପ ପକାଇଥାଏ କିନ୍ତୁ ଏହି ଚାପ ଅଧିକା ପଡ଼ିବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ ।

ଉଚ୍ଚ ରକ୍ତଚାପ ବଢିଥିଲେ ହ୍ରୁଦୟ ର ଆକାର ବଢ଼ି ବଢ଼ି ଚାଲିଥାଏ ଏବଂ ପରେ ଏହା ହାର୍ଟ ଫେଲର ର ଲକ୍ଷଣ ଦେଖାଇଥାଏ । ଏହାପରେ ହୃତପିଣ୍ଡ ରକ୍ତ ନଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଯାହା ଦ୍ଵାରା ହାର୍ଟ ଆଟ୍ଟକ ଭଳି ସମସ୍ୟା ହୋଇଥାଏ । ଉଚ୍ଚରକ୍ତଚାପ ଅଧିକ ଦିନ ଧରି ଲାଗି ରହିଲେ ବ୍ରେନ ଷ୍ଟ୍ରୋକ, କିଡନୀ ନଷ୍ଟ, ଦୃଷ୍ଟିଶକ୍ତି କମିଯାଏ ।

ଉଚ୍ଚ ରକ୍ତଚାପ ହେବାର ଅସଲି କାରଣ ଜଣା ପଡେନାହିଁ କିନ୍ତୁ ଡକ୍ଟର ଙ୍କ ମତରେ ଏହା ବଂଶଗତ କାରଣ ମଧ୍ୟ ହୋଇଥାଏ । ମାନସିକ ଚିନ୍ତା ରେ ମଧ୍ୟ ଉଚ୍ଚ ରକ୍ତଚାପ ବଢ଼ିଥାଏ । ବାହାର ଫାଷ୍ଟ ଫୁଡ ଖାଇବା ଦ୍ବାରା ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ । ତେବେ ବନ୍ଧୁଗଣ ଉଚ୍ଚ ରକ୍ତଚାପ ଦେଖା ଦେଲେ ଅନ୍ୟ ବଡ ବଡ ରୋଗ ମଧ୍ୟ ହୋଇଥାଏ । ତେଣୁ ଉଚ୍ଚ ରକ୍ତଚାପ ହେବା ମାତ୍ରେ ଔଷଧ ଖାଇବା ନିହାତି ଜରୁରୀ ।

ତେବେ ଏକ ସୁସ୍ଥ ହୃତପିଣ୍ଡ ପାଇଁ ବିଷମ ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ । ଏବଂ ଏହା ସହିତ ପନି ପରିବା ମଧ୍ୟ ଖାଇବା ଆବଶ୍ୟକ ହୋଇଥାଏ । ଏହା ପ୍ରଥମେ ଧ୍ୟାନ ରଖିବା ଉଚିତ କି ଯେପରି ଅଧିକ ତେଲ ମସଲା ଖାଦ୍ୟ ଠାରୁ ଦୂରେଇ ରହିବେ । ଏବଂ ପ୍ରତେକ ଦିନ ଖାଦ୍ୟରେ ପରିବାର ସାଲାଡ଼ ନିଶ୍ଚିନ୍ତ ଖାଆନ୍ତୁ । ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ ରହିଛି ତେବେ ଲୁଣ ଖାଆନ୍ତୁ ନାହିଁ ଏହା ଦ୍ୱାରା ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ । ଖାଦ୍ୟରେ ଖାଇବାର ସମୟ ନିୟନ୍ତ୍ରଣ କରନ୍ତୁ ।

ଯେଉଁ ବ୍ୟକ୍ତି ମାନଙ୍କୁ ରକ୍ତଚାପ ଭଳି ସମସ୍ୟା ରହିଛି ସେମାନେ ସପ୍ତାହକୁ ୨ ଥର ରକ୍ତଚାପ, ଡାଇବେଟିସ, କୋଲେଷ୍ଟ୍ରୋଲ ପରୀକ୍ଷା କରନ୍ତୁ । ପ୍ରତେକ ଦିନ ସକାଳୁ ୧ ଘଣ୍ଟା ବ୍ୟାୟାମ କରନ୍ତୁ । ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ମାନସିକ ଶାନ୍ତି ଏବଂ ଔଷଧ ର ସେବନ କରିବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *