ଜୁଆଣୀ ପାଣି ( Ajwain ) ଏହି 10ଟି ଚମତ୍କାରୀ ଫାଇଦା, ଯାହା ବିଷୟରେ ଜାଣିବା ପରେ ସବୁଦିନ ପିଇବା ଆରମ୍ଭ କରିଦେବେ ଆପଣ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୁଆଣି ର ଉପକାରିତା ବିଷୟରେ କହିବୁ । ଜୁଆଣି ଆମର ରୋଷେଇ ଘରେ ଗୋଟେ ମସଲା ରୂପରେ ବ୍ଯବହାର କରାଯାଏ । କିନ୍ତୁ ଏହା କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ଭରିରହିଛି । ଜୁଆଣି ରେ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଓଡ଼ିନେ ଏବଂ କେରାଟିନ ନାମକ ପୋଷାକ ତତ୍ତ୍ଵ ଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଜୁଆଣି ର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଦୂର କରିବା ପାଇଁ କରାଯାଇ ଆସିଅଛି । ଜୁଆଣି କୁ ସେବନ କରିବାର ସବୁଠାରୁ ଭଲ ଉପାୟ ହେଲା ଏହାର ଡ୍ରିଙ୍କ ବନେଇ ପିଇବା । ତେବେ ଚାଲନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ ।

ପାଚନକ୍ରିୟା ଭଲ କରିଥାଏ:- ଜୁଆଣି ପାଣି ପିଇଲେ ଶରୀରର ମେଟାବୋଲିଯିମ ରେଟ ବଢିଯାଏ ଏବଂ ହଜମ କ୍ରିୟା ଭଲରେ ହୋଇଥାଏ । କୋଷ୍ଠକାଠିନ୍ୟ, ବଦହଜୀମ, ଏସିଦିଟି ଏବଂ ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କାରଣ ଜୁଆଣି ରେ ଥିବା ପୋଷାକ ତତ୍ତ୍ଵ ପାଚକ କ୍ରୀୟକୁ ବଢାଇଥାଏ ।

ଥଣ୍ଡା କାଶ ଦୂର କରିଥାଏ:- ଥଣ୍ଡା ଯୋଗୁଁ ନାକ ବନ୍ଦ ହୋଇଯାଇଥାଏ କିନ୍ତୁ କିଛି ଜୁଆଣି କୁ ଉଷୁମ ପାଣିରେ ପକାଇ ଖାଇଲେ ଏହା ଦୂର ହୋଇଥାଏ । ଏତିକି ନୁହେଁ ଜୁଆଣି ଗୁଣ୍ଡକୁ ଗୋଟେ ସଫା କପଡା ରେ ବାନ୍ଧି ବାରମ୍ବାର ଶୁଙ୍ଘିଲି ମୁଣ୍ଡ ବିନ୍ଧା, ମାଇଗ୍ରେନ୍, ବା ଅର୍ଦ୍ଧ କପାଳ ବିନ୍ଧା ଆଦି ଦୂର ହୋଇଥାଏ ।

ଶ୍ୱାସ ରୋଗ ଭଲ କରେ:- ଶ୍ୱାସ ରୋଗ ଭଲ କରିବାରେ ମଧ୍ୟ ଜୁଆଣି ଲାଭଦାୟକ ହୋଇଥାଏ । ଜୁଆଣି ଗୋଟିଏ ପ୍ରାକୃତିକ ଆଣ୍ଟି ବାୟୋଟିକ ଭଳି କାମ କରିଥାଏ । ଏହା ପିଇବା ଦ୍ୱାରା ଫୁସଫୁସ ରେ ଜମିଥିବା କଫ ବାହରି ଆସେ ତେଣୁ ଶ୍ୱାସ ରୋଗୀଙ୍କୁ ଶ୍ୱାସ ନେବାରେ ସମସ୍ୟା ଆସେନାହିଁ ।

ଆଣ୍ଠୁ ଗଣ୍ଠି ବିନ୍ଧା:- ଯଦି ଆପଣ ଅଣ୍ଟା ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ସବୁବେଳେ ଚିନ୍ତିତ ରହୁଛନ୍ତି ତେବେ ଜୁଆଣି କୁ ପେଶି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହା ପରେ ଏହି ପେଷ୍ଟ କୁ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ବାରା ଖୁବ ଶୀଘ୍ର ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଦୂର ହେବ ।

ମୋଟାପଣ କମ କରେ:- ଓଜନ କମାଇବାରେ ଏବଂ ପେଟ ଚର୍ବି କମାଇବାରେ ଜୁଆଣି ପାଣି ବହୁତ ଉପଯୋଗୀ ହୋଇଥାଏ । ଯଦି ଲଗାତାର ଗୋଟେ ମାସ ଧରି ଜୁଆଣି ପାଣି ପିଅନ୍ତି ତେବେ ଆପଣ ୫ କେଜି ପର୍ୟ୍ୟନ୍ତ ଓଜନ କମାଇ ପାରିବେ । ଜୁଆଣି ଖାଇବା ଦ୍ବାରା ମେଟାବୋଲିଯିମ ରେଟ ଭଲ ରହିଥାଏ ଯାହା ଦ୍ଵାରା ଖାଦ୍ୟର ସମ୍ପୂର୍ଣ୍ଣ ଶକ୍ତି ଶରୀରକୁ ମିଳିଥାଏ ଏବଂ ଚର୍ବି ତିଆରି ପ୍ରକ୍ରିୟା ଦୂର ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *