ଏଥିରୁ କେବଳ 1 ଚାମଚ ଖାଇ ନିଅନ୍ତୁ, କବଜ, ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ, ଅଜୀର୍ଣ ଭଳି ସମସ୍ୟା ସବୁଦିନ ପାଇଁ ଗାୟବ ହୋଇଯିବ ( Healthy Tips )

ବନ୍ଧୁଗଣ ପେଟ ସଫା କରିବା ପାଇଁ ଏବଂ କବଜ ଭଳି ସମସ୍ୟା କୁ ସବୁଦିନ ପାଇଁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ରେମୀଡି ନେଇ ଆସିଛୁ ଯାହାର ସେବନ ସମସ୍ତେ କରିପାରିବ । ପିଲା ଠାରୁ ବୁଢା ସମସ୍ତେ ଖାଇ ପାରିବେ । ଯେଉଁମାନଙ୍କୁ ହାଇ ବିପି ପରି ସମସ୍ୟା ଅଛି ସେମାନେ ମଧ୍ୟ ଏହାର ସେବନ କରିପାରିବେ । କାରଣ ଆମେ ଏଥିରେ ଲୁଣର ପ୍ରୟୋଗ କରିବା ନାହିଁ । ଏହା ବହୁତ ସହଜ ଏବଂ ଚମତ୍କାରି ଉପାୟ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ପ୍ରସ୍ତୁତ କରିବେ ଏବଂ ଏହାର ସେବନ କିପରି କରିବେ ।

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ଅଟେ ଅଳସି । ଯାହାକୁ ଇଂରାଜୀ ରେ ଫ୍ଲାକ ସିଡ ଏବଂ ଓଡ଼ିଆ ରେ ପେଶୁ ବା ମିରିକଳି କୁହାଯାଇଥାଏ । ଆଳସି ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହାର ସେବନ ଆପଣଙ୍କ ପେଟ ସଫା କରିବା ସହ ଆପଣଙ୍କ କବଜ ଭଳି ସମସ୍ୟା ଦୂର କରିବା ସହ ଆହୁରି ଅନେକ ପ୍ରକାରର ସ୍ବାସ୍ଥ୍ୟ ଲାଭ ପହଞ୍ଚାଇଥାଏ ।

ଏବେ ଆମେ ଏଥିରେ ଦିତୀୟ ସାମଗ୍ରୀ ମିଶାଇବା ତାହା ଅଟେ ପାନ ମହୁରୀ । ଏହା ଆମ ପେଟ ପାଇଁ ଏବଂ ଆମ ହଜମ ଶକ୍ତି ପାଇଁ କେତେ ଅଧିକ ଲାଭଦାୟକ ହୋଇଥାଏ । ଯେଉଁ ଲୋକଙ୍କୁ ଏସିଡିଟି, ପେଟରେ ଜଳନ ହୋଇଥାଏ ସେମାନଙ୍କ ପାଇଁ ପାନ ମହୁରୀ ବହୁତ ଲାଭଦାୟକ ହୋଇଥାଏ । ଗୋଟେ ପାତ୍ରରେ ଦୁଇ ଚାମଚ ଅଳସୀ ଏବଂ ଦୁଇ ଚାମଚ ପାନ ମହୁରୀ ନିଅନ୍ତୁ । ଏହାକୁ ତିନି ରୁ ଚାରି ମିନିଟ ପର୍ଯ୍ୟନ୍ତ ଗ୍ୟାସ ରେ ସ୍ଲୋ ଫ୍ଲେମ ରେ ସେକି ନିଅନ୍ତୁ ।

ଏହା ପରେ ଆପଣ ଏହାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହି ରାମବାଣ ଉପଚାର କୁ ଦୁଇଟି ଉପାୟରେ ଆପଣ ସେବନ କରିପାରିବେ । ପ୍ରଥମ ପ୍ରତେକ ଦିନ ଖାଦ୍ୟ ଖାଇବା ପରେ ଏହାର ଗୋଟେ ଚାମଚ ଚୋବେଇ ଖାଇନିଅନ୍ତୁ । ଦେଖିବେ ଆପଣଙ୍କ ଖାଦ୍ୟ ଠିକ ଭାବେ ହଜମ ହେବା ସହ ପେଟ ଜନିତ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଦିତୀୟ ରେ ଯେଉଁ ମାନଙ୍କୁ କବଜ ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଛି ସେମାନେ ଏହାର ଚୂର୍ଣ୍ଣ ବା ପାଉଡର ବନେଇ ଦିଅନ୍ତୁ ।

ଏହାକୁ ଖାଇସାରିବା ପରେ ଗୋଟେ ଗ୍ଲାସ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ଏହି ପାଉଡର ର ଗୋଟେ ଚାମଚ ମିଶାନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପାଣି ଉଷୁମ ହେବ ପରେ ଏହାକୁ ପିଅନ୍ତୁ । ଦେଖିବେ ଆପଣଙ୍କ ପେଟ ଜନିତ ସବୁ ସମସ୍ୟା ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *