ପ୍ରତିଦିନ ଖାଆନ୍ତୁ 2 ଟି ଲବଙ୍ଗ, ମିଳିଥାଏ ଏହି 5 ଟି ଚମତ୍କାରୀ ଲାଭ, ନିଶ୍ଚୟ ଦେଖନ୍ତୁ ( Healthy Tips )

ଲବଙ୍ଗକୁ ସମସ୍ତେ ଘରେ ମସଲା ରୂପରେ ବ୍ୟବହାର କରନ୍ତି । କିନ୍ତୁ କହିଦେଉଛୁ କି ଏଥିରେ କିଛି ଔଷଧୀୟ ଗୁଣ ବି ଅଛି ଯାହା ଶରୀରରୁ କିଛି ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଲବଙ୍ଗ ଦାନ୍ତ ବିନ୍ଧା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କର ଦାନ୍ତ ବିନ୍ଧୁଛି ତେବେ ଆପଣ ଲବଙ୍ଗ କିମ୍ବା ଲବଙ୍ଗର ତେଲକୁ ଦାନ୍ତରେ ଜାକି ରଖୁଛନ୍ତି ତେବେ ଦାନ୍ତ ବିନ୍ଧା ଦୂର ହୋଇଯିବ ।

ଲବଙ୍ଗ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟାକୁ ବି ଦୂର କରିଥାଏ । ଯଦି ଆପଣ ପ୍ରାୟତଃ ସମୟ ଏହିଭଳି ସମସ୍ୟାରେ ରହୁଛନ୍ତି ତେବେ ଲବଙ୍ଗର ଏହି ଉପାୟକୁ ଆପଣାନ୍ତୁ । ଅଧିକ ପାଣିରେ ଦୁଇରୁ ତିନୋଟି ଲବଙ୍ଗର ଗୁଣ୍ଡ ମିଶାଇ ଏହି ପାଣିକୁ ଫୁଟାନ୍ତୁ । ଏହାକୁ ଉଷୁମ କରି ଅର୍ଥାତ ଅଳ୍ପ ଥଣ୍ଡା କରି ସେବନ କରନ୍ତୁ । ଏହା ଦ୍ଵାରା ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ବାରମ୍ବାର ହେକୁଟି ଆସୁଛି ତେବେ ଦୁଇଟି ଲବଙ୍ଗ ପାଟିରେ ରଖି ତାକୁ ଚକୋଲେଟ ଭଳି ଚୁସନ୍ତୁ । ଦେଖିବେ ହେକୁଟି ଶୀଘ୍ର ବନ୍ଦ ହୋଇଯିବ । ପାଟି ଦୁର୍ଗନ୍ଧ ଦୂର କରିବାରେ ଲବଙ୍ଗ ଏକ ଭଲ ଉପାୟ ଅଟେ । ଲବଙ୍ଗକୁ ପାଟିରେ ରଖିଲେ ଦାନ୍ତ ଦୁର୍ଗନ୍ଧ ଦୂର ହେବା ସହିତ ଦାନ୍ତ ସଫା ରହିଥାଏ ଓ ଦାନ୍ତ ଏବଂ ମାଢିରେ ସଂକ୍ରମଣ ହୋଇ ନ ଥାଏ ।

ଏକ ରିସର୍ଚରୁ ଜଣା ପଡିଛି କି ଲବଙ୍ଗ କେତେକ ପ୍ରକାରର କ୍ୟାନ୍ସର ଓ ଟ୍ୟୁମରର କୋଶିକାର ବିଭାଜନ ପ୍ରକ୍ରିୟାକୁ ବୁଦ୍ଧି କରିବାକୁ ଦିଏ ନାହିଁ । ଯଦି କ୍ୟାନ୍ସର ରୋଗୀ ଲବଙ୍ଗର ସେବନ କରୁଛନ୍ତି ତେବେ ଏହା କ୍ୟାନ୍ସରକୁ ବଢିବାକୁ ଦିଏ ନାହିଁ । ଡାଏବେଟିସ ରୋଗୀ ଯଦି ଲବଙ୍ଗ ସେବନ କରୁଛନ୍ତି ତେବେ ତାଙ୍କ ଶରୀରରେ ସୁଗାର ପରିମାଣ ନିୟନ୍ତ୍ରଣରେ ରହିଥାଏ । କାରଣ ଲବଙ୍ଗରେ ଥିବା ପୋଷାକ ତତ୍ଵ ପ୍ୟାନକ୍ରିୟାରୁ ଇନସୁଲିନର କ୍ଷରଣକୁ ତ୍ୱରାନ୍ୱିତ କରିଥାଏ । ରକ୍ତରେ ସୁଗାରର ପରିମାଣ କମ ହେବାରେ ଲାଗେ ।

ଲବଙ୍ଗ ଶରୀରର ଯନ୍ତ୍ରଣାକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ଲୋକମାନେ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ରୋଗରେ ପୀଡିତ ଅଛନ୍ତି ସେମାନେ ସବୁଦିନ ଗୋଟିଏ ଲବଙ୍ଗ ସେବନ କରନ୍ତୁ । ଗୋଟିଏ ମୁଠା ଲବଙ୍ଗକୁ ଗୁଣ୍ଡ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ତେବେ ଏହା ଗଣ୍ଠି ଫୁଲା ଓ ଗଣ୍ଠି ବିନ୍ଧାକୁ କମ କରିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲବଙ୍ଗ ଥଣ୍ଡା ଓ କାସ ଭଳି ରୋଗକୁ ଭଲ କରିଥାଏ । ଏଥିପାଇଁ ଆପଣ ଏହି ଉପାୟକୁ କରନ୍ତୁ । ୫ ଟି ଲବଙ୍ଗ, ୫ ଟି ଗୋଲୋମରିଚ, ଏକ ଚାମଚ ଜୁଆଣୀ ପେଶୀ ଏଥିରେ ଅଳ୍ପ ମହୁ ମିଶାଇ ଏହାକୁ ସେବନ କରିବା ଦ୍ଵାରା କିଛି ଦିନ ମଧ୍ୟରେ ହିଁ ଥଣ୍ଡା ଦୂର ହୋଇଯାଏ । ଲବଙ୍ଗକୁ ଗୁଣ୍ଡ କରି ଏହାକୁ ଫେସପ୍ୟାକ ସହ ମିଶାଇ ଚେହେରାରେ ଲଗାଇଲେ ବ୍ୟାକ୍ଟେରିୟା ଯୋଗୁ ହେଉଥିବା ବ୍ରଣ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *