ଲେମ୍ବୁ ପାଣିରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ପିଅନ୍ତୁ, ପୁରୁଣା ରୁ ପୁରୁଣା ଚର୍ବି ବି ମହମ ଭଳି ତରଳି ଯିବ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ନିଜର ମୋଟାପଣ ବା ଫ୍ୟାଟ କୁ ନେଇ ବହୁତ ଅଧିକ ଚିନ୍ତିତ ରହୁଛନ୍ତି । ପେଟର ଚର୍ବି ଅନେକ ଲୋକଙ୍କର ବଢ଼ିଥାଏ ଯାହା ଫଳରେ ସେମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ସହଜ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଓଜନ କମ କରିବା ସହିତ ଆପଣଙ୍କ ଶରୀରର ଅନେକ ପ୍ରକାରର ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏବଂ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ଅଧିକ ସହଜ ହୋଇଥାଏ । ଆଜି ଆମେ ଜାଣିବା ଆପଣ କେମିତି ଆପଣଙ୍କ ପେଟର ଚର୍ବି କୁ କମ କରିପାରିବେ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟେ ପାତ୍ର ନିଅନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ପାଣି ଫୁଟିବା ପରେ ସେଥିରେ ଦୁଇଟି ତେଜ ପତ୍ରକୁ ଭଲ ଭାବରେ ଧୋଇ ସେଥିରେ ପକେଇ ଦିଅନ୍ତୁ । ଏହାକୁ ୨ ରୁ ୩ ମିନିଟ ଭଲ ଭାବରେ ଫୁଟିବାକୁ ଛାଡ଼ି ଦିଅନ୍ତୁ । ତେଜ ପାତ୍ରରେ ଥିବା ପୋଷାକ ତତ୍ତ୍ଵ ଓଜନ କାମାଇବାରେ ବହୁତ ସାହାଯ୍ୟ କରିଥାଏ । ବର୍ତମାନ ଏଥିରେ ଗୋଟେ ଫାଳ ଲେମ୍ବୁ ରସ ପକାନ୍ତୁ । ଲେମ୍ବୁ ସେବନ କରିବା ଦ୍ଵାରା ଶରୀରର ଚର୍ବି କମିବାରେ ଲାଗେ । ଏହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ ।

ତେବେ ବର୍ତ୍ତମାନ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ଗୋଟେ ପାତ୍ର ସାହାଯ୍ୟରେ ଘୋଡାଇ ଦିଅନ୍ତୁ । ଏବେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାକୁ ଏପରି ଘୋଡେ଼ଇ ରଖି ଥଣ୍ଡା କରିବା ଦ୍ୱାରା ତେଜ ପତ୍ରରେ ଯେଉଁ ପୋଷାକ ତତ୍ତ୍ଵ ରହିଛି ତାହା ସଂପୂର୍ଣ୍ଣ ଭାବେ ଏହି ପାଣିକୁ ଆସିଯିବ । ସେଥିପାଇଁ ଆପଣ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।

ତେବେ ଥଣ୍ତା ହୋଇସାରିବା ପରେ ଏହାକୁ ଗୋଟେ ଗ୍ଲାସ କୁ ଛାଣି ନିଅନ୍ତୁ । ଏହା ବହୁତ ଶୀଘ୍ର ଏବଂ ସହଜରେ ବନେଇ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଏହି ୱେଟ ଲସ ଡ୍ରିଙ୍କ କୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହା ଆପଣଙ୍କ ଓଜନ କମ କରିବାରେ ବହୁତ ଲାଭଦାୟକ ଅଟେ । ଏହାକୁ କେବଳ ଗୋଟେ ସପ୍ତାହ ସେବନ କରିବା ଦ୍ଵାରା ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିଯିବ ।

ଏହି ଡ୍ରିଙ୍କ କେବଳ ଓଜନ କମ କରିନଥାଏ ବରଂ ଯଦି ଆପଣଙ୍କୁ କଲେଷ୍ଟ୍ରୋଲ, ରକ୍ତଚାପ, ଡାଇବେଟିସ, ଅନିୟମିତ ଋତୁସ୍ରାବ ପରି ସମସ୍ୟା ରହିଛି ତେବେ ମଧ୍ୟ ଆପଣ ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *