ମାତ୍ର 3 ଦିନ ପିଇ ନିଅନ୍ତୁ, ପେଟର ସବୁ ରୋଗ ହେଇଯିବ ଗାୟବ

ବନ୍ଧୁଗଣ ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କର ପେଟ ସହ ଜଡିତ ବିଭିନ୍ନ ସମସ୍ୟା ରହିଛି । ଏହାର କାରଣ ହେଉଛି ଭୁଲ ଜୀବନଶୈଳୀ ଓ ଖାଦ୍ୟ ପେୟର ଅଭାବ । ବର୍ତ୍ତମାନ ଲୋକମାନେ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କ-ଷ୍ଟ କରୁଛନ୍ତି ଯାହା ଫଳରେ ସେମାନେ ନିଜର ଧ୍ୟାନ ରଖିପାରୁ ନାହାନ୍ତି । ଏହା ଦ୍ଵାରା ସେମାନଙ୍କୁ ଗ୍ୟାସ, ପେଟ ଫୁଲିବା, ଖାଦ୍ୟ ହଜମ ନହେବା, ପେଟ ଗରମ ହେବା ଓ ଏସିଡିଟି ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ଆଜି ଆମେ ଆପଣ ମାନଙ୍କ ଏହି ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ ।

ଏହି ଉପାୟକୁ ବ୍ୟବହାର କରି ଆପଣ ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଆମର ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ରାତ୍ରି ସମୟରେ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଅଧା ଚାମଚ ଗୋନ୍ଦ କତିରା ନିଅନ୍ତୁ ।

ଏହି ଗୋନ୍ଦ କତିରା ଏକ ଆୟୁର୍ବେଦିକ ଔଷଧୀ ଅଟେ ଓ ଏହା ଆପଣଙ୍କୁ ସେହିଠାରେ ମିଳିବ ଯେଉଁଠି ଦେଶୀ ଔଷଧ ମିଳିଥାଏ ବା ଦେଶୀ ମସଲା ମିଳିଥାଏ । ନତୁବା ଏହାକୁ ଆପଣ ଅନଲାଇନ ମଧ୍ୟ କିଣିପାରିବେ । ଗୋନ୍ଦ କତିରା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପରେ ଆପଣ ଏଥିରେ ଅଳ୍ପ ମାତ୍ରାରେ ପାଣି ମିଶାଇ ଦିଅନ୍ତୁ ଓ ଏହାକୁ ସେମତି ରାତି ସାରା ଛାଡି ଦିଅନ୍ତୁ । ସକାଳ ହେବା ପରେ ଗୋନ୍ଦ କତିରା ଫୁଲି ଯାଇଥିବ ।

ଏହାପରେ ଆପଣ ଏହି ମିଶ୍ରଣକୁ ଛାଣି ଦିଅନ୍ତୁ । ଛାଣିବା ପରେ ଆପଣ ପାଣିକୁ ଗୋନ୍ଦ କତିରା ଠାରୁ ଅଲଗା କରିଦିଅନ୍ତୁ ଓ ଗୋନ୍ଦ କତିରାକୁ ଏକ ପାତ୍ରରେ ରଖନ୍ତୁ । ଏହା ପରେ ଆପଣ ଦୁଇ ଚାମଚ ଗୁଣ୍ଡ ମିଶ୍ରି ଏହି ମିଶ୍ରଣରେ ପକାନ୍ତୁ । ଯଦି ଆପଣଙ୍କ ପାଖରେ ମିଶ୍ରି ନାହିଁ ତା ହେଲେ ଆପଣ ଏଥିରେ ଗୁଣ୍ଡ ଚିନି ମଧ୍ୟ ମିଶାଇ ପାରିବେ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ଏହା ପରେ ଆପଣ ଶେଷରେ ଏହି ମିଶ୍ରଣରେ ଥଣ୍ଡା କ୍ଷୀର ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଇପାରିବେ । ଛୋଟ ପିଲା, ବୃଦ୍ଧ ଲୋକ ଓ ମହିଳା ମାନେ ମଧ୍ୟ ଏହାର ସେବନ କରିପାରିବେ । କେବଳ ତିନି ଦିନ ଏହି ମିଶ୍ରଣର ସେବନ କରନ୍ତୁ ସକାଳ ସମୟରେ ଖାଲି ପେଟରେ ଏହାର ସେବନ କରିବେ ।

ଦେଖିବେ ତିନି ଦିନର ସେବନ ପରେ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଏହା ସହିତ ଯଦି ଆପଣଙ୍କ ପେଟ ଗରମ ଅଛି ତା ହେଲେ ଏହାର ସେବନ ଦ୍ଵାରା ପେଟ ଥଣ୍ଡା ମଧ୍ୟ ରହିବ । ବନ୍ଧୁଗଣ ଏହି ଉପାୟକୁ ନିଜେ ପ୍ରୟୋଗ କରି ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରନ୍ତୁ ଓ ଏହି ଉପାୟର ସୂଚନା ଆପଣ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଦିଅନ୍ତୁ ।

ଏହି ଟିପ୍ସ ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *