ମୂଳା ଖାଇବାର ଫାଇଦା ଜାଣିଲେ ଆପଣ ପ୍ରତିଦିନ ଖାଇବେ ମୂଳା, 10 ଟି ରୋଗର ହୋଇଥାଏ କାଳ ! ( Healthy Tips )

ବନ୍ଧୁଗଣ ଶୀତ ଦିନ ଚାଲୁଅଛି । ଏହି ଶୀତଦିନେ ଲୋକେ ସାଲାଡ଼ ରୂପରେ ମୂଳା ର ସେବନ କରିଥାନ୍ତି । ଏବଂ ମୂଳା ରେ ତରକାରୀ ମଧ୍ୟ ବନା ଯାଇଥାଏ । ମୂଳା ଖାଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ମୂଳା ପତ୍ର,ଫୁଲ, ଫଳ, ଏବଂ ମଞ୍ଜି ସବୁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ମୂଳା ଖାଇବାର କିଛି ଖାସ ଫାଇଦା ବିଷୟରେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଡାଇବେଟିସ ବା ମଧୁମୟ ରୋଗୀଙ୍କ ପାଇଁ ମୂଳା କୌଣସି ରାମବାଣ ଔଷଧ ଠାରୁ କମ ନୁହେଁ । ମୂଳା ର ସେବନ ଦ୍ୱାରା ସୁଗର ଲେଭେଲ କମ ହୋଇଥାଏ ଏବଂ ଡାଇବେଟିସ ଭଳି ଗମ୍ଭୀର ରୋଗ ଭଲ ହୋଇଥାଏ । ଏଥି ପାଇଁ ଡାଇବେଟିସ ରୋଗୀ ମୂଳା ର ସେବନ ନିହାତି ଭାବେ କରନ୍ତୁ । ମୂଳା ଖାଇବା ଦ୍ଵାରା ଏସିଡିଟି, ଗ୍ୟାସ, କବଜ ଭଳି ପେଟ ସମସ୍ୟା ସବୁ ମୂଳରୁ ଶେଷ ହୋଇଯାଏ ।

ଥଣ୍ଡା, କାଶ ଓ ଜ୍ବରରେ ପୀଡିତ ଲୋକ ମାନଙ୍କ ପାଇଁ ମୂଳା ଔଷଧ ଭାବେ କାମ କରିଥାଏ । ମୂଳା ରେ ଥିବା ଆଣ୍ଟିକନଞ୍ଜେଷ୍ଟିଭ ଗୁଣ ଛାତିରେ ବସିଥିବା କଫ କୁ ବାହାରକୁ କଢ଼ିବାରେ ସାହାଯ୍ୟ କରିଥାଏ । ଯାହା ଦ୍ଵାରା ଥଣ୍ଡା, କାଶ ଓ ଜ୍ଵର ଖୁବ ଶୀଘ୍ର କମି ଯାଇଥାଏ । ଏବଂ ଆପଣଙ୍କ ଶରୀରକୁ ମଧ୍ୟ ଶକ୍ତି ମିଳିଥାଏ । ମୂଳା ଖାଇବା ଦ୍ଵାରା କିଡନୀ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମୂଳାରେ ଫଲିକ ଏସିଡ, ଭିଟାମିନ ସି, ଏଁଥୁକାଇଲିଁ ଭଳି ପୋଷାକ ତତ୍ବ ମିଳିଥାଏ ଯାହା ଶରୀରରେ କ୍ୟାନ୍ସର ଉତ୍ପନ କରେ ଯାହା ଶରୀରରେ କୋସିକା କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏବଂ କ୍ୟାନ୍ସର ସହ ଲଢ଼ିବାରେ ଆମ ଶରୀରକୁ ସାହାଯ୍ୟ କରିଥାଏ । କ୍ୟାନ୍ସର ଭଳି ଗମ୍ଭୀର ରୋଗ ରୁ ବଞ୍ଚିବା ପାଇଁ ଭୋଜନରେ ମୂଳା ର ସେବନ ନିହାତି କରନ୍ତୁ । ମୂଳାର ସେବନ କରିବା ଦ୍ଵାରା ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ମୂଳା ଖାଇବା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ଭରିହୋଇ ରହିଥାଏ । ଯାହା ଆମକୁ ବିଭିନ୍ନ ପ୍ରକାରର ରୋଗ ଠାରୁ ଦୂରେଇ ରଖିଥାଏ । ମୂଳା ଖାଇବା ଦ୍ବାରା ଶରୀରରେ ରକ୍ତ କଣିକା ମଧ୍ୟ ବଢ଼ିଥାଏ । ଏହା ସହିତ ଶରୀରରେ କ୍ୟାଲସିୟମ ର ଅଭାବ ମଧ୍ୟ ହୋଇନଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *