ନପୁଂସକତା କାହିଁକି ହୁଏ ? ପ୍ରତେକ ପୁଅ ଝିଅ ଥରୁଟିଏ ନିଶ୍ଚୟ ଦେଖନ୍ତୁ ( Dr Samrat Kar )

ପ୍ରାୟତଃ ୫୦ ରୁ ୬୦ଭାଗ ପୁରୁଷଙ୍କର ଯୌନ ଶିତଳତା ଥିବା ର ଦେଖିବାକୁ ମିଳୁଛି । ଯାହାକି ଇଂରାଜୀ ରେ ଇରେକ୍ଟଆଇଲ ଡିସଫଙ୍କସନ ମଧ୍ୟ କୁହାଯାଏ। ତେବେ ଏହାର ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି । ଏହାର ଅନେକ କାରଣ ରହିଥାଏ ଯେପରି କି ଯୌନାଙ୍ଗ ସଠିକ ଭାବେ ଇରେକ୍ସନ ହେଉ ନଥିବା । କିମ୍ବା ଯୌନାଙ୍ଗ ଯେତିକି ଶକ୍ତ ହେବା ଉଚିତ ସେତିକି ହେଉ ନଥିବ। ତେବେ ଇରେକ୍ସନ କାହିଁକି ହୋଇଥାଏ ।

ପ୍ରଥମେ ହେଉଛି ମନ । ଯଦି ଜଣେ ପୁରୁଷ ର ମନ ହେଉଥିବ କି ସେ ଶାରୀରିକ ସମ୍ପର୍କ କରିବା ଉଚିତ । ତେବେ ଏହା ଦ୍ୱାରା ମନରୁ ବ୍ରେନ କୁ ଏହି ଚିନ୍ତା ଧାରା ଯିବା ଦ୍ୱାରା ଶରୀରରେ ସ୍ନାୟୁ ତତ୍ତ୍ୱ ଦ୍ୱାରା ଆମ ଶରୀରର ବିଭିନ୍ନ ହରମୋନ କୁ ଯାଇଥାଏ । ଯେପରି କି ଟେଷ୍ଟ୍ରୋସେରନ ସେଇଟା ଅଧିକ ପ୍ରବାହିତ ହେବ ଯାହା ଦ୍ୱାରା ହାର୍ଟ ର ବିଟ ବଢିବ ।

ଏହା ଦ୍ୱାରା ଯୌନାଙ୍ଗ କୁ ରକ୍ତ ପ୍ରବାହ ହେବ। ରକ୍ତ ପ୍ରବାହ ହେବା ଦ୍ୱାରା ଇରେକ୍ସନ ହୋଇଥାଏ । ତେବେ ଇରେସ୍କନ ଡିସଫଙ୍କସନ ଅନେକ କାରଣ ରୁ ହୋଇପାରେ । ଯଦି ଜଣେ ପୁରୁଷ ନିଜ ର ମନରୁ ଇଛା ରଖୁ ନ ଥିବେ । ଭୟାବିତ ଥିବେ  କିମ୍ବା ଯଦି ବ୍ରେନ ରେ କ୍ୟାନ୍ସର ଅଛି କି ଟ୍ୟୁମର ଅଛି କିମ୍ବା ମାଡ଼ ହୋଇଥାଏ ବା ସ୍ପାଇନାଲ କର୍ଡ଼ରେ ଟ୍ୟୁମର ଆଦି ରହିଥାଏ ତେବେ ଏହା ସ୍ନାୟୁ ତତ୍ତ୍ୱ ଦ୍ୱାରା ହରମୋନ ପର୍ଯ୍ୟନ୍ତ ଯାଇ ନ ଥାଏ ।

ଶରୀରରେ ଯଦି କୌଣସି ହରମୋନ ଜନିତ ସମସ୍ୟା ରହିଥାଏ ତେବେ ମଧ୍ୟ ଯୌନାଙ୍ଗ କୁ ରକ୍ତ ପ୍ରବାହ ସଠିକ ଭାବେ ହୋଇ ନ ଥାଏ । ଡାଇବେଟିସ, କିଡ୍ନୀ, ହାର୍ଟ ରୋଗ ଆଦି ଥିଲେ ମଧ୍ୟ ଏହି ଯୌନାଙ୍ଗ ଶିତଳତା ଦେଖା ଦେଇଥାଏ । ତେବେ  ନିଜର ନକାରତ୍ମକ ଚିନ୍ତା ଆଣିବା ଦ୍ୱାରା ଇରେକ୍ସନ ମଧ୍ୟ ସଠିକ ହୁଏ ନାହିଁ ।

ଯଦି ଆପଣଙ୍କ ର ରାତି ରେ ଶୋଇବା ସମୟରେ ବା କୌଣସି ଚିନ୍ତା ନ କରି ମଧ୍ୟ ଆପଣଙ୍କର ଇରେସ୍କନ ହେଉଛି ତେବେ ଆପଣଙ୍କର ଡାକ୍ତରୀ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣଙ୍କର ଆଗରୁ ଇରେକ୍ସନ ହେଉଛି କିନ୍ତୁ ବେଳେ ବେଳେ ହେଉ ନାହିଁ ତେବେ ଏହା ପାଇଁ କୌଣସି ଡାକ୍ତରୀ ପରୀକ୍ଷା ଆବଶ୍ୟକ ନାହିଁ ।

ଆପଣ ଆଗ ଦେଖିବେ ନିଜର କୌଣସି ନକାରତ୍ମକ ଭାବନା ରହିଥାଏ ନା ନାହିଁ, ହାର୍ଟ ଜନିତ ସମସ୍ୟା ଅଛି ନା ନାହିଁ , ଯୌନାଙ୍ଗ କୁ ସଠିକ ଭାବେ ରକ୍ତ ପ୍ରବାହ ହେଉଛି ନାହିଁ । ଯଦି ହେଉଛି ତେବେ କୌଣସି ଭେନ୍ସ ଲିକେଜ ଅଛି ନା ନାଇଁ । ଏହି ସବୁ ପରୀକ୍ଷା କରିବା ଉଚିତ । ପ୍ରଥମେ ପରୀକ୍ଷା କରିବା ଦ୍ୱାରା ହି ଆପଣଙ୍କର ଚିକିତ୍ସା କରାଯାଇ ପାରିବ । ତେବେ ପ୍ରଥମ କଥା ହେଉଛି  ଆପଣ ନିଜର ମନରୁ ସକାରତ୍ମକ ଭାବନା କେବେବି କମ କରନ୍ତୁ ନାହଁ ।  ଯଦି ଏପରି କିଛି ସମସ୍ୟା ଅଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Leave a Reply

Your email address will not be published. Required fields are marked *